Advertisment

ବାତ୍ୟା ଗଲା କିନ୍ତୁ କୋଟିଆବାସୀଙ୍କୁ ଦୁଃଖ ଦେଇଗଲା

କୋରାପୁଟ ଜିଲ୍ଲା କୋଟିଆରେ ବାତ୍ୟା ଗୁଲାବରେ ଉଜୁଡିଗଲା ଚାଷବାଷ । ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ହୋଇଥିବା କ୍ଷୟକ୍ଷତିର ଏଯାଏଁ ସମ୍ପୂର୍ଣ୍ଣ ଭରଣା ହୋଇନି। ହେଲେ କିଛି କିଛି ସ୍ଥାନରେ ହୋଇଥିବା ରାସ୍ତା ଅବରୋଧ ହଟିଛି। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁର ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।

author-image
Sarbeswar
Kotia

Kotia

କୋରାପୁଟ୍‌: କୋରାପୁଟ ଜିଲ୍ଲା କୋଟିଆରେ ବାତ୍ୟା ଗୁଲାବରେ ଉଜୁଡିଗଲା ଚାଷବାଷ । ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ହୋଇଥିବା କ୍ଷୟକ୍ଷତିର ଏଯାଏଁ ସମ୍ପୂର୍ଣ୍ଣ ଭରଣା ହୋଇନି। ହେଲେ କିଛି କିଛି ସ୍ଥାନରେ ହୋଇଥିବା ରାସ୍ତା ଅବରୋଧ ହଟିଛି। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁର ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।

Advertisment

କୋଟିଆରୁ ମାଡକାରକୁ ଯାଇଛି ଏକ ରାସ୍ତା। ଅନେକ ଯାଗାରେ ଭୂସ୍ଖଳନ ଯୋଗୁ ଭାଙ୍ଗି ଯାଇଥିଲା ବ୍ରିଜ୍। ଠପ ହୋଇଯାଇଥିଲା ଗମନାଗମନ । ହେଲେ ଅସ୍ଥାୟୀ ଭାବେ ବ୍ରିଜକୁ ମରାମତି କରାଯାଇଛି। ଫଳରେ ରାସ୍ତାରେ ଗମନାଗମନ ସ୍ୱାଭାବିକ ହୋଇଛି । ବାତ୍ୟା ଗୁଲାବ ପୂର୍ବରୁ ଏହି ରାସ୍ତା ଚକାଚକ୍ ଥିଲା କିନ୍ତୁ ବାତ୍ୟା ପରେ ପୂରା ବେହାଲ ହୋଇଯାଇଛି। ବାତ୍ୟା ସମୟରେ ଭୂସ୍ଖଳନ ଯୋଗୁ ପାହାଡରୁ ବଡ ବଡ ପଥର ଖସି ରାସ୍ତା ଅବରୋଧ ହୋଇଥିଲା। ପ୍ରବଳ ବର୍ଷା ଯୋଗୁ କୋଟିଆ ଅଂଚଳର କୋଟିଆରୁ ନେରେଡିବାଲସା ରାସ୍ତା ସହ ନେରେଡିବାଲସାରୁ ପଟ୍ଟାଙ୍ଗୀର ବ୍ରିଟିସ ରୋଡ ଏବଂ ଗାଲିଗାବଦାରରୁ କୋଟିଆ ରାସ୍ତା ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ଏସବୁ ରାସ୍ତାରୁ ସିନା ଅବରୋଧ ହଟିଛି, ହେଲେ ସମ୍ପୂର୍ଣ୍ଣ ଭାବେ ପୂର୍ବାବସ୍ଥାକୁ ଫେରିପାରିନି ।

Advertisment

ଏପଟେ ଗୁଲାବ ଉଜାଡି ଦେଇଯାଇଛି କୋଟିଆ ଅଂଚଳର ଚାଷ। କୋଟିଆ ଅଂଚଳର ଲୋକେ ସାଧାରଣତଃ କଦଳୀ, ଅଦା ଚାଷ କରିଥାନ୍ତି । ବାତ୍ୟାରେ ଏସବୁ ଚାଷ ସହ ବିନସ, କଖାରୁ ଓ ମକା ଆଦି ଗଛ ନଷ୍ଟ ହୋଇଛି । ଫଳରେ ବାତ୍ୟା ପରଠୁ ଅଣ୍ଟା ସଳଖି ପାରୁ ନାହାନ୍ତି କୋଟିଆ ଅଂଚଳର ନିରୀହ ଗରିବ ଆଦିବାସୀ ଚାଷୀ । ଏପଟେ କୋରାପୁଟ ଜିଲ୍ଲାପାଳ କୋଟିଆ ଗସ୍ତ କରି ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି ଜିଲ୍ଲାପାଳଙ୍କ ସହ ପିଡି ଡିଆରଡିଏ, ପଟାଙ୍ଗି ବିଡିଓ ପ୍ରମୁଖ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ତେବେ କୋଟିଆକୁ ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ଆନ୍ଧ୍ର ସୀମାରେ ପଶି ଦାଦାଗିରି ଚଳାଇଥିବା ବେଳେ ଏବେ ଓଡ଼ିଶା ପ୍ରଶାସନ କୋଟିଆବାସୀଙ୍କ ପାଖରେ ପହଞ୍ଚିଛି।

Koraput Kotia Odisha
Advertisment
Advertisment