Advertisment

ସଚେତନତାର ଅଭାବ ହିଁ ଦୁର୍ଘଟଣାର କାରଣ, ସେପଟେ ଚେଇଁ ଶୋଇଛି NHAI

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢି ବଢି ଚାଲିଛି ଦୁର୍ଘଟଣାର ହାର । ସଡକ ଦୁର୍ଘଟଣାରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର

author-image
Sarbeswar
ଅଦ୍ୟତନ ହୋଇଛି
Boudh Accident

Boudh Accident

କଂଟାମାଳ(ରବିନ୍ଦ୍ର ହୋତା) : ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢି ବଢି ଚାଲିଛି ଦୁର୍ଘଟଣାର ହାର । ସଡକ ଦୁର୍ଘଟଣାରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର । ଦୃତଗତି ଓ ନିଶାସେବନ କରି ଗାଡି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିବାବେଳେ ପରୋକ୍ଷରେ ଦୁର୍ଘଟଣାର ଅନ୍ୟକାରଣ ସାଜିଛି ରାଜପଥ । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମନମାନି କାମପାଇଁ ବଲାଙ୍ଗୀର- ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥ ଗଡାଉଛି ମଣିଷ ମୁଣ୍ଡ । ଦୁର୍ଘଟଣା ଜନିତ ତାଲିକାରେ ପୁର୍ବରୁ ରାଜ୍ୟରେ ୪ ନମ୍ବର ସ୍ଥାନରେ ଥିବା ବୌଦ୍ଧ ଜିଲ୍ଲା ଏବେ ଦ୍ୱିତୀୟ ସ୍ଥାନରେ ରହିଛି ।

Advertisment

ବୌଦ୍ଧ ଜିଲ୍ଲା ସାଜିଛି ଦୁର୍ଘଟଣାର ହବ୍ । ଜିଲ୍ଲାରେ ବଢି ଚାଲିଛି ଦୁର୍ଘଟଣା । ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି ଅନେକ ସାଧାରଣ ଲୋକ । ସମସ୍ତ ଦୁର୍ଘଟଣାର ପରଦା ପଛରେ ରହିଛି ଜାତୀୟ ରାଜପଥ ବିଭାଗ କିନ୍ତୁ ଶୋଇଛି କୁମ୍ଭକର୍ଣ୍ଣ ନିଦ୍ରାରେ । ଅନ୍ୟପଟେ ଆଂଚଳିକ ପରିବହନ ବିଭାଗ କେବଳ ସଚେତନତା କରି ଚୁପ ବସିଥିବାବେଳେ ସଠିକ ଭାବେ ଦାୟିତ୍ୱ ନିଭାଇବାରେ ବିଫଳ ହୋଇଛି ଜିଲ୍ଲା ପୋଲିସ । ବଲାଙ୍ଗୀର- ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ମନମୁଣ୍ଡାଠାରୁ ବଦଲା ମଧ୍ୟରେ ଘଟୁଛି ସର୍ବାଧିକ ଦୁର୍ଘଟଣା । ରାସ୍ତାସାରା ଖାଲଖମା,ଅଂକାବଂକାନେଇ କୌଣସି ସୂଚନା ଦିଆନଯିବା,ରାସ୍ତାକଡରେ ଥିବା ବୁଦାଳିଆ ଘାସ ଯୋଗୁଁ ରାସ୍ତା ଦେଖାନଯିବା ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଟ୍ରାଫିକ ନିୟମ ନମାନି ନିଶା ସେବନ କରି ଗାଡି ଚଳାଇବା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିବା ଏବେ ଅଭିଯୋଗ ହୋଇଛି ।

ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣହାନି ଘଟୁଛି । ସେପଟେ ସଚେତନତା ନାଁରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି ପରିବହନ ତଥା ପୋଲିସ ବିଭାଗ । ହେଲେ ଫଳ ଶୂନ । ଏଭଳି ଦୁର୍ଘଟଣା ଏବେ ଜିଲ୍ଲା ପାଇଁ ଲଜ୍ଜାଜନକ ଘଟଣା ସାଜିଛି । ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଘଟିଚାଲିଛି ଦୁର୍ଘଟଣା । ଏବେ ଅମାନିଆଁଙ୍କୁ ସାବାଡ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ଗାଡି ମୋଟର ଜାଂଚକୁ ଆହୁରି କଡା କଡି କରିବାର ଆବଶ୍ୟକତା ରହିଛି । ଦୁର୍ଘଟଣାରେ କେବଳ ସାଧାରଣ ଲୋକ ନୁହଁନ୍ତି । ଦୁଇବର୍ଷ ପୁର୍ବେ ବୌଦ୍ଧର ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଏହି ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏଣୁ ଏହି ରାଜପଥ ଏବେ ସମସ୍ତଙ୍କ ପାଇଁ ଚିନ୍ତାଜନକ ପାଲଟିଛି ।

Advertisment

୩ ଜିଲ୍ଲାରେ ୨୦୨୦ ମସିହା ଜାନୁୟାରୀ ମାସରୁ ଜୁନ ମାସ ମଧୟରେ ୬୨ ଗୋଟି ସଡକ ଦୁର୍ଘଟଣା ଘଟିଥିବାବେଳେ ୩୨ ଜଣଙ୍କର ଜୀବନ ଯାଇଛି । ସେହିପରି ୨୦୨୧ ମସିହା ଜାନୁୟାରୀ ମାସରୁ ଜୁନ ମାସ ଭିତରେ ୭୯ଟି ଦୁର୍ଘଟଣା ଘଟିଥିବାବେଳେ ୪୨ ଜଣଙ୍କର ଜୀବନ ଯାଇଛି । ଯାହାକି ଲକଡାଉନ ସମୟରେ ମଧ୍ୟ ଜିଲ୍ଲାରେ ୪୨ ପ୍ରତିଶତ ଦୁର୍ଘଟଣା ବଢିଥିବା ଜଣାପଡିଛି ।

ଅନ୍ୟପଟେ ଦୁର୍ଘଟଣାକୁ କମାଇବା ପାଇଁ ଜିଲ୍ଲାରେ ନିଶା ସେବନ କରି ଗାଡି ଚାଳନା ନିମନ୍ତେ ୪୨ ଜଣଙ୍କର,ଦୃତ ଗାଡି ଚାଳନା ପାଇଁ ୨୦୫ ଜଣ,ଓଭରଲୋଡିଂ ପାଇଁ ୧୦୫ ଜଣ,ହେଲମେଟ ଚେକିଂରେ ୪୬୬ ଜଣ ,ସିଟବେଲ୍ଟ ପାଇଁ ୮୭ ଜଣ ଏବଂ ମୋବାଇଲ ବ୍ୟବହାରକରି ଗାଡି ଚଳାଇବା ପାଇଁ ୧୦୧ ଭଳି ବିଭିନ୍ନ ନିୟମ ଉଲଘଂନ ବାବଦରେ ୧୦୨୦ ଜଣଙ୍କର ଏନଫୋର୍ସମେଂଟ ଟିମ୍ ଚଢାଉକରି ଲାଇସେନ୍ସ ରଦ୍ଧ କରାଯାଇଥିବା ଜଣାପଡିଛି । ଜିଲ୍ଲାରେ ଏଯାଏଁ ୧୧ଟି ଦୁର୍ଘଟଣା ପ୍ରବଣ ଅଂଚଳ ଭାବେ ଚିହ୍ନଟ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବୌଦ୍ଧ ଜିଲ୍ଲା ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ । ସେହିଭଳି ଦୁର୍ଘଟଣାକୁ ରୋକିବା ପାଇଁ ସଚେତନାତ ହିଁ ମୁଖ୍ୟ ମାଧ୍ୟମବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଦୁର୍ଘାଟଣା ରୋକିବାକୁ ପରିବହନ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଉଥିବା ପରିବହନ ମନ୍ତ୍ରୀ କହିଛନ୍ତି ।

Road Accident Boudh
Advertisment
Advertisment