Advertisment

ଡଙ୍ଗର ରାଣୀ ପ୍ରମିଳା: ବାପା ପାଇଁ ଜଙ୍ଗଲରେ ବିତୁଛି ଜୀବନ

୧୯୮୦ ମସିହାରେ ଭଗବାନ ପାଙ୍ଗି ଡାକ ବିଭାଗ କର୍ମଚାରୀଙ୍କ ଆକ୍ରୋଶର ଶିକାର ହେବା ପରେ ଡାକ ବିଭାଗରେ ଚାକିରି ଛାଡିଥିଲେ। ନିଜସ୍ୱ ଜମି ନଥିବାରୁ କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ ବାଲେଲ ପଞ୍ଚାୟତର ଏକଟାଗୁଡା ଜଙ୍ଗଲରେ ୪୦ ବର୍ଷ ତଳେ ଚାଲି ଆସିଥିଲେ ।

author-image
Chandan Shishu
ଅଦ୍ୟତନ ହୋଇଛି
ଡଙ୍ଗର ରାଣୀ ପ୍ରମିଳା: ବାପା ପାଇଁ ଜଙ୍ଗଲରେ ବିତୁଛି ଜୀବନ

Pramila Pangi

ଗୁଣୁପୁର: ପିଲାଟି ଦିନରୁ ମାଆ ଛେଉଣ୍ଡ ହେଲା ପରେ ପାହାଡ ବୁକୁରେ ଏବେ ଜୀବନ ବିତୁଛି। ଶୈଶବ, କିଶୋର ଓ ଯୌବନ ଏହି ତିନଟି ପାହାଚ ଶେଷ ହୋଇ ସାରିଲାଣି। ତଥାପି ଜୀବନରେ କୌଣସି ଭୟ ନାହିଁ କି ଜୀବନର କୌଣସି ଅବସୋସ ମଧ୍ୟ ନାହିଁ । ନିଜର ସର୍ବସ୍ୱ ତ୍ୟାଗ କରି ଦୁର୍ଗମ ଜଙ୍ଗଲ ଭିତରେ ବାପାଙ୍କ ସେବା ପାଇଁ ଉତ୍ସର୍ଗୀକୃତ କରିଦେଇଛି ଜୀବନ। ଦୀର୍ଘ୍ୟ ୪୦ ବର୍ଷ ହେବ ଘଞ୍ଚ ଜଙ୍ଗଲ ଓ ପାହାଡ କଳା ପାଦଦେଶରେ ଦିନରାତି ବିତୁଛି ଜୀବନ । ଏମିତି ଏକ କାହାଣି ଦେଖିବାକୁ ମିଳିଛି କୋରାପୁଟ ଜିଲାର ଦୁର୍ଗମ ଅଂଚଳର ଏକଟାଗୁଡା ଗାଁରେ।

Advertisment

ଚାରି ଆଢେ ଘଞ୍ଚ ଜଙ୍ଗଲ । ପାହାଡ ଉପରେ ପାହାଡ ସତେ ଯେପରି କାନ୍ଦକୁ କାନ୍ଧ ମିଶାଇ ଛନ୍ଦି ହୋଇ ରହିଛନ୍ତି ପାହାଡି ରାଣୀ । ଏମିତି ଏକ ଦୁର୍ଗମ ପାହାଡାର ପାଦଦେଶରେ ରହିଛି କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ ବାଲେଲ ପଞ୍ଚାୟତର ଏକଟାଗୁଡା ଗାଁ। ଗାଁରେ କେବଳ ଗୋଟିଏ ପରିବାର ରହିଛନ୍ତି । ମାଆ ଛେଉଣ୍ଡ ୫୦ ବର୍ଷର ଝିଅ ପ୍ରମିଳା ପାଙ୍ଗି ଓ ୮୦ ବର୍ଷର ବୃଦ୍ଧ ବାପା । ପିଲାଟି ଦିନରୁ ମାଆକୁ ହୋରାଇବା ପରେ ବୃଦ୍ଧ ବାପାଙ୍କ ସେବାରେ ଜୀବନକୁ ସମର୍ପିତ କରିଦେଇଛି । ବୃଦ୍ଧ ବାପାଙ୍କୁ ସମସ୍ତ ପ୍ରକାର ସେବା କରିବା ସହ ବାପାଙ୍କ ଚାଷ କାମରେ ମଧ୍ୟ ନିଜକୁ ସମର୍ପିତ କରିଦେଇଛନ୍ତି ୫୦ ବର୍ଷର ପ୍ରମିଳା ପାଙ୍ଗି ।

ମନରେ ଯେତେ ଦୁଃଖ ରହୁ ପଛେ ସେସବୁକୁ ଛାତି ତଲେ ଚାପି ରଖି ବାପାଙ୍କ ସେବା କରି ଚାଲିଛନ୍ତି। ଜଙ୍ଗଲରେ ଭିତରେ ସେ ଏକା ଏକା ବୁଲନ୍ତି ଏକା ଏକା ସବୁ ପ୍ରକାର ଚାଷ କାମ କରିଥାନ୍ତି। କୌଣସି ଜୀବଜନ୍ତୁଙ୍କୁ ମଧ୍ୟ ସେଭୟ କରନ୍ତି ନାହିଁ କି ମରଣକୁ ମଧ୍ୟ ସେ ଭୟ କରନ୍ତି ନାହିଁ କେବଳ ବଞ୍ଚିବାକୁ ହିଁ ସେ ଭୟ କରିଥାନ୍ତି ପ୍ରମିଳା କହିଛନ୍ତି । ମନରେ ଅନେକ ସପ୍ନ ରହିଥିଲେ ମଧ୍ୟ ଆର୍ଥିକ ଅନଟନ ଯୋଗୁଁ ସେ ଆଗକୁ ବଢିପାରି ନାହାନ୍ତି। ବାପାଙ୍କ ସେବା ଓ ଚାଷକାମରେ ହି ସେ ନିଜକୁ ନିୟୋଜିତ କରି ଜଙ୍ଗଲ ଭିତରେ ଏବେ ବୃଦ୍ଧବାପାଙ୍କୁ ନେଇ ଜୀବନ ବିତାଉଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

Advertisment

୧୯୮୦ ମସିହାରେ ଭଗବାନ ପାଙ୍ଗି ଡାକ ବିଭାଗ କର୍ମଚାରୀଙ୍କ ଆକ୍ରୋଶର ଶିକାର ହେବା ପରେ ଡାକ ବିଭାଗରେ ଚାକିରି ଛାଡିଥିଲେ। ନିଜସ୍ୱ ଜମି ନଥିବାରୁ କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ ବାଲେଲ ପଞ୍ଚାୟତର ଏକଟାଗୁଡା ଜଙ୍ଗଲରେ ୪୦ ବର୍ଷ ତଳେ ଚାଲି ଆସିଥିଲେ । ସେଠାରେ ରହି ଧାନ, ମାଣ୍ଡିଆ, ସୁଆ, ମକ୍କା ଚାଷ କରି ପରିବାର ପ୍ରତିପଷଣ କରୁଥିଲେ। ଭଗବାନଙ୍କ ତିନିଟି ଝିଅ ମଧ୍ୟରୁ ୨ଟି ଝିଅ ବାହା ହୋଇସାରିଛନ୍ତି। ବଡ ଝିଅର ବୟସ ପାଖାପାଖି ୫୦କୁ ଛୁଇଁଲାଣି। ବଡ ଝିଅ ପ୍ରମିଳା ବିବାହ ନ କରି ବାପାଙ୍କ ଚାଷ କାମରେ ସହଯୋଗ କରିଆସୁଛନ୍ତି। ସରକାରୀ ସହାୟତା କହିଲେ କେବଳ ଭତା ଓ ଚାଉଳ ମିଲୁଛି ।

ଅନ୍ୟପଟେ ପ୍ରମିଳାଙ୍କ ଏପରି ସେବା ମନୋବୃତ୍ତିକୁ ଯୋଗୁଁ ଅଂଚଳବାସୀ ମଧ୍ୟବେଶ ପ୍ରଶଂସା କରିବା ସହ ଜଙ୍ଗଲରେ ରହୁଥିବାରୁ ପ୍ରମିଳାଙ୍କୁ ଡଙ୍ଗର ରାଣୀ ବୋଲି ଡାକିଥାନ୍ତି । ସାଧାରଣତଃ କୋରାପୁଟ ଜିଲାର ଆଦିବାସୀମାନେ ପାହାଡ ପର୍ବତ ଓ ଜଙ୍ଗଲକୁ ବେଶ ଭଲ ପାଇଥାନ୍ତି ସେଥିପାଇଁ ଜଙ୍ଗଲକୁ ଛାଡନ୍ତି ନାହିଁ । ଭଗବାନଙ୍କୁ ଏକ ଆବାସ ଯୋଜନାରେ ସାମିଲ କରି ଘରଖଣ୍ଡେ ଯୋଗାଇ ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ସରପଞ୍ଚ ମଧ୍ୟ ପ୍ରମିଳାଙ୍କ ସେବାକୁ ବେଶ ପ୍ରଶଂସା କରିଛନ୍ତି ଏବଂ ସରକାରୀ ଯୋଜନାରେ ସାମିଲ ସରକାରୀ ନିୟମ ଅନୁସାରେ ଏକ ଗୃହ ଯୋଗାଇ ଦେବାକୁ ଚେଷ୍ଟା କରିବି ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି।

Odisha News Forest In Odisha
Advertisment
Advertisment