Advertisment

ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଚାଲିଗଲା ଜୀବନ

ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ। ଅଧିକାଂଶ ଅଞ୍ଚଳରେ ପିଲା ଅନଲାଇନ୍‌ କ୍ଲାସ କଣ ଜାଣିନାହାନ୍ତି। ତେଣୁ ଏହି ଅନଲାଇନ୍‌ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।

author-image
Chandan Shishu
ଅନଲାଇନ୍‌ କ୍ଲାସ୍‌ ପାଇଁ ଆସିଲାନି ନେଟୱର୍କ, ପାହାଡରୁ ଖସି ଚାଲିଗଲା ଜୀବନ

Boy Death

ରାୟଗଡ଼ା: ପାଠ ପଢିବେ ବଡ଼ ମଣିଷ ହେବେ ବୋଲି ଆଖିରେ ଆଖିଏ ସ୍ୱପ୍ନ ଥିଲା। ହେଲେ ସେସବୁ ସ୍ୱପ୍ନ ସବୁ ଅଧାରେ ରହିଗଲା। ସ୍ୱପ୍ନକୁ ସାକାର କରିବା ଆଗରୁ ଆଖି ବୁଜିଦେଲା। ମୋବାଇଲ୍ ନେଟୱର୍କ ହେଲା କାଳ। ଚାଲିଗଲା ନାବାଳକର ଜୀବନ। ଏମିତି ଏକ ଅଘଟଣ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ୍ ପାଣ୍ଡ୍ରାଗୁଡା ଗାଁରେ ଘଟିଛି। କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଅନେକ ଛାତ୍ରଛାତ୍ରୀ ସ୍କୁଲ ଦୁଆର ମୁହଁ ବି ମାଡି ପାରୁନାହାନ୍ତି। ଫଳରେ ଅନଲାଇନ୍‌ ପାଠପଢା କେବଳ ସାହା ଭରସା। 

Advertisment

ପାଣ୍ଡ୍ରାଗୁଡା ଗାଁର ୧୩ ବର୍ଷିୟ ଆନ୍ଦ୍ରିୟ ଜାଗାରାଙ୍ଗ କଟକର ଏକ ମିଶନାରୀ ସ୍କୁଲରେ ନାମ ଲେଖାଇଥିଲେ। ଗାଁକୁ ନେଟୱର୍କ ଆସୁନଥିବା ଯୋଗୁଁ  ନାବାଳକ ଜଣଙ୍କ ମୋବାଇଲ୍ ଧରି ଗାଁ ନିକଟରେ ଥିବା ପାହାଡ ଉପରେ ଚଢିଥିଲେ। ହେଲେ ପୂର୍ବରୁ ବର୍ଷା ହୋଇଥିବା ଯୋଗୁଁ ପଥରରୁ ଗୋଡ ଖସିଯାଇଥିଲା। ଫଳରେ ନାବାଳକ ଜଣଙ୍କ ପାହାଡ ଉପରୁ ଖସିପଡିଥିଲେ। ଗୋଡ ଓ ଛାତିରେ ଗଭୀର ମାଡ ହୋଇଥିଲା। ଫଳରେ ଆହତ ନାବାଳକକୁ ପଦ୍ମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ମୃତ୍ୟୁ ହୋଇଥିବା ଜଣାପଡିଛି।

କରୋନା ମହାମାରୀ ସମୟରେ ଅନଲାଇନ୍ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଏମିତି କିଛି ଜାଗା ଅଛି, ଯେଉଁଠାରେ ଅନଲାଇନ୍ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପାହାଡ଼ ଉପରକୁ ଯିବାକୁ ପଡ଼ୁଛି। କାରଣ ଦୁର୍ବଳ ମୋବାଇଲ ନେଟୱର୍କ ପାଇଁ ପିଲାମାନେ ପାହାଡ଼ରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। 

Advertisment

ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ। ଅଧିକାଂଶ ଅଞ୍ଚଳରେ ପିଲା ଅନଲାଇନ୍‌ କ୍ଲାସ କଣ ଜାଣିନାହାନ୍ତି। ତେଣୁ ଏହି ଅନଲାଇନ୍‌ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଗ୍ରାମର କୌଣସି ଜାଗାରେ ନେଟୱର୍କ ଆସୁନଥିବା ବେଳେ ଯେଉଁ ଜାଗାରେ ନେଟୱର୍କ ଆସୁଛି ସେଇଠି ନେଟ ମଧ୍ୟ ଚାଲୁନି। ଜୀବନ ମରଣକୁ ବାଜି ଲଗାଇ ସେମାନେ ନିଜର ଭବିଷ୍ୟତ କିଭଳି ଗଢ଼ିବେ ତାହା ଏବେ ବଡ ପ୍ରଶ୍ନ ସାଜିଛି।

Odisha News Online Classes
Advertisment
Advertisment