/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634035484.jpg)
Boy Killed In Leopard Attack Near Chhattisgarh Temple
ନବରଙ୍ଗପୁର : ୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ । ଛତିଶଗଡ଼ ସିହାୱା ଶୀତଳା ମନ୍ଦିର ଯାଇଥିଲା ବେଳେ ଏପରି ଅଘଟଣ ଘଟିଛି । ପରିବାର ସହ ବୁଲିବାକୁ ଯାଇଥିଲା ବେଳେ ପିଲାକୁ ବାଘ ଝାମ୍ପି ନେଇଥିବା ସୂଚନା ମିଳିଛି । ନବରଙ୍ଗପୁର ରାଇଘର ବ୍ଲକ ତୁରୁଡିହିରୁ ଛତିଶଗଡ଼ ଯାଇଥିଲେ ମୃତକଙ୍କ ପରିବାର । ପୁଅକୁ ବାଘ ଝାମ୍ପି ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବର୍ତ୍ତମାନ ମୃତ ଦେହ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରାଯାଇଛି ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡିହିର ନରେନ୍ଦ୍ର ଗଣ୍ଡଙ୍କ ପରିବାର ମାଆ ଶୀତଳା ଦେବୀଙ୍କୁ ଦର୍ଶନ କରିବାକୁ ଛତିଶଗଡ଼ର ଯାଇଥିଲେ । ସିହାୱା ପାହାଡ଼ ମାଆଙ୍କ ଦର୍ଶଦ ପାଇଁ କରିବା ପରେ ସନ୍ଧ୍ୟା ସମୟରେ ଫେରୁଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ଆଗରେ ଚାଲୁଥିବା ଅବିନାଶ ଉପରେ ଲମ୍ଫ ମାରିଲା କଳାପତରିଆ ବାଘ । ହାଁ ହାଁ କରୁ କରୁ ସବୁ ଶେଷ ହୋଇସାରିଥିଲା । ଆଉ ବାପା-ମାଆଙ୍କ ଆଖି ସାମ୍ନାରେ ଅବିନାଶକୁ ଝାମ୍ପି ନେଇଗଲା ବାଘ । ତେବେ ବାଘ ଅବିନାଶକୁ ନେଇ ଯାଉଥିବା ଦେଖି ମାଆଙ୍କ ଦର୍ଶନ କରି ଫେରୁଥିବା ଲୋକେ ପାଟିତୁଣ୍ଡ କରିଥିଲେ ।
ଖବର ପାଇ ବନ ବିଭାଗ ଓ ପୁଲିସ ସର୍ଚ୍ଚ ଅବିନାଶକୁ ଖୋଜିବା ଆରମ୍ଭ କରିଥିଲା । ଏକ ପଥର ଚଟାଣ ଉପରେ ଅବିନାଶର ମୃତ ଶରୀର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପାଇଥିଲା ବନ ବିଭାଗ । ତୁରନ୍ତ ତାକୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ଡାକ୍ତର ଅବିନାଶକୁ ମୃତ ଘୋଷଣା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)