Advertisment

ବ୍ଲାକ୍‌ ରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ପୁରିଲା ୧୨ ବର୍ଷ, ହେଲେ ଏବେବି ରହସ୍ୟମୟ

ପାରାଦୀପ ସମୁଦ୍ର ଉପକୂଳରେ ବୁଡ଼ି ଯାଇଥିବା ବ୍ଲାକ୍‌ ରୋଜ୍ ଜାହାଜକୁ ପୁରିଲା ୧୨ ବର୍ଷ। ୨୦୦୯ ମସିହା ସେପ୍ଟେମ୍ବର ୯ରେ ଲୁହାପଥର ବୋଝେଇ ଜାହାଜ ଏମଭି ବ୍ଲାକ୍‌ ରୋଜ୍ ପାରାଦୀପ ଉପକୂଳରେ ବୁଡ଼ି ଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Black Rose Ship

Black Rose Ship

ପାରାଦୀପ: ପାରାଦୀପ ସମୁଦ୍ର ଉପକୂଳରେ ବୁଡ଼ି ଯାଇଥିବା ବ୍ଲାକ୍‌ ରୋଜ୍ ଜାହାଜକୁ ପୁରିଲା ୧୨ ବର୍ଷ। ୨୦୦୯ ମସିହା ସେପ୍ଟେମ୍ବର ୯ରେ ଲୁହାପଥର ବୋଝେଇ ଜାହାଜ ଏମଭି ବ୍ଲାକ୍‌ ରୋଜ୍ ପାରାଦୀପ ଉପକୂଳରେ ବୁଡ଼ି ଯାଇଥିଲା। ଯେଉଁଥିରେ ଜାହାଜର ମୁଖ୍ୟଯନ୍ତ୍ରୀଙ୍କ ମୃତ୍ୟୁ ହୋଇ ଥିବାବେଳେ ୨୬ ଜଣ କ୍ରିଉ ମେମ୍ବର୍ସଙ୍କୁ ଉଦ୍ଧାର କରାଯାଇଥିଲା। 

Advertisment

ଜାଲ୍ କାଗଜପତ୍ରରେ ଜାହାଜରେ ବିଦେଶକୁ ଲୁହାପଥର ଚୋରା ଚାଲାଣ ହେଉଥିବା ବେଳେ  ଜାହାଜର କାଗଜପତ୍ର ବି ନକଲି ଥିବା ଜଣାପଡିଥିଲା। ଯାହା ଏବେ ବି ରହସ୍ୟମୟ ହୋଇ ରହିଛି। ଏହି ଜାହାଜ ଦୁର୍ଘଟଣାକୁ ନେଇ ଅତୀତରେ ରାଜ୍ୟ ରାଜନୀତିରେ କମ୍ପନ ହୋଇଛି ଓ ବିଧାନସଭାରେ ଝଡ଼ ଉଠିଛି। ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏ ମାମଲା ଯାଇଛି। ଏପରିକି କ୍ରାଇମବ୍ରାଞ୍ଚ ତଦନ୍ତରୁ ସିବିଆଇ ତଦନ୍ତ ବି ହୋଇଛି। ତେବେ ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସିବିଆଇ ତଦନ୍ତ ଏବେ କେଉଁଠି କିଭଳି ଅବସ୍ଥାରେ ଅଟକିଛି ତାହା ସ୍ପଷ୍ଟ ହୋଇନାହିଁ।

Advertisment

ଇତି ମଧ୍ୟରେ ୧୨ ବର୍ଷ ପୂର୍ବେ ବୁଡ଼ି ଯାଇଥିବା ଜାହାଜ ଆଉ ଦେଖାଯାଉନି। ଗତ ପ୍ରାୟ ୨-୩ ବର୍ଷ ହୋଇ ଗଲାଣି ପାଣି ଭିତରେ ଲୁଚି ଗଲାଣି ଜାହାଜଟି। ଫଳରେ ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ସେଥିରେ ପିଟି ହୋଇ ଏକାଧିକ ଥର ମାଛଧରା ଟ୍ରଲର ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ବି ହେଉଛି। ଜାହାଜକୁ କାଟି ପାଣିରୁ ହଟାଇବା ଯୋଜନା ବି ନାହିଁ। କାରଣ ଅତୀତରେ ପାରାଦୀପ ବନ୍ଦର ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଛି। ଯାହା ଏଯାଏ ଭରଣା ହୋଇନି। ଜାହାଜଟିକୁ ପାଣିରୁ ହଟାଇବାକୁ ହେଲେ ପୁଣି ୧୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।ଏଠାରେ ପ୍ରଶ୍ନ ଉଠୁଛି ଅଧିକ ଖର୍ଚ୍ଚାନ୍ତ ହେବା ଆଶଙ୍କାରେ ସେଥିରେ ହାତ ମାରୁ ନାହାନ୍ତି କି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ? ତେବେ ଏଭଳି ପରିସ୍ଥିତିରେ ବ୍ଲାକରୋଜ୍ ବୁଡ଼ିବା ପଛର ରହସ୍ୟ ଉପରୁ ପରଦା ହଟିପାରିବ ନା ନାହିଁ ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।  

Odisha Paradip Black Rose Ship
Advertisment
Advertisment