• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କୂଅରୁ ଅହିରାଜ୍ ଉଦ୍ଧାର

  • ପାଇଖାନା ଟାଙ୍କିରୁ ବାରହା ଉଦ୍ଧାର

  • ଗାଁରେ ଭାଲୁର ଆତଙ୍କ

ବାରିପଦା/ବ୍ରହ୍ମଗିରି/ନୂଆପଡା: ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜଙ୍ଗଲି ପ୍ରାଣୀ ଉଦ୍ଧାର କରାଯାଇଛି । ବାରିପଦାରୁ ଅହିରାଜ ସାପ ଉଦ୍ଧାର ହୋଇଥିବାବେଳେ ପୁରୀ ସାତପଡ଼ାରୁ ବାରହା ଉଦ୍ଧାର ହୋଇଛି । ସେହିପରି ନୂଆପଡ଼ାର ଅକ ଗାଁରେ ଭାଲୁର ଆତଙ୍କ ଦେଖିବାକୁ ମିଳିଛି ।

କୂଅରୁ ଅହିରାଜ୍ ଉଦ୍ଧାର :

କୂଅରୁ ଉଦ୍ଧାର ହେଲା ବିଶାଳ ଅହିରାଜ । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନ ନୂଆଗାଁ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କର କୂଅ ଭିତରେ ଏକ ଅହିରାଜ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସାପକୁ ଦେଖି ଲୋକେ ତୁରନ୍ତ ବନବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ବନବିଭାଗର ତାଲିମ ପ୍ରାପ୍ତ ସାପ ଧରାଳି ମାନେ ଗାଁରେ ପହଞ୍ଚି କୂଅ ଭିତରୁ ଅହିରାଜଟିକୁ ଉଦ୍ଧାର କରିଥିଲେ । ଅହିରାଜଟି କୂଅ ଭିତରେ ଖସିପଡିଥିବା ଅନୁମାନ କରାଯାଉଛି । ଅହିରାଜ ସାପଟି ୧୦ରୁ ୧୨ ଫୁଟର ହୋଇଥିବାବେଳେ ପାଣି ଭିତରୁ ତାକୁ ଉଦ୍ଧାର କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଯାହାପରେ ତାକୁ ଶିମିଳିପାଳ ଜଙ୍ଗଲରେ ଛଡାଯାଇଛି।

 

ପାଇଖାନା ଟାଙ୍କିରୁ ବାରହା ଉଦ୍ଧାର:

ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ବାରହା । ପୁରୀ ସାତପଡ଼ା ଆଳୁପାଟଣା ଗାଁର ଜଣେ ବ୍ୟକ୍ତିଙ୍କ ନିର୍ମାଣଧୀନ ପାଇଖାନା ଟାଙ୍କିରୁ ବାହାରିଛି ବାରହା । ଗତକାଲି ରାତିରେ ବାରହାଟି ଦୁର୍ଘଟଣାବସତଃ ଏହି ଟାଙ୍କି ଭିତରେ ପଶି ଯାଇଥିବାର ଜଣାପଡିଛି । ତେବେ ସେଥିରୁ ବାହାରି ନପାରିବାରୁ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଦ୍ୱାରା ଟାଙ୍କିରେ ପାଣି ଭର୍ତ୍ତି କରାଯାଇ ବାରହାକୁ ଉଦ୍ଧାର କରାଯାଇଥିଲା । ରସ୍କ୍ୟୁ ଅପରେସନ୍‌ ବେଶ୍ କିଛି ସମୟ ଧରି ଚାଲିଥିବାରୁ ବନ ବିଭାଗ ଟିମ୍ ନାକେଦମ୍ ହୋଇଯାଇଥିଲେ ।

 

ଗାଁରେ ଭାଲୁର ଆତଙ୍କ:

ଗାଁ ଭିତରେ ବୁଲୁଛି ଭାଲୁ । ନୂଆପଡ଼ା ସିନାପାଲ୍ଲି ବ୍ଲକ ଫୁରଶୁଣ୍ଡ ଗାଁରେ ବୁଲୁଛି ଏକ ଜଙ୍ଗଲି ଭାଲୁ । ଗାଁ ଲୋକେ ଜଙ୍ଗଲି ଭାଲୁକୁ ଦେଖିବା ପରେ କିଛି ସମୟ ପାଇଁ ଆତଙ୍କୀତ ହୋଇପଡ଼ିଥିଲେ । ଭାଲୁଟି ଗାଁ ସ୍କୁଲ ଓ ଲୋକଙ୍କ ଘର ପାଖକୁ ମଧ୍ୟ ଆସିଥିଲା । ଯାହା ପରେ ସ୍ଥିତି ବିଗିଡିବାକୁ ଲାଗିଲା । ସ୍ଥାନୀୟ ଲୋକମାନେ ନିରୁପାୟ ହୋଇ ବନ ବିଭାଗକୁ ଖବର ଦେଇଛନ୍ତି ।