Advertisment

ନଦୀ ପାର ହେଉଥିଲା ଡମ୍ପର, ଭୁଶୁଡି ପଡ଼ିଲା ବ୍ରିଜ

ନଦୀ ପାର ହେଉଥିଲା ଡମ୍ପର। ହଠାତ ଭୁଶୁଡି ପଡ଼ିଲା ପୋଲ। ନଦୀ ଭିତରେ ଖସିପଡ଼ିଲା ଡମ୍ପର। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ସମ୍ବଲପୁର ଜିଲ୍ଲାରେ। ଘଟଣାସ୍ଥଳରୁ ଜଣକୁ ଉଦ୍ଧାର କରାଯାଇଛି।

author-image
Minati Mishra
ଅଦ୍ୟତନ ହୋଇଛି
bridge collapsed

bridge collapsed

କୁଚିଣ୍ଡା: ନଦୀ ପାର ହେଉଥିଲା ଡମ୍ପର। ହଠାତ ଭୁଶୁଡି ପଡ଼ିଲା ପୋଲ। ନଦୀ ଭିତରେ ଖସିପଡ଼ିଲା ଡମ୍ପର। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ସମ୍ବଲପୁର ଜିଲ୍ଲାରେ। ଘଟଣାସ୍ଥଳରୁ ଜଣକୁ ଉଦ୍ଧାର କରାଯାଇଛି।  

Advertisment

ଘଟଣାଟି ଥିଲା ଏମିତି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥର ଖର୍ଲା ନଦୀ ଉପରେ ଝୁଲେନ୍ ଠାରେ ରହିଥିବା ବ୍ରିଟିଶ ଅମଳର ପୋଲ। ପୋଲଟି ବହୁତ ପୁରୁଣା ହୋଇଯାଇଥିଲେ ହେଁ ମରାମତି ନ ହୋଇ ଦୁର୍ବଳ ହୋଇ ପଡ଼ିଥିଲା।  ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲଟି ପ୍ରାୟ ୧୦୦ ବର୍ଷର ପୁରୁଣା ।

Advertisment

ଗତ ରାତିରେ ଏହି ପୋଲଟି ଭାଙ୍ଗି ଯାଇଛି। ରାତି ପ୍ରାୟ ୯ଟା ସମୟରେ ବଡ଼ବିଲରୁ ଝାଡସୁଗୁଡ଼ା ଅଭିମୁଖେ  ଯାତ୍ରୀଙ୍କୁ ନେଇ ଯାଉଥିଲା ଗୋଟିଏ ଡମ୍ପର। ଖର୍ଲା ନଦୀ ପାର ହେଉଥିବାବେଳେ ପୋଲଟି ଭୁଶୁଡି ପଡ଼ିଥିଲା। ଫଳରେ ଡମ୍ପରଟି ତଳକୁ ଖସି ପଡ଼ିଥିଲା। ଗତରାତିରେ ଘଟଣାସ୍ଥଳରୁ ଜଣେ ବ୍ୟକ୍ତିକୁ ଉଦ୍ଧାର କରାଯାଇଥିଲା।  ଦୀର୍ଘ ୧୦ ଘଣ୍ଟା ପରିଶ୍ରମ ପରେ ଆଜି ସକାଳୁ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର ଅଛି। ଚିକିତ୍ସା ପାଇଁ ତାଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ବେଳେ ଅନ୍ୟ କାହାରିକୁ ଉଦ୍ଧାର କରାଯାଇ ପାରିନାହିଁ।   ଦମକଳ ବାହିନୀ, ପୁଲିସ ଏସଡିପିଓ, ଆଇଆଇସି, ଉପଜିଲ୍ଲାପାଳ ଉପସ୍ଥିତ ଅଛନ୍ତି ।

ପୋଲ ଭାଙ୍ଗି ପଡ଼ିବା ଯୋଗୁଁ କୁଚିଣ୍ଡା ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଏହାସହ ଖଡ଼ଗପୁର ଓ ବିଳାସପୁର ୪୯ ନମ୍ବର ଜାତୀୟ ରାଜପଥ ସଂପୂର୍ଣ୍ଣ ବନ୍ଦ ରହିଛି।

Odisha News Bridge Collapse
Advertisment
Advertisment