Advertisment

ଭାଗ୍ୟ ବଦଳାଇଦେବ ରୋଷେଇ ଘରର ସାମଗ୍ରୀ,ଜାଣନ୍ତୁ କିପରି

ଆମେ ଦୈନଦିନ ଜୀବନରେ ଏମିତି କିଛି ଜିନିଷ ବ୍ୟବହାର କରୁ ତାହା ଆମ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ବାସ୍ତୁଶାସ୍ତ୍ରରେ ବହୁତ କିଛି ସାମଗ୍ରୀ ଅଛି ଯାହା ଆମ ଭାଗ୍ୟ ସହିତ ଯୋଡ଼ି ହୋଇଛି । ବାସ୍ତୁ ଅନୁଯାୟୀ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Luck will change the kitchenware

Luck will change the kitchenware

ଆମେ ଦୈନଦିନ ଜୀବନରେ ଏମିତି କିଛି ଜିନିଷ ବ୍ୟବହାର କରୁ ତାହା ଆମ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ବାସ୍ତୁଶାସ୍ତ୍ରରେ ବହୁତ କିଛି ସାମଗ୍ରୀ ଅଛି ଯାହା ଆମ ଭାଗ୍ୟ ସହିତ ଯୋଡ଼ି ହୋଇଛି । ବାସ୍ତୁ ଅନୁଯାୟୀ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟମଧ୍ୟ ବଦଳି ଯାଇପାରେ । ବାସ୍ତୁ ଅନୁଯାୟୀ ରୋଷେଇ ଘରେ କେତେକ ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ । ଏହା ଦ୍ୱାରା ଘର ମଧ୍ୟରେ ସାକାରତ୍ମକ ପରିବେଷ ସୃଷ୍ଟି ହେବ । ତେବେ ଚାଲନ୍ତୁ ଜାଣିବା ରୋଷେଇ ଘର ସାମଗ୍ରୀକୁ ନେଇ କଣ ରହିଛି ବାସ୍ତୁ ନିୟମ ।

Advertisment
  • ରୋଷେଇ ଘରର ସୁବୁଠୁ ମହତ୍ଵପୂର୍ଣ୍ଣ ଉପକରଣ ହେଉଛି ଗ୍ୟାସ ଚୁଲା । ଗ୍ୟାସ ଚୁଲାକୁ ରଖିବା ବେଳେ ଏହାର ଦିଗ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଗ୍ୟାସ ଚୁଲାକୁ ଏଭଳି ସ୍ଥାନରେ ରଖିବା ଉଚିତ ଯେମିତିକି ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ଆମେ ସହଜରେ ରୋଷେଇ ଘରର ଦୁଆର ମୁହଁକୁ ଦେଖି ପାରୁଥିବା । ବାସ୍ତୁ ଅନୁଯାୟୀ ଏଭଳି କରିବା ଦ୍ୱାରା ଜୀବନରେ ମାନସିକ ଚାପ ଦୂର ହୋଇଥାଏ ।
  • ବାସ୍ତୁଶାସ୍ତ୍ରରେ ଫ୍ରୀଜକୁ ଦକ୍ଷିଣ ଦିଗରେ ରଖିବେ ନାହିଁ ଅନ୍ୟଥା ଏଥିରେ ରଖୁଥିବା ବସ୍ତୁକୁ ପ୍ରୟୋଗ କଲେ ଶରୀର ଉପରେ ପ୍ରଭାବ ପକାଇବା । କାରଣ ଦକ୍ଷିଣ ଦିଗ ହେଉଛି ଅଗ୍ନିଙ୍କ କୋଣ ଓ ଏଭଳି ରଖିବା ଦ୍ୱାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ଆସିଥାଏ ବୋଲି ବିବେଚନା କରାଯାଏ ।
  • ଵାସ୍ତୁ ଦୋଷ ଯଦି ଆପଣଙ୍କ ରୋଷେଇ ଘରେ ରହିଛି ପଞ୍ଚ ରତ୍ନ ନେଇ ଗୋଟିଏ ତମ୍ବାର କଳସରେ ପକାଇ ଐଶାନ୍ୟ କୋଣରେ ସ୍ଥାପନ କରନ୍ତୁ ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ୱାରା ଵାସ୍ତୁ ଦୋଷ ସମାପ୍ତ ହୋଇଯାଇଥାଏ । ରୋଷେଇ ଘରେ କୃଷ୍ଣଙ୍କର ଲହୁଣୀ ଖାଉଥିବା ଫଟ ଲଗାଇବା ଅତ୍ୟନ୍ତରେ ଉତ୍ତମ ଅଟେ ,ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ୱାରା ଧନର ଅଭାବ ଦୂର ହୋଇଥାଏ ।
  • ଯଦି ଆପଣ ରୋଷେଇ ଘରେ ମାଇକ୍ରୋ ଓଭେନ ଏହାକୁ ଦକ୍ଷିଣ ଦିଗରେ ରଖିବା ଆବଶ୍ୟକ । ମାନ୍ୟତା ରହିଛି ଏଭଳି କରିବା ଦ୍ୱାରା ଜୀବନରେ ସକାରାତ୍ମକ ଭାବନା ଆସିଥାଏ ଓ ଘରର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଠିକ ରହିଥାଏ ।
Advertisment
Luck Will Change The Kitchenware Vastu Tips
Advertisment
Advertisment