Advertisment

ଘରେ ଲଗାନ୍ତୁ ମନି ପ୍ଲାଣ୍ଟ, ଦୂର ହେବ ସଙ୍କଟ

ସାଧାରଣତଃ ଘରେ ବେଳେ ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ,ଯେପରିକି ଆର୍ଥିକ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ପାରିବାରିକ କଳହ ସମସ୍ୟା । ବାସ୍ତୁ ଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ବିଭିନ୍ନ ଉପାୟରେ ସମାଧାନ ହୋଇପାରିବ । ମନିପ୍ଲାଣ୍ଟ ଗୋଟିଏ ଏପରି ଗଛ ଯାହା ଆପଣଙ୍କର ଅନେକ ଅସୁବିଧାକୁ ମଧ୍ୟ ଦୂର କରିପାରିବ ।

author-image
Pallipuspa Samal
ଅଦ୍ୟତନ ହୋଇଛି
vastu and money plant

vastu and money plant

ସାଧାରଣତଃ ଘରେ ବେଳେ ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ,ଯେପରିକି ଆର୍ଥିକ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ପାରିବାରିକ କଳହ ସମସ୍ୟା । ବାସ୍ତୁ ଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ବିଭିନ୍ନ ଉପାୟରେ ସମାଧାନ ହୋଇପାରିବ । ମନିପ୍ଲାଣ୍ଟ ଗୋଟିଏ ଏପରି ଗଛ ଯାହା ଆପଣଙ୍କର ଅନେକ ଅସୁବିଧାକୁ ମଧ୍ୟ ଦୂର କରିପାରିବ । ତେବେ ଆସନ୍ତୁ ଜାଣିବା ମନି ପ୍ଲାଣ୍ଟକୁ ନେଇ କଣ ରହିଛି ବାସ୍ତୁ ଉପାୟ...

Advertisment
  • ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ମନି ପ୍ଲାଣ୍ଟକୁ ସଠିକ୍ ଦିଗରେ ଲଗାନଯାଏ, ତେବେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
  • ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମନି ପ୍ଲାଣ୍ଟ ଲଗାଇବା ପାଇଁ ଅଗ୍ନି କୋଣ ହେଉଛି ସବୁଠାରୁ ଉପଯୁକ୍ତ ଦିଗ । ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବଢିଥାଏ ।
  • ମନି ପ୍ଲାଣ୍ଟକୁ ଅଗ୍ନି କୋଣ ଅର୍ଥାତ୍ ଦକ୍ଷୀଣ-ପୂର୍ବ ଦିଗରେ ରଖିବାର କାରଣ ହେଉଛି, ଏହି ଦିଗର ଭଗବାନ ଗଣେଶ ଥିବାବେଳେ ଏହାର ପ୍ରତିନିଧୀ ଶୁକ୍ର ଅଟନ୍ତି ।
  • ଆମେ ପ୍ରାୟ ଅଧିକାଂଶ ଲୋକଙ୍କ ଘର ଭିତରେ କିମ୍ବା ଘର ବାହାରେ ମନିପ୍ଲାଣ୍ଟ ଦେଖିଥାଉ । ମନିପ୍ଲାଣ୍ଟ ସୁଖ ଓ ସମୃଦ୍ଧିର ପ୍ରତୀକ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି l ଏହି ଗଛଟି ନକାରାତ୍ମକ ଉର୍ଜା ରହୁଥିବା ଘରେ ଆଦୌ ଭଲରେ ବୃଦ୍ଧି ହୋଇନଥାଏ l ଏମିତିରେ କୁହାଯାଏ ଯେ ମନିପ୍ଲାଣ୍ଟ ଯାହା ଘରେ ଥାଏ ତା ଘରେ ଆର୍ଥିକ ସ୍ଥିତି ଭଲ ରୁହେ ,କିନ୍ତୁ ବେଳେବେଳେ ଏହା ଓଲଟା ପ୍ରଭାବ ମଧ୍ୟ ଦେଖାଇଥାଏ । କିନ୍ତୁ କିଛିଟା ଉପାୟ ରବିବାରଦିନ କରିବା ଦ୍ୱାରା ମଧ୍ୟ ଏହି ଅସୁବିଧାକୁ ଦୂର କରାଯାଇ ପାରିବ l
  • ରବିବାରଦିନଟି ସୂର୍ଯ୍ୟ ପୂଜା ସହିତ ବସ୍ତୁ ଦୃଷ୍ଟିରୁ ମନିପ୍ଲାଣ୍ଟର ମଧ୍ୟ ଅନେକ ମହତ୍ୱ ରହିଛି ,ଏହି ଦିନ ମନିପ୍ଲାଣ୍ଟକୁ ଏପରି କିଛି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।
  • ଲାଲ ରଙ୍ଗ ସ୍ନେହ ,ପ୍ରେମ ,ଯଶ ଓ ଉନ୍ନତିର ପ୍ରତୀକ ଅଟେ । ରବିବାର ଦିନ ନାଲି ରଙ୍ଗର ସାଲୁ କନା ସାହାଯ୍ୟରେ କିଛି ଉପାୟ କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ
  • ସକାଳୁ ସ୍ନାନ ସାରି ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ l ପୂଜା ସାରିବା ପରେ ଗୋଟିଏ ନାଲି ରଙ୍ଗର କପଡା ତାଙ୍କ ପାଦତଳେ ରଖନ୍ତୁ ,ମା ଲକ୍ଷ୍ମୀଙ୍କ ଆରତୀ କରିସାରି କପଡ଼ାରେ ସିନ୍ଦୁର ଲଗାନ୍ତୁ , ଏହାପରେ ମା ଲକ୍ଷ୍ମୀଙ୍କୁ ଧ୍ୟାନକରି ମନିପ୍ଲାଣ୍ଟ ମୂଳରେ ଏହି ନାଲି କାପଡ଼ାକୁ ବାନ୍ଧି ଦିଅନ୍ତୁ । ବାସ୍ତୁ ଅନୁଯାୟୀ ଏହା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ .
Advertisment
Vastu Tips
Advertisment
Advertisment