/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638877221.jpg)
Make swastikas for good luck
ଆମ ଜୀବନରେ ବିଭିନ୍ନ ସମସ୍ୟା ଉପୁଜିଥାଏ । ମାନ୍ୟତା ଓ ବାସ୍ତୁ ଅନୁସାରେ ଘରେ ଏପରି କିଛି ଜିନିଷ କରିବା ଦ୍ୱାରା ଘରେ ସାକାରତ୍ମକ ଶକ୍ତି ସୃଷ୍ଟି ହୁଏ । ବାସ୍ତୁ ଅନୁଯାୟୀ ସ୍ୱସ୍ତିକ ଚିହ୍ନର ମହତ୍ତ୍ୱ ରହିଛି । ଏହା ଘର ଓ ଜୀବନରେ ନେଇ ଆସେ ସୁଖ ଓ ସମୃଦ୍ଧି । ଚାଲନ୍ତୁ ଜାଣିବା ସ୍ୱସ୍ତିକ ଚିହ୍ନକୁ ନେଇ କଣ କହେ ବାସ୍ତୁ
Advertisment
ଘରେ କାହିଁକି କରନ୍ତି ସ୍ୱସ୍ତିକ ଚିହ୍ନ ?
- ଘରର ଅଗଣାର ସ୍ୱସ୍ତିକ କରିବା ଶୁଭଙ୍କର। ପିତୃପକ୍ଷରେ ଘରର ଅଗଣାରେ ଗୋବରରେ ସ୍ୱସ୍ତିକ କରିବା ଦ୍ୱାରା ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ । ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ।
- ସମସ୍ତ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ।
- ଘରର ଠାକୁର ଘରେ ସ୍ୱସ୍ତିକ ଚିହ୍ନ କରି ଏହା ଉପରେ ଦେବାଦେବୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ଓ ଶୁଭଫଳ ମିଳିଥାଏ ।
- ଘରେ ଥିବା ଆଲମିରାରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ସର୍ବଦା ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
- ମା’ଲକ୍ଷ୍ମୀ ପ୍ରସନ୍ନ ରହିଥାଆନ୍ତି। ଘରେ ଧନର ଅଭାବ ହୋଇନଥାଏ।
- ଯେକୌଣସି ପୂଜାର୍ଚ୍ଚନା କରିବା ସମୟରେ ପ୍ରଥମେ ସ୍ୱସ୍ତିକ କରି ପୂଜା କରନ୍ତୁ, ଏହା ଖୁବ ଶୁଭ।
- ଯେଉଁଲୋକେ ପ୍ରତିଦିନ ସକାଳେ ଉଠି ଘରକୁ ସଫାସୁତୁରା କରି ସ୍ନାନ କରି ମନରେ ବିଶ୍ୱାସ ରଖି ମା’ଲକ୍ଷ୍ମୀଙ୍କ ଆଗମନକୁ ମନରେ ରଖି ଏରୁଣ୍ଡି ବନ୍ଧର ପୂଜା କରନ୍ତି, ସେଠାରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି।
- ଏରୁଣ୍ଡି ବନ୍ଧର ୨ ପାଖରେ ସ୍ୱସ୍ତିକ ଚିହ୍ନ କରି ତାହା ଉପରେ ଚାଉଳ ରଖିଲେ ଭଗବାନଙ୍କ ବିଶେଷ କୃପା ମିଳିଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)