Pallipuspa Samal

News Highlights

  • ଠାକୁର ଘରେ ରଖନ୍ତୁ ମୟୂର ପୁଚ୍ଛ, ଘରେ ପ୍ରବେଶ କରେ ସକାରାତ୍ମକ ଶକ୍ତି 

ଭଗବାନ ଶ୍ରୀକୃଷ୍ଣଙ୍କର ମୟୂର ପୁଚ୍ଛ ଅତି ପ୍ରିୟ । ସେଥିଲାଗି ତାଙ୍କ ଶୃଙ୍ଗାରରେ ମୟୂର ପୁଚ୍ଛକୁ ବିଶେଷ ସ୍ଥାନ ଦିଆଯାଇଛି । ଏହା ବିନା ତାଙ୍କର ସ୍ୱରୂପ ଅସମ୍ପୂର୍ଣ୍ଣ ବୋଲି ଜଣାଯାଏ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ଶାସ୍ତ୍ର ଅନୁସାରେ ଘରେ ମୟୁର ପୁଚ୍ଛ ରଖିଲେ ଘର ମଧ୍ୟରେ ସାକରାତ୍କମକ ପରିବେଶ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ମୟୂର ପୁଚ୍ଛ ସହିତ ଜଡିତ କିଛି ବାସ୍ତୁ ଟିପ୍ସ …

ବାସ୍ତୁ ଅନୁସାରେ ମୟୂର ପୁଚ୍ଛର ମହତ୍ତ୍ୱ କଣ ରହିଛି:

  • ଠାକୁର ଘରେ ମୟୂର ପୁଚ୍ଛ ଏବଂ ବଂଶୀକୁ ଏକା ସାଥିରେ ରଖିବା ଦ୍ୱାରା ଘର ମଧ୍ୟରେ ଭଲ ପାଇବା ବଢିବା ସହିତ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ।
  • ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ସହିତ ମୟୂର ପୁଚ୍ଛ ରଖିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ । ସକାରାତ୍ମକ ଭାବନା ଜାଗ୍ରତ ହେବା ସହିତ ଘର ମଧ୍ୟକୁ ନାକାରାତ୍ମକ ଶକ୍ତି ପ୍ରବେଶ କରି ପାରିନଥାଏ ।
  • ଅନେକ ପିଲାଙ୍କୁ ରାତିରେ ଶୋଇବା ସମୟରେ ଡର ଲାଗିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ତକିଆ ତଳେ ମୟୂର ପୁଚ୍ଛ ରଖିବା ଦ୍ୱାରା ସମସ୍ତ ଖରାପ ନଜରରୁ ରକ୍ଷା ମିଳି ଥାଏ ବୋଲି ବିବେଚନା କରାଯାଏ ।
  • ବାସ୍ତୁ ଅନୁସାରେ, ମୟୂର ପୁଚ୍ଛକୁ ଫ୍ରେମ୍ କରି କାନ୍ଥରେ ଲଗାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଘର ମଧ୍ୟକୁ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ।
  • ବାସ୍ତୁ ଶାସ୍ତ୍ର ଅନୁଯାୟୀ ମୟୂର ପୁଚ୍ଛ ସହିତ ୨୧ ଥର ଗ୍ରହ ମନ୍ତ୍ର ପଢି, ତାହା ଉପରେ ଜଳ ସିଞ୍ଚନ କରି ଏକ ଏମିତି ସ୍ଥାନରେ ରଖିବେ ଯେମିତିକି ତାହା ଉପରେ ସମସ୍ତଙ୍କ ନଜର ରହୁଥିବ । ଏହା ଦ୍ୱାରା ରାହୁ ଦୋଷ ଦୂର ହେବା ସହିତ ଜୀବନରେ ସବୁ ମଙ୍ଗଳମୟ ହୋଇଥାଏ ବୋଲି ବିବେଚନା କରାଯାଏ ।

Other Stories

  • Bhagyarekha | Know Your Horoscope For Today 07 November 2021 | OTV
    Lifestyle ଆପଣଙ୍କ ଦିନ ଆଜି କେମିତି କଟିବ ଜାଣନ୍ତୁ

    ଆଜି ଦିନଟି ଭଲରେ ଅତିବାହିତ ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ସହିବାର ସମ୍ଭାବନା । ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ...

  • vastu and money plant
    Lifestyle ଘରେ ଲଗାନ୍ତୁ ମନି ପ୍ଲାଣ୍ଟ, ଦୂର ହେବ ସଙ୍କଟ

    ସାଧାରଣତଃ ଘରେ ବେଳେ ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ,ଯେପରିକି ଆର୍ଥିକ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ପାରିବାରିକ କଳହ ସମସ୍ୟା । ବାସ୍ତୁ ଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ବିଭିନ୍ନ ଉପାୟରେ ସମାଧାନ ହୋଇପାରିବ । ମନିପ୍ଲାଣ୍ଟ ଗୋଟିଏ...

  • vastu tips for money
    Lifestyle ଘରେ ରହିବ ନାହିଁ ଆର୍ଥିକ ସମସ୍ୟା,ଜାଣନ୍ତୁ କିପରି

    ବହୁ ଲୋକ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି ହେଲେ ଅର୍ଥ ସଞ୍ଚୟ କରିପାରନ୍ତି ନାହିଁ । କାରଣ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ ।...

  • bat in House
    Lifestyle ଘରକୁ ବାଦୁଡ଼ି ପ୍ରବେଶ କରିବା ହୋଇଥାଏ ଅଶୁଭ

    ଶାସ୍ତ୍ରରେ ପଶୁ ପକ୍ଷୀଙ୍କ ଶୁଭ ଅଶୁଭ ସଂକେତ ସମ୍ପର୍କରେ କୁହାଯାଇଛି । ବେଳେବେଳେ ଜୀବନରେ ହେବାକୁ ଥିବା ଭଲ ଖରାପ ଘଟଣା ଆଡକୁ ଏହି ପଶୁ ପକ୍ଷୀ ସଂକେତ ଦେଇଥାନ୍ତି । ଘରେ ବାଦୁଡ଼ି ଦେଖାଦେଲେ କିମ୍ବା ଘର...