/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638530959.jpg)
' Good Friday'
ଶୁକ୍ରଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଶୁକ୍ରବାର ଖୁବ ଶୁଭ ଦିନ ବୋଲି ମାନ୍ୟତା ରହିଛି। ଶୁକ୍ରଙ୍କ କୃପାରୁ ସୁଖଶାନ୍ତି, ସମୃଦ୍ଧି, ବୈଭବ ଓ ଘରେ ଆର୍ଥିକ ଉନ୍ନତି ହୋଇଥାଏ। ତେବେ ଜାଣନ୍ତୁ ଶୁକ୍ରବାର ପାଇଁ କିଛି ସରଳ ଉପାୟ….
Advertisment
- ଶୁକ୍ରବାର ଦିନ ପ୍ରାତଃ ସମୟରେ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ମା’ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ।
- ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ।
- ମା’ଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ ।
- ଶୁକ୍ରବାର ଦିନ ଖିରି ପ୍ରସ୍ତୁତ କରି ସେଥିରେ କିଛି କେସର ପକାନ୍ତୁ।
- ଏହାପରେ ମା’ଲକ୍ଷ୍ମୀଙ୍କ ନିକଟରେ ଏହି ଖିରୀ ଭୋଗ କରନ୍ତୁ।
- ଆଉ କିଛି ଖିରୀକୁ ୩ଟି ଶିଶୁ କନ୍ୟାକୁ ଖାଇବାକୁ ଦିଅନ୍ତୁ।
- ଏହାସହ କିଛି ଦକ୍ଷିଣା ଓ ହଳଦିଆ ବସ୍ତ୍ର ମଧ୍ୟ ଦିଅନ୍ତୁ।
- ଏହା ଦ୍ୱାରା ମା’ଙ୍କ ଖୁବ କୃପା ମିଳିଥାଏ ।
- ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଶୁକ୍ରବାର ଦିନ ପ୍ରେମୀ ପକ୍ଷୀଯୁଗଳଙ୍କ ସୋ ପିସ୍ ଆଣି ଶୟନ କକ୍ଷରେ ରଖନ୍ତୁ।
- ଶୁକ୍ରବାର ଦିନ ଧବଳ ବସ୍ତ୍ର,ଅତର (ପରଫ୍ୟୁମ) ଆଦି ଦାନ କରନ୍ତୁ।
- ଏହାଛଡା ନିଜେ ମଧ୍ୟ ପରଫ୍ୟୁମ ବ୍ୟବହାର କରନ୍ତୁ ।
- ଜାତକରେ ଶୁକ୍ରଙ୍କ ଉତ୍ତମ ସ୍ଥିତି ପାଇଁ ଶୁକ୍ରବାର ଦିନ ଶୁକ୍ର ସ୍ତୋତ୍ର ପାଠ କରନ୍ତୁ ।
- ଏହାଦ୍ୱାରା ଶୁକ୍ରଙ୍କ ଉତ୍ତମ ଓ ଶୁଭଫଳ ପ୍ରାପ୍ତି ହୋଇଥାଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)