/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635166845.jpg)
Kartik Month
ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି । କାର୍ତ୍ତିକ ମାସକୁ ପବିତ୍ର ମାସ ମଧ୍ୟ କୁହାଯାଏ । ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସର ଅନେକ ମହତ୍ତ୍ୱ ରହିଛି । ଏହି ମାସରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ବିଶେଷ ପୂଜା କରାଯାଏ । ଏହାସହ ଏହି ମାସରେ ତୁଳସୀ ଚଉରା ପୂଜାର ମଧ୍ୟ ଅନେକ ମହତ୍ତ୍ୱ ଅଛି। ଏହି ମାସରେ ପବିତ୍ର ନଦୀରେ ସ୍ନାନ ଓ ଦାନ ପୁଣ୍ୟର ମଧ୍ୟ ପରମ୍ପରା ରହିଛି। ପବିତ୍ର ନଦୀରେ ସ୍ନାନ କଲେ ଓ ଦାନ କଲେ ପୁଣ୍ୟ ମିଳିଥାଏ ।
Advertisment
Also Read
ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ କାର୍ତ୍ତିକ ମାସ ମହତ୍ତ୍ୱପୂର୍ଣ୍ଣ । ଏହି ମାସରେ ଖାଦ୍ୟ ପାନୀୟ କିଛି ବିଶେଷ ନିୟମ ରହିଛି । ଏହି ମାସରେ କେଉଁ ଜିନିଷ ଖାଇବା ଉଚିତ ଓ କେଉଁ ଜିନିଷଠୁ ଦୁରେଇ ରହିବ ଉଚିତ ତାହା ନିଶ୍ଚୟ ଜାଣିବା ଦରକାର। ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ ।
Advertisment
- କାର୍ତ୍ତିକ ମାସରେ ମାସ, ମାଂସ ଆଦି ଆମିଷ ସେବନ କରିବା ଭଲ ନୁହେଁ ବୋଲି କୁହାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ମତ୍ସ୍ୟ ଅବତାରରେ ରୁହନ୍ତି । ସେଥିପାଇଁ ଏହି ମାସରେ ମାଛ ଖାଇବା ଉଚିତ ନୁହେଁ।
- ସେହିପରି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦୂଷିତ ଜିନିଷ ସେବନ ଦ୍ୱାରା ବ୍ୟକ୍ତି ରୋଗରେ ପୀଡିତ ହୋଇଥାଏ । ଦୂଷିତ ପାଣି ଯୋଗୁଁ ମାଛରେ ମଧ୍ୟ ସଂକ୍ରାମକ ରୋଗ ହେବାର ଆଶଙ୍କା ଥାଏ । ସେଥିପାଇଁ କାର୍ତ୍ତିକ ମାସରେ ମାଛ ଖାଇବା ଉଚିତ ନୁହେଁ ।
- କାର୍ତ୍ତିକ ମାସରେ ହରଡ ଓ ଚଣା ଡାଲି ସେବନ କରିବା ମଧ୍ୟ ଲାଭକାରୀ ନୁହେଁ ବୋଲି ମାନ୍ୟତା ରହିଛି । ଏହି ଡାଲି ସେବନ ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଥାଏ।
- କାର୍ତ୍ତିକ ମାସରେ ଦହି ସେବନ ମଧ୍ୟ କରିବା ଉଚିତ ନୁହେଁ ବୋଲି କୁହାଯାଏ । ଦହି ବଦଳରେ କ୍ଷୀର ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ।
- କାର୍ତ୍ତିକ ମାସରେ ଥଣ୍ଡା ପାଣି ମଧ୍ୟ ପିଇବା ଉଚିତ ନୁହେଁ । ଏହି ମାସରେ ଥଣ୍ଡା ଦ୍ରବ୍ୟଠୁ ଦୁରେଇ ରହିବା ଉଚିତ। ଏହାଦ୍ୱାରା ସ୍ୱାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ଥାଏ । ଶ୍ୱାସ ରୋଗୀ କାର୍ତ୍ତିକ ମାସରେ ବିଶେଷ ସଚେତନ ରହିବା ଆବଶ୍ୟକ। ଆଷାଢ଼ ମାସରେ ବର୍ଷା ଓ ବନ୍ୟା ଯୋଗୁଁ ଜଳ ଦୂଷିତ ହୋଇଯାଇଥାଏ । ସେଥିପାଇଁ ଏହି ମାସରରେ ଏହି ସବୁ ଜିନିଷରୁ ଦୂରେଇ ରହିବା ଉଚିତ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
/odishatv-khabar/media/member_avatars/uploadimage/library/16_9/16_9_1/IMAGE_1641879874.jpeg )




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)