Advertisment

Daily Horoscope, 08 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା ଡିସେମ୍ବର ୮ ତାରିଖ, ବୁଧବାର, ବିଛା ୨୩ ଦିନ, ମାର୍ଗଶିର ମାସ ଶୁକ୍ଳପକ୍ଷ, ପଞ୍ଚମୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

author-image
Rajalaxmi Sahoo
Daily Horoscope

Daily Horoscope

ଆଜି ୨୦୨୧ ମସିହା ଡିସେମ୍ବର ୮ ତାରିଖ, ବୁଧବାର, ବିଛା ୨୩ ଦିନ, ମାର୍ଗଶିର ମାସ ଶୁକ୍ଳପକ୍ଷ, ପଞ୍ଚମୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Advertisment

ମେଷ: ଆଜି ପ୍ରତ୍ୟେକଟି କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିପାରେ। କୌଣସି  ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ  ଅନୁକୂଳ ବାତାବରଣ ସୃଷ୍ଟି ହେବ।
ପ୍ରତିକାର-:  ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ: ଆଜି ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ମଧ୍ୟାହ୍ନରେ ଚିନ୍ତା ଦୂର ହେବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିପାରେ। କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ।
ପ୍ରତିକାର-: ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ୧୦ ଥର ଜପ କରନ୍ତୁ

Advertisment

ମିଥୁନ: ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ ଦେଖା ଦେବ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। 
ପ୍ରତିକାର-: ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

କର୍କଟ: ଆଜି ଜଗି ରଖି ଚଳନ୍ତୁ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ। ନିଜ ଜିଦରେ ଅଟଳ ରହିପାରନ୍ତି। ଗତକାଲି ଠାରୁ ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ପ୍ରତିକ୍ଷୀତ ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି।
ପ୍ରତିକାର-: ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

ସିଂହ: ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ  ଦିଅନ୍ତୁ। ପରିବାରରେ ମନାନ୍ତର ମତାନ୍ତର ଦେଖାଦେବ। ଆକସ୍ମିକ ଦୂରଯାତ୍ରା କରିପାରନ୍ତି। 
ପ୍ରତିକାର-:  ନିରାଶୟାଷ୍ଟକ  ପାଠ କରନ୍ତୁ

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ। ବନ୍ଧୁମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।  
ପ୍ରତିକାର-: ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଜପ କରନ୍ତୁ                               

ତୁଳା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ। ବାଣିଜ୍ୟ ,ବ୍ୟବସାୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ। ସରକାରୀ ସ୍ତରରୁ ହଠାତ୍ କୋଣସି ଘଟଣା ମନକୁ ବିବ୍ରତ କରିପାରେ। ଅପରାହ୍ନରେ ଖୁସି  ଖବର ପାଇପାରନ୍ତି।
ପ୍ରତିକାର-: ହନୁମାନ ଚାଳିଶା ପାଠ କରନ୍ତୁ

ବିଛା: ସ୍ୱାସ୍ଥ୍ୟ ଭଲ ରହିବ। ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇଯିବ। କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି। 
ପ୍ରତିକାର-: ସିଦ୍ଧି କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ

ଧନୁ: ନିଜ ଲୋକମାନେ ନିକଟରୁ କ୍ରମଶଃ ଦୂରେଇ ଯାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରିପାରିବେ ନାହିଁ। 
ପ୍ରତିକାର-: ମା କାଳୀଙ୍କୁ ଦର୍ଶନ କରିବା ସହିତ ରାଶି ତେଲର ଦୀପଟିଏ ଜାଳନ୍ତୁ

ମକର: ଭୁଲ୍ ବୁଝାମଣା ଜନିତ ହଠାତ୍ ବନ୍ଧୁଙ୍କ ବ୍ୟବହାରରେ ପରିବତ୍ତର୍ନ ହେତୁ ଦୁଃଶ୍ଚିନ୍ତା ବଢିଯାଇପାରେ। ଆଶାନୁଯାୟୀ ଅର୍ଥ ମିଳିବ। ଆଜି କର୍ମକ୍ଷେତ୍ରରେ ସଫଳତା ମିଳିପାରେ।  
ପ୍ରତିକାର-: କନକ ଧାର ସ୍ତୋତ୍ର ପାଠ କରନ୍ତୁ

କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି। ଅନ୍ୟମାନଙ୍କ ମନଗଢ଼ା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ। 
ପ୍ରତିକାର-: ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରରେ ନାରାୟଣଙ୍କୁ ତୁଳସୀ ଚନ୍ଦନ ଅର୍ପଣ କରନ୍ତୁ

ମୀନ: ଭାବପ୍ରବଣତାରେ କାର୍ଯ୍ୟ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅଜଣା ବ୍ୟକ୍ତି ମିତ୍ରଭାବ ପୋଷଣ କରିପାରନ୍ତି।
ପ୍ରତିକାର- ଶିବ ପଞ୍ଚାକ୍ଷର ମନ୍ତ୍ର ପାଠ କରନ୍ତୁ

Daily Horoscope
Advertisment
Advertisment