Advertisment

ଦଶମ ପାସ୍‌ କରିଥିଲେ ରେଳବାଇର ଏହି ପୋଷ୍ଟରେ ଆପଣ ବି ପାଇପାରିବେ ଚାକିରି

ସରକାରୀ ଚାକିରି ଆଶାୟୀର୍ଥୀଙ୍କ ପାଇଁ ବଡ଼ ଖବର। ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହାରି ମଧ୍ୟରେ ଆବେଦନ ପ୍ରକ୍ରିୟା ମଧ୍ୟ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି ଅର୍ଥାତ୍ ୦୧ ସେପ୍ଟେମ୍ବର ହିଁ ରହିଛି

author-image
Sarbeswar
undefined

railways

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀର୍ଥୀଙ୍କ ପାଇଁ ବଡ଼ ଖବର। ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହାରି ମଧ୍ୟରେ ଆବେଦନ ପ୍ରକ୍ରିୟା ମଧ୍ୟ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି ଅର୍ଥାତ୍ ୦୧ ସେପ୍ଟେମ୍ବର ହିଁ ରହିଛି। ଉତ୍ତର-କେନ୍ଦ୍ରୀୟ ରେଳବାଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀମାନେ ଆଜି ସରକାରୀ ୱେବସାଇଟ୍ rrcpryj.org କୁ ଭିଜିଟ୍‌ କରି ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ, ୧୬୬୪ ପଦବୀରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି।

Advertisment

ଉତ୍ତର କେନ୍ଦ୍ରୀୟ ରେଳବାଇ (RRC / NCR) ଅନୁଯାୟୀ ବିଭିନ୍ନ ବିଭାଗରେ ଶିକ୍ଷାର୍ଥୀ ପଦ ପାଇଁ ପ୍ରାର୍ଥୀ ନିଯୁକ୍ତି ପାଇବେ।

Advertisment

ଆବେଦନ ତାରିଖ : ଅନଲାଇନ୍ ପ୍ରକ୍ରିୟା ଆରମ୍ଭ - ୦୨ ଅଗଷ୍ଟ ୨୦୨୧ ରହିଥିବା ବେଳେ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ୦୧ ସେପ୍ଟେମ୍ବର ଅର୍ଥାତ୍‌ ଆଜି ହିଁ ରହିଛି। ରେଳବାଇ ନିଯୁକ୍ତି ପଦବୀର ବିବରଣୀ: ପ୍ରୟାଗରାଜ ଡ଼ିଭିଜନ୍‌ରେ ୩୬୪ ଟି, ପ୍ରୟାଗରାଜ ବିଦ୍ୟୁତ୍ ଡିଭିଜନରେ ୩୩୯ ଟି ପଦବୀ, ଝାନ୍ସି ଡ଼ିଭିଜନ୍‌ରେ ୪୮୦ ଟି ପଦବୀ, ଜାହ୍ନବୀ ଡ଼ିଭିଜନ୍‌ରେ ୧୮୫ ଟି ପଦବୀ, ଏବଂ ଆଗ୍ରା ଡ଼ିଭିଜନ୍‌ରେ ମୋଟ୍‌ ୨୯୬ ଟି ପଦବୀ ଖାଲି ରହିଛି। ତେଣୁ ଏ ସମସ୍ତ ପଦବୀ ପୂର୍ଣ୍ଣ କରିବାକୁ ରେଳବାଇ ଅଂଟା ଭିଡ଼ିଛି।

ନର୍ଥ-ସେଂଟ୍ରାଲ ରେଲୱେ (RRC / NCR) ନିଯୁକ୍ତି ପାଇବାକୁ ହେଲେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପ୍ରାର୍ଥୀ ନିଶ୍ଚିତ ଭାବରେ ଦଶମ ପାସ୍ କରିଥିବାର ଆବଶ୍ୟକତା ରହିଛି। ଏହା ବ୍ୟତୀତ ପ୍ରାର୍ଥୀଙ୍କ ପାଇଁ ସମ୍ପୃକ୍ତ ବିଭାଗରେ ପାଠ ପଢ଼ାର ସାର୍ଟିଫିକେଟ୍ ରହିବା ମଧ୍ୟ ଆବଶ୍ୟକ ରହିଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ୧୫ ରୁ ୨୪ ବର୍ଷ ମଧ୍ୟରେ ବୟସ ହୋଇଥିବା ଦରକାର। ପ୍ରାର୍ଥୀ ଚୟନ ଯୋଗ୍ୟତା ଆଧାରରେ କରାଯିବ। ଏହି ଯୋଗ୍ୟତା ଦଶମ ପରୀକ୍ଷା ଏବଂ ITI ରେ ଆବେଦନକାରୀ ରଖିଥିବା ମାର୍କ ଆଧାରରେ ହିଁ ପ୍ରସ୍ତୁତ ହେବ। ତେବେ ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଜେନେରାଲ, ଓବିସି ଏବଂ ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏସସି / ଏସଟି ଏବଂ ମହିଳାଙ୍କ ପାଇଁ ଆବେଦନ ସଂପୂର୍ଣ୍ଣ ମାଗଣା ଅଟେ।

India JOB Indian Raillway
Advertisment
Advertisment