Advertisment

ଓଡିଶା ପୋଲିସ୍ ନିଯୁକ୍ତି : ୨୪୪ କନଷ୍ଟେବଳ ପଦବୀ ପାଇଁ ଆବେଦନ

ଚୁକ୍ତିଭିତ୍ତିକ ଭିତ୍ତିରେ ଓଡିଶା ପୋଲିସ୍ ସିଗ୍‌ନାଲ୍ ସେବା ପାଇଁ ୨୪୪ କନଷ୍ଟେବଳ ପଦବୀ (ଯୋଗାଯୋଗ) ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଓଡିଶା ପୋଲିସ ଚୟନ ବୋର୍ଡ ଆମନ୍ତ୍ରଣ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Odisha Police Recruitment

Odisha Police Recruitment

ଚୁକ୍ତିଭିତ୍ତିକ ଭିତ୍ତିରେ ଓଡିଶା ପୋଲିସ୍ ସିଗ୍‌ନାଲ୍ ସେବା ପାଇଁ ୨୪୪ କନଷ୍ଟେବଳ ପଦବୀ (ଯୋଗାଯୋଗ) ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଓଡିଶା ପୋଲିସ ଚୟନ ବୋର୍ଡ ଆମନ୍ତ୍ରଣ କରିଛି।

Advertisment

ବୁଧବାର ଜାରି କରାଯାଇଥିବା ବୋର୍ଡର ବିଜ୍ଞପ୍ତି ଅନୁଯାୟୀ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀମାନେ ମଧ୍ୟ ଏହି ପଦ ପାଇଁ ଆବେଦନ କରିପାରିବେ। ତେବେ ଏହି ପଦବୀ ପାଇଁ PwD ପ୍ରାର୍ଥୀମାନେ ଆବେଦନ କରି ପାରିବେ ନାହିଁ।

ମୁଖ୍ୟ ତାରିଖ:

ଆବେଦନଗୁଡ଼ିକର ଅନ୍‌ଲାଇନ୍ ଦାଖଲ ଆରମ୍ଭ : ୧୩ ସେପ୍ଟେମ୍ବର ୨୦୨୧

ଅନ୍‌ଲାଇନ୍ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ : ୪ ଅକ୍ଟୋବର ୨୦୨୧

Advertisment

ଯୋଗ୍ୟତା:

ବୟସ : ୦୧। ୦୧।୨୦୨୧ ସୁଦ୍ଧା ୧୮ ବର୍ଷରୁ କମ୍ ଏବଂ ୨୩ ବର୍ଷରୁ ଅଧିକ ବୟସ ହେବା ଉଚିତ ନୁହେଁ।

ବୟସ ଛାଡ: ST, SC. SEBC, ହୋମଗାର୍ଡ ଏବଂ ମହିଳା ପ୍ରାର୍ଥୀ କ୍ଷେତ୍ରରେ ୫ ବର୍ଷ। ହୋମ୍‌ ଗାର୍ଡଙ୍କ କ୍ଷେତ୍ରରେ ବିଜ୍ଞାପନ ପ୍ରକାଶିତ ହେବାର ଦିନ ଠାରୁ କୌଣସି ବିନା ବାଧାରେ ୩ ବର୍ଷ ସମାପ୍ତ କରିଥିବା ଉଚିତ ଏବଂ ୦୧. ୦୧. ୨୦୨୧ ସୁଦ୍ଧା ୨୮ ବର୍ଷରୁ କମ୍ ହେବା ଉଚିତ।

ଗ୍ରୁପ୍-ଡି କର୍ମଚାରୀଙ୍କ କ୍ଷେତ୍ରରେ, ପ୍ରାର୍ଥୀମାନେ ଗ୍ରୁପ୍-ଡି ପୋଷ୍ଟରେ ଅତି କମରେ ୫ ବର୍ଷ ନିରନ୍ତର ସେବା ପ୍ରଦାନ କରିଥିବା ଆବଶ୍ୟକ ଏବଂ ୪୩ ବର୍ଷରୁ କମ୍ ବୟସ ହେବା ଜରୁରୀ।

ଶିକ୍ଷାଗତ ଯୋଗ୍ୟତା :

କ) ବିଜ୍ଞାନରେ +2 ପରୀକ୍ଷା କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ (1) ପଦାର୍ଥ ବିଜ୍ଞାନ (2) ରସାୟନ ବିଜ୍ଞାନ ଏବଂ (3) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କିମ୍ବା ଅନ୍ୟ ଅନୁମୋଦିତ ବୋର୍ଡ କିମ୍ବା କାଉନସିଲରେ ଗଣିତ କିମ୍ବା ଇଲେକ୍ଟ୍ରୋନିକ୍ସ କିମ୍ବା ଷ୍ଟାଟିଷ୍ଟିକ୍ କିମ୍ବା କମ୍ପ୍ୟୁଟର ସାଇନ୍ସ କିମ୍ବା ସୂଚନା ପ୍ରଯୁକ୍ତିବିଦ୍ୟାରେ ପାସ୍ ହୋଇଥିବା କିମ୍ବା ରାଜ୍ୟ କାଉନ୍‌ସିଲ୍ ଦ୍ୱାରା ଅନୋମୋଦିତ/ପ୍ରଦତ ଇଞ୍ଜିନିୟରିଂ ବିଷୟଗୁଡ଼ିକରେ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣରେ ୩ ବର୍ଷର ଡିପ୍ଲୋମା ପାଠ୍ୟକ୍ରମରେ ପାସ୍ ହେବା ଉଚିତ।

ଖ) ଉଚ୍ଚ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ଓଡିଆ ରଖି ପାସ୍ ହେବା ଜରୁରୀ କିମ୍ବା ଓଡିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ଅନୁଷ୍ଠାନରୁ ଓଡିଆ ଭାଷାରେ ପାସ୍ କରିଥିବା ଉତିତ।

ପରୀକ୍ଷା ଯୋଜନା :

- କମ୍ପ୍ୟୁଟର ଆଧାର ନିଯୁକ୍ତି ପରୀକ୍ଷା

- ଶାରୀରିକ ମାନକ ମାପ

- ଶାରୀରିକ ଦକ୍ଷତା ପରୀକ୍ଷା

ପରୀକ୍ଷା ଦେୟ :

ଏସ୍‌ସି ଏବଂ ଏସ୍‌ଟି ବର୍ଗ ବ୍ୟତୀତ ପ୍ରାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ୨୨୦ ଟଙ୍କା ପରୀକ୍ଷା ଫି ଦେବେ।

Odisha Jobs 2021 Odisha Police
Advertisment
Advertisment