• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଚାକିରୀ କରିବାକୁ ଇଚ୍ଛା ରଖିଛନ୍ତି କି?

  • ସରକାରୀ ଚାକିରି ପାଇଁ ଏଇଠି କରନ୍ତୁ ଆବେଦନ

  • ମିଳିବ ଉଚ୍ଚ ବେତନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସର୍କଲରେ ଗ୍ରାମୀଣ ଡାକ ସେବକ (ଜିଡିଏସ୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ ୧୯ ଅଗଷ୍ଟ, ୨୦୨୧ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ଭାରତୀୟ ଡାକ ବିଭାଗ ନିଯୁକ୍ତି ୨୦୨୧, ଭ୍ୟାକାନ୍ସି ଡିଟେଲ୍ସ

ପୋଷ୍ଟ- ଗ୍ରାମୀଣ ଡାକ ସେବକ (GDS), ଏଥିରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (BPM), ଆସିଷ୍ଟଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର(ABPM) ଓ ଡାକ ସେବକ ପଦ ଅନ୍ତର୍ଭୁକ୍ତ ।

ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୨,୩୭୫

ଭାରତୀୟ ଡାକ ବିଭାଗ ପୋଷ୍ଟ ବା ଜିଡିଏସ୍ ୨୦୨୧ ପାଇଁ ଶିକ୍ଷାଗତ ଯୋଗ୍ୟତା:-

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ନିକଟରେ, ଦଶମ ଶ୍ରେଣୀ ସାର୍ଟିଫିକେଟ୍ ସହ ଗଣିତ, ସ୍ଥାନୀୟ ଭାଷା ଏବଂ ଇଂରାଜୀରେ ପାସ୍‌ମାର୍କ ରଖିଥିବା ଆବଶ୍ୟକ । ସେମାନଙ୍କ ସାର୍ଟିଫିକେଟ ଭାରତ ସରକାର କିମ୍ବା ରାଜ୍ୟ ସରକାର କିମ୍ବା କେନ୍ଦ୍ରଶାସିତ ଅଂଚଳର ସ୍ୱୀକୃତି ପ୍ରାପ୍ତ ହୋଇଥିବା ଆବଶ୍ୟକ ।

ସ୍ଥାନୀୟ ଭାଷା ଉପରେ ଅଧିକ ଜ୍ଞାନ ରହିଥିବା ଆବ୍ୟଶ୍ୟକ । ଅନ୍ୟୁନ ୧୦ ଶ୍ରେଣୀ ପର୍ଯ୍ୟନ୍ତ ସ୍ଥାନୀୟ ଭାଷାରେ ପାଠ ପଢ଼ିଥିବା ଆବଶ୍ୟକ ।

ସାଧାରଣ କମ୍ପ୍ୟୁଟର ଜ୍ଞାନ: ଉପରୋକ୍ତ ସମସ୍ତ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ସାଧାରଣ କମ୍ପ୍ୟୁଟର ଜ୍ଞାନ ରହିବା ନିହାତି ଆବଶ୍ୟକ । ଯେକୌଣସି କମ୍ପ୍ୟୁଟର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରୁ ପ୍ରାର୍ଥୀ ଅନ୍ୟୁନ ୬୦ ଦିନିଆ କୋର୍ସ କରିଥିବା ଜରୁରୀ । ଏହି କୋର୍ସର ପ୍ରମାଣ ପତ୍ର ମଧ୍ୟ ଦେବାକୁ ହେବ । ତେବେ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ ସାର୍ଟିଫିକେଟ୍‌ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥିବା ଆବଶ୍ୟକ । ଏହାସହ ଘରୋଇ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟ ଅଧିନରେ ହୋଇଥିବା ଆବଶ୍ୟକ ।

ଯଦି କୌଣସି ପ୍ରାର୍ଥୀ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀରେ କମ୍ପ୍ୟୁଟର ବିଷୟ ରଖିଥିବେ ତେବେ ସେମାନଙ୍କୁ ଏକ୍ସଟ୍ରା କମ୍ପ୍ୟୁଟର ସାର୍ଟିଫିକେଟ୍‌ ଦେବା ଆବଶ୍ୟକ ନାହିଁ । ଏହାସହ ଯଦି କେହି ପ୍ରାର୍ଥୀ କମ୍ପ୍ୟୁଟରକୁ ନେଇ ଉଚ୍ଚ ଶିକ୍ଷା ଲାଭ କରିଥିବେ ତେବେ ସେମାନଙ୍କ ପାଇଁ ମଧ୍ୟ ଏହି ସାର୍ଟିଫିକେଟର ଆବଶ୍ୟକତା ନାହିଁ ।

ଭାରତୀୟ ଡାକ ବିଭାଗ ପୋଷ୍ଟ ଜିଡିଏସ୍ ୨୦୨୧ ପାଇଁ ବୟସ ସୀମା:-

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ ମଧ୍ୟରେ ହୋଇଥିବା ଆବଶ୍ୟକ । ୨୦ ଜୁଲାଇ ୨୦୨୧କୁ ଆଧାର କରି ପ୍ରାର୍ଥୀଙ୍କ ବୟସ ଗଣନା କରାଯିବ । ତେବେ ଏହି ପଦବୀ ପାଇଁ ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କୁ ୫ ବର୍ଷ କୋହଳ କରାଯାଇଛି । ଆର୍ଥାତ୍‌ ସେମାନେ ୪୫ ବର୍ଷ ବୟସ୍କ ହୋଇଥିଲେ ମଧ୍ୟ ଆବେଦନ କରିପାରିବେ । ସେହିଭଳି ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ କୋହଳ କରାଯାଇଛି । ଅନ୍ୟପଟେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ ପାଇଁ ଏହା ୧୦ ବର୍ଷ କୋହଳ କରାଯାଇଛି । ଖାଲି ସେତିକି ନୁହେଁ ଭିନ୍ନକ୍ଷମ ସହ ଯଦି ଏସ୍‌ସିଏସ୍‌ଟି ହୋଇଥାନ୍ତି ତେବେ ୧୩ ବର୍ଷ କୋହଳ କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଆର୍ଥିକ ଦୃଷ୍ଟି କୋଣରୁ ଦୁର୍ବଳ ବର୍ଗଙ୍କ କୌଣସି ସଂରକ୍ଷଣ ନାହିଁ ।

ବେତନ ବିବରଣୀ:-

ବ୍ରାଞ୍ଚ ପୋଷ୍ଟ ମାଷ୍ଟର (BPM): ୧୨,୦୦୦ରୁ ୧୪,୫୦୦ ଟଙ୍କା ।

ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର (ABPM) / ଡାକ ସେବକ: ୧୦,୦୦୦ ରୁ ୧୨,୦୦୦ ଟଙ୍କା ।

ଚୟନ ମାନଦଣ୍ଡ:

ୱେବ୍‌ସାଇଟ୍‌ରେ ଦିଆଯାଇଥିବା ନିୟମକୁ ଆଧାର କରି ଏବଂ ଅନଲାଇନ୍‌ରେ ଦାଖଲ ହୋଇଥିବା ପ୍ରାର୍ଥୀଙ୍କ ତଥ୍ୟକୁ ଆଧାର କରି ଅଟୋମେଟେଡ୍‌ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଉଚ୍ଚଶିକ୍ଷା ଯୋଗ୍ୟତା ପାଇଁ କୌଣସି ଅଧିକ ଗୁରୁତ୍ୱ ନାହିଁ । କେବଳ ଦଶମ ଶ୍ରେଣୀରେ ରଖାଯାଇଥିବା ମାର୍କକୁ ଆଧାର କରି ମେରିଟ୍‌ ଲିଷ୍ଟ ପ୍ରସ୍ତୁତ ହେବ ।

ଦେୟ:-

ଓସି/ଓବିସି/ଇଡବ୍ଲ୍ୟୁଏସ୍‌ ପୁରଷ/ପୁରୁଷ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ତେବେ ମହିଳା ଓ ମହିଳା ଟ୍ରାନ୍ସଜେଣ୍ଡରଦୂୱନଙ୍କ ପାଇଁ କୌଣସି ଦେୟ ଦେବାକୁ ହେବ ନାହିଁ । ଖାଲି ସେତିକି ନୁହେଁ ଦିବ୍ୟାଙ୍କ କିମ୍ବା ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ କୌଣସି ଦେୟ ନାହିଁ ।

ଇଣ୍ଡିଆ ପୋଷ୍ଟ GDS ନିଯୁକ୍ତି ୨୦୨୧ ପାଇଁ ଆବେଦନ ପ୍ରକ୍ରିୟା:

ପ୍ରଥମେ ଇଣ୍ଡିଆ ପୋଷ୍ଟ ଅଫିସିଆଲ୍ ୱେବସାଇଟ୍- https://appost.in/gdsonline/ ଲିଙ୍କରେ କ୍ଲିକ୍‌ କରନ୍ତୁ । ଏହା ପରେ ହୋମ୍‌ପେଜ୍‌ରେ ଥିବା ରେଜିଷ୍ଟ୍ରେସନ୍‌ ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ ରେଜିଷ୍ଟ୍ରେସନ ପାଇଁ ଗୋଟିଏ ପରେ ଗୋଟିଏ ସୋପାନ ପୁରଣ କରନ୍ତୁ ।