/odishatv-khabar/media/post_attachments/uploadimage/library/16_9/16_9_0/Amazon_1630743265.jpg)
Amazon
ନୂଆଦିଲ୍ଲୀ: ଯଦି ଆପଣ ଚାକିରି ଖୋଜୁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ହୁଏତ ଏହା ଏକ ଖୁସି ଖବର। ଆମାଜନ୍ ଇଣ୍ଡିଆ (Amazon) ଚଳିତ ବର୍ଷ ୮୦୦୦ ପଦବୀରେ ନିଯୁକ୍ତି ଦେବା ଲାଗି ଯୋଜନା କରୁଥିବା ଜଣାପଡ଼ିଛି। ଆଶାୟୀ ପ୍ରାର୍ଥୀଙ୍କୁ ସିଧାସଳଖ ଏହି ପଦବୀରେ ଭର୍ତ୍ତି କରାଯିବ। ଦେଶର ୩୫ ସହରରେ କର୍ପୋରେଟ୍, ଟେକ୍ନୋଲୋଜି, କଷ୍ଟମର କେୟାର ସର୍ଭିସ୍ ଓ ଅପରେସନ୍ ରୋଲ୍ସ୍ ପଦବୀ ପାଇଁ ଏହି ଭର୍ତ୍ତି କରାଯିବ। ୩୫ ସହର ମଧ୍ୟରେ ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଗୁରୁଗ୍ରାମ, ମୁମ୍ବାଇ, କୋଲକାତା, ନୋଏଡା, ଅମୃତସର, ଅହମଦାବାଦ, ଭୋପାଳ, କୋଏମ୍ବଟୁର, ଜୟପୁର, କାନପଚର, ଲୁଧିଆନା, ପୁଣେ, ସୁରତ ଆଦି ସାମିଲ ଅଛି।
ଇଣ୍ଡିଆନ୍ ଏକ୍ସପ୍ରେସ୍ର ରିପୋର୍ଟ ଅନୁସାରେ, ଆମାଜନ୍ ଇଣ୍ଡିଆ ୨୦୨୫ ସୁଦ୍ଧା ସିଧାସଳଖ କିମ୍ବା ପରୋକ୍ଷ ଭାବେ ପାଖାପାଖି ୨୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ଲାଗି ଯୋଜନା କରୁଛି। ଏଥିମଧ୍ୟରୁ ୧୦ ଲକ୍ଷ ନିଯୁକ୍ତି ଭାରତରେ ହୋଇ ସାରିଛି। କମ୍ପାନୀର ଏଚ୍ଆର୍ ଲିଡରଙ୍କ ସୂଚନା ଅନୁସାରେ, ମହାମାରୀ କରୋନା ସମୟରେ କମ୍ପାନୀ ୩ ଲକ୍ଷ ଲୋକଙ୍କୁ ସିଧାସଳଖ କିମ୍ବା ପରୋକ୍ଷ ଭାବେ ଚାକିରି ପ୍ରଦାନ କରିଛି।
ଭାରତରେ Amazon ଏହାର ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି କରିବାରେ ଲାଗିଛି। ସୂଚନାଥାଉ କି, ସେପ୍ଟେମ୍ବର ୧୬ରେ କମ୍ପାନୀ ଭାରତରେ ଏହାର କ୍ୟାରିୟର ଡେ’ ପାଳନ କରିବ। ଏହି ଦିନ ଆମଜନ୍ର ଲିଡର୍ସ ଓ କର୍ମଚାରୀଙ୍କ ମଧ୍ୟରେ ଭର୍ଚୁଆଲ୍ରେ ଆଲୋଚନା ହେବ।
Also Read
ସୂଚନାଥାଉ କି, ପୂର୍ବରୁ ଆମାଜନ୍ ଏହାର ଆମେରିକୀୟ କର୍ମଚାରୀଙ୍କୁ ପୁଣି ଅଫିସ୍ ଆସି କାମ କରିବା ନେଇ ଯୋଜନା କରିଥିଲା। ହେଲେ କୋଭିଡ୍ କେସ୍ ବୃଦ୍ଧି ଯୋଗୁ ଗତ ମାସରେ କମ୍ପାନୀ ଏହି ଯୋଜନାରେ ପରିବର୍ତ୍ତନ କରିଥିଲା।୨୦୨୨ ଜାନୁଆରୀ ପର୍ଯ୍ୟନ୍ତ କର୍ପୋରେଟ୍ କର୍ମଚାରୀଙ୍କ ପାଇଁ ଅଫିସ୍ ଆସି କାମ କରିବା ଯୋଜନାକୁ ସ୍ଥଗିତ ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)