Advertisment

ଦୁନିଆର ସବୁଠାରୁ ଦାମୀ ଜେଲ୍ : କଏଦୀ ପିଛା ଖର୍ଚ୍ଚହୁଏ ୯୩ କୋଟି

ଦୁନିଆର ସବୁଠାରୁ ଦାମୀ ଜେଲ୍। କ୍ୟୁବାରେ ରହିଛି ଏହି ଜେଲ୍, ଯାହାର ନାମ ଗ୍ୱାନ୍ତାନାମୋ। କାରାଗାରଟି ଗ୍ୱାନ୍ତାନାମୋ କୂଳରେ ଅବସ୍ଥିତ ଥିବାରୁ ଏହାର ନାମ ଏପରି ହୋଇଛି। ଦେଶ ତଥା ବିଶ୍ୱର ଭୟଙ୍କର ଆତଙ୍କବାଦୀଙ୍କୁ ଏହି ଜେଲରେ ରଖାଯାଏ। ପ୍ରତିବର୍ଷ ଏଠାରେ ଥିବା ପ୍ରତ୍ୟେକ କଏଦୀଙ୍କ ପାଇଁ ୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ନିକଟରେ ଆଫଗାନିସ୍ତାନକୁ କାବୁ କରିବା ପରେ ଜଣେ ତାଲିବାନ କମାଣ୍ଡର ତାଙ୍କ ବିଜୟ ଭାଷଣରେ ଉଲ୍ଲେଖ କରିଛନ୍ତି ଯେ ସେ ପ୍ରାୟ ୮ ବର୍ଷ ଧରି ଏହି ଜେଲରେ ରହିଛନ୍ତି।

author-image
Pramod Behera
Expensive Jail

Expensive Jail

ଦୁନିଆର ସବୁଠାରୁ ଦାମୀ ଜେଲ୍। କ୍ୟୁବାରେ ରହିଛି ଏହି ଜେଲ୍, ଯାହାର ନାମ ଗ୍ୱାନ୍ତାନାମୋ। କାରାଗାରଟି ଗ୍ୱାନ୍ତାନାମୋ କୂଳରେ ଅବସ୍ଥିତ ଥିବାରୁ ଏହାର ନାମ ଏପରି ହୋଇଛି। ଦେଶ ତଥା ବିଶ୍ୱର ଭୟଙ୍କର ଆତଙ୍କବାଦୀଙ୍କୁ ଏହି ଜେଲରେ ରଖାଯାଏ। ପ୍ରତିବର୍ଷ ଏଠାରେ ଥିବା ପ୍ରତ୍ୟେକ କଏଦୀଙ୍କ ପାଇଁ ୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ନିକଟରେ ଆଫଗାନିସ୍ତାନକୁ କାବୁ କରିବା ପରେ ଜଣେ ତାଲିବାନ କମାଣ୍ଡର ତାଙ୍କ ବିଜୟ ଭାଷଣରେ ଉଲ୍ଲେଖ କରିଛନ୍ତି ଯେ ସେ ପ୍ରାୟ ୮ ବର୍ଷ ଧରି ଏହି ଜେଲରେ ରହିଛନ୍ତି। ଦେଶ ତଥା ବିଶ୍ୱର କୁଖ୍ୟାତ ଆତଙ୍କବାଦୀମାନେ କାରାଗାରରେ ଅଛନ୍ତି। ଏଠାରେ ସୁରକ୍ଷା ଏତେ ଶକ୍ତିଶାଳୀ ଯେ କେହି ବି ତାଙ୍କୁ ହତ୍ୟା କରିପାରିବ ନାହିଁ। ଏହି ଜେଲରେ ଥିବା ପ୍ରତ୍ୟେକ କଏଦୀଙ୍କ ପାଇଁ ୪୫ ଜଣ ସୈନିକ ଅଛନ୍ତି। ଏହି ଜେଲରେ ସମୁଦାୟ ୧୮୦୦ ସୈନିକ ନିଯୁକ୍ତି ପାଇଛନ୍ତି।

Advertisment
Expensive Jailଦାମୀ ଜେଲ୍

ବର୍ତ୍ତମାନ ୪୦ ଜଣ କଏଦୀ ଏହି ଜେଲରେ ଅଛନ୍ତି, ଯେଉଁମାନେ ଦେଶ ତଥା ବିଶ୍ୱରେ ଆତଙ୍କ ରାଜ୍ ଖେଳାଇଥିଲେ। ଜେଲ ଭିତରେ ସବୁ କାମ ପାଇଁ ଅଲଗା କର୍ମଚାରୀ ଅଛନ୍ତି । ଏହି କାରାଗାରକୁ ୩ଟି ବିଂଲଡିରେ ବିଭକ୍ତ କରାଯାଇଛି, ସେଥିମଧ୍ୟରୁ ୨ଟି ଗୁପ୍ତ ମୁଖ୍ୟାଳୟ ଅଟେ। ଏହି ଜେଲ୍‌ ଭିତରେ ୩ ଟି କ୍ଲିନିକ୍ ମଧ୍ୟ ଅଛି।

Expensive Jailଦାମୀ ଜେଲ୍

କେବଳ ଏତିକି ନୁହେଁ ଜେଲ ଭିତରେ କୋର୍ଟ, ପେରୋଲ୍ ବୋର୍ଡ ଓ ଶୁଣାଣି କକ୍ଷ ମଧ୍ୟ ରହିଛି। ଏହି ଜେଲ୍‌ରେ ଅନେକ ହାଇଟେକ୍ ସୁବିଧା ମଧ୍ୟ ରହିଛି। ଜେଲ ଭିତରେ, କଏଦୀ ବ୍ୟକ୍ତିଗତ କୋଠରୀରେ ତାଙ୍କ ଓକିଲଙ୍କ ସହ ଆରାମରେ କଥା ହୋଇପାରିବେ। ଏହା ବ୍ୟତୀତ କଏଦୀମାନଙ୍କ ପାଇଁ ଜିମ୍, ପ୍ଲେ ଷ୍ଟେସନ୍ ଏବଂ ସିନେମା ହଲ୍ ଭଳି ସୁବିଧା ମଧ୍ୟ ରହିଛି। କଏଦୀମାନଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଏଠାରେ ଏକ ମାନସିକ ଚିକିତ୍ସକ ମଧ୍ୟ ନିୟୋଜିତ ହୋଇଛନ୍ତି।

Advertisment
Expensive Jailଦାମୀ ଜେଲ୍

କ୍ୟୁବାରେ ଅବସ୍ଥିତ ଏହି କାରାଗାର ପ୍ରଥମେ ଆମେରିକାର ନୈସେନାର ଆଧାର ଥିଲା। ପରେ ଏହାକୁ ଏକ ହାଇଟେକ୍ ଜେଲରେ ପରିଣତ କରାଯାଇଥିଲା। ଧୀରେ ଧୀରେ ଭୟଙ୍କର ଆତଙ୍କବାଦୀମାନେ ସେଠାରେ ରଖିବା ଆରମ୍ଭ କଲେ। ଯେତେବେଳେ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ହୋଇଥିଲେ, ସେତେବେଳେ ଏହି ଜେଲ୍‌ର ପ୍ରର୍ଜ୍ୟାପ୍ତ ଖର୍ଚ୍ଚ ନେଇ ଏହାକୁ ଜେଲ ବନ୍ଦ କରିବା ନେଇ କଥା ଉଠେଇଥିଲେ, କିନ୍ତୁ ସେ ତାହା କରିପାରି ନ ଥିଲେ। ନିକଟରେ ଜୋ ବାଇଡେନ ମଧ୍ୟ ସେହି କଥା ଉଠେଇଥିଲେ।

ପ୍ରକାଶଥାଉ ଯେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ କାବୁ କରିଥିବା ତାଲିବାନ ଆତଙ୍କବାଦୀ ମଧ୍ୟରୁ ଜଣେ ତାଲିବାନ କମାଣ୍ଡର ଦାବି କରିଛନ୍ତି ଯେ ସେ ଗ୍ୱାନ୍ତାନାମା ଜେଲରେ ୮ ବର୍ଷ ଧରି ବନ୍ଦି ଥିଲେ। ଏହି ତାଲିବାନ କମାଣ୍ଡରକୁ ୯/୧୧ ଆକ୍ରମଣ ସନ୍ଦେହରେ ଆମେରିକା ସରକାର ଗିରଫ କରିଥିଲା।

Expensive Jail Cuba
Advertisment
Advertisment