Advertisment

“ଆଫଗାନ୍‌ ଛାଡ଼ିବ ତ ଏୟାରପୋର୍ଟରେ ବିବାହ କର”

ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ତାଲିବାନର ଆକ୍ରୋଶରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଛାଡି ପଳାଇବାକୁ ଇଚ୍ଛା କରୁଛନ୍ତି। ଏହାର କାରଣ ହେଉଛି ୨୦ ବର୍ଷ ପୂର୍ବ ତାଲିବାନର କ୍ରୁର ଶାସନ। ଏହି ସମୟରେ ମହିଳାଙ୍କୁ ତାଙ୍କର ଅଧିକାର ହରେଇବାକୁ ପଡିଥିଲା। ପୂର୍ବରୁ ସାମ୍ନା କରିଥିବା ତାଲିବାନ୍‌ର ଶାସନ କ୍ରୁରତାକୁ ସହଜରେ ଭୁଲିପାରୁନାହାନ୍ତି ଲୋକେ।

author-image
Sarbeswar
Taliban

Taliban

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରୁ ପୁଣି ସାମ୍ନାକୁ ଆସିଛି ଏକ ଅଜବ ଘଟଣା। ଆଫଗାନିସ୍ତାନ ଛାଡିବାକୁ ହେଲେ ଏୟାରପୋର୍ଟରେ କରିବାକୁ ପଡିବ ବିବାହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାବୁଲ ଏୟାରପୋର୍ଟରେ। ତାଲିବାନ ମହିଳାଙ୍କୁ ଅଗ୍ରାଧିକାର ସହ ସମସ୍ତ ଅଧିକାର ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦେଶ ଛାଡି ପଳାଉଛନ୍ତି ହଜାର ହଜାର ମହିଳା।

Advertisment

ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ତାଲିବାନର ଆକ୍ରୋଶରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଛାଡି ପଳାଇବାକୁ ଇଚ୍ଛା କରୁଛନ୍ତି। ଏହାର କାରଣ ହେଉଛି ୨୦ ବର୍ଷ ପୂର୍ବ ତାଲିବାନର କ୍ରୁର ଶାସନ। ଏହି ସମୟରେ ମହିଳାଙ୍କୁ ତାଙ୍କର ଅଧିକାର ହରେଇବାକୁ ପଡିଥିଲା। ପୂର୍ବରୁ ସାମ୍ନା କରିଥିବା ତାଲିବାନ୍‌ର ଶାସନ କ୍ରୁରତାକୁ ସହଜରେ ଭୁଲିପାରୁନାହାନ୍ତି ଲୋକେ।

ତାଲିବାନ୍‌ର ଆଫଗାନିସ୍ତାକୁ ଅକ୍ତିଆର କରିବା ପରେ ନିଜ ନିଜର ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ଅନେକ ଦେଶ । ଆଉ ଏହି ସମୟରେ ଅନେକ ଆଫଗାନର ନାଗରିକ ସେମାନଙ୍କ ସହ ମିଶି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ପଳାୟନ ସମୟରେ ମହିଳାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବା ସୂଚନା ରହିଛି। ତେବେ ଅତ୍ୟଧିକ ସଂଖ୍ୟାରେ ଲୋକେ ଦେଶ ଛାଡ଼ୁଥିବାରୁ ତାଲିବାନର ଚିନ୍ତା ବଢିଥିଲା। ତେଣୁ ଯେଉଁମାନେ ଦେଶ ଛାଡ଼ୁଥିଲେ ସେମାନଙ୍କୁ ବିମାନ ବନ୍ଦରରେ ବିବାହ କରୁଥିଲା ତାଲିବାନ।

Advertisment

ଅସହାୟତାର ଏହି କାହାଣୀ ଗୁଡିକ ବର୍ତ୍ତମାନ୍ ପ୍ରକାଶ ପାଉଛି। ଅବିବାହିତ ମହିଳାଙ୍କୁ ଏୟାରପୋର୍ଟରେ ଏଣ୍ଟ୍ରି ନ ମିଳିବାରୁ କିଛି ପୁରୁଷଙ୍କୁ ନିଜର ସ୍ୱାମୀ କହି ଭିତରକୁ ଯିବାକୁ ପଡିଥିଲା। ଏହାଛଡା କିଛି ମହିଳା ପୁରୁଷଙ୍କୁ ପଇସା ଦେଇ ବିବାହ ମଧ୍ୟ କରିଥିଲେ, ଯାହା ଜଣାପଡ଼ିବା ପରେ ପୂରା ବିଶ୍ୱ ଚିନ୍ତାରେ ରହିଥିଲା। ମୁଖ୍ୟତଃ ଯେଉଁମାନେ ମହିଳାମାନେ ଆଫଗାନିସ୍ତାନରୁ ୟୁଏଇ ଯାଇଥିଲେ ଏବଂ ପରେ ଆମେରିକା ଯାଇଥିଲେ ସେମାନେ ଏହାର ସାମ୍ନା କରିଥିଲେ।

ସେପଟେ, ଦୀର୍ଘ ୨୦ ବର୍ଷ ପରେ ପୁଣି ତାଲିବାନ ହାତରେ ଆଫଗାନର ଶାସନ ଡୋରୀ। ଆଫଗାନ ମାଟିରୁ ଆମେରିକା ସେନାର ଉପସ୍ଥିତି ହଟିବା ଓ ରାଷ୍ଟ୍ରପତି ଅସ୍ରଫ ଘନିଙ୍କ ପଳାୟନ ପରେ ଏବେ ଦେଶକୁ ଶାସନ କରିବେ ତାଲିବାନୀ ନେତା। ଅଗଷ୍ଟ ୧୫ରେ ରାଜଧାନୀ କାବୁଲ ସହ ପୁରା ଦେଶକୁ ନିଜ କବଜା ଆଣିବା ପରେ ଆଫଗାନୀ ଜନତାଙ୍କ ଭାଗ୍ୟ ବିଧାତା ହେବାକୁ ଯାଉଛି ଆତଙ୍କୀ ସଂଗଠନ ତାଲିବାନ। ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆଫଗାନିସ୍ତାନରେ ଇରାନ ଢାଞ୍ଚାରେ ସରକାର ଗଢ଼ିପାରେ ତାଲିବାନ। ଯେଉଁଠି ଦେଶର ସର୍ବୋଚ୍ଚ ନେତା ହେବେ ଜଣେ ଧାର୍ମିକ ଓ ରାଜନୈତିକ ବ୍ୟକ୍ତି। ଯେଉଁ ପଦ ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲା ଅଖୁନ୍ଦଜାଦାଙ୍କୁ ମିଳିବା ଅନୁମାନ କରାଯାଉଛି। ଆଫଗାନିସ୍ତାନରେ ଏହି ସର୍ବୋଚ୍ଚ ଧାର୍ମିକ ନେତା ଦେଶର ନୀତି ନିର୍ଦ୍ଧାରକ ହେବା ସହ ତାଙ୍କ ତଳକୁ ଜଣେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଦାୟିତ୍ୱରେ ରହିବେ। ଏହି ଦାୟିତ୍ୱର ସଂଗଠନର ରାଜନୈତିକ କାର୍ଯ୍ୟାଳୟ ମୁଖ୍ୟ ତଥା ସହ ପ୍ରତିଷ୍ଠାତା ମୁଲ୍ଲା ବାରାଦାରଙ୍କୁ ମିଳିବା ଚର୍ଚ୍ଚା ହେଉଛି।

Taliban Taliban Attack Afghanistan
Advertisment
Advertisment