Advertisment

“ଆଫଗାନିସ୍ତାନରେ ସବୁଠୁ ଅଧିକ ନିର୍ଯାତିତ ହେବେ ମହିଳା”

ଆଫଗାନସ୍ତାନରେ ତାଲିବାନୀ ଶାସନରେ ମହିଳାଙ୍କ ଭବିଷ୍ୟତ ଅନ୍ଧକାରରେ। ଆଫଗାନିସ୍ତାନରୁ ଦିଲ୍ଲୀ ଫେରିବା ପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆଫଗାନ ପପ୍ ଗାୟିକା ଆର୍ୟାନା ସୟିଦ। କାବୁଲରୁ ଦିଲ୍ଲୀ ଫେରିବା ପରେ ପ୍ରତିକ୍ରିୟା ରଖି ସେ ଏହା କହିଛନ୍ତି । ଆର୍ୟାନା ସୟିଦ କହିଛନ୍ତି ଯେ, ଆଫଗାନିସ୍ତାନରେ ଏବେ ବି ମହିଳା ମାନେ ଦୁର୍ଦ୍ଦିନରେ ରହିଛନ୍ତି । ତାଲିବାନୀ ଶାସନରେ ମହିଳାଙ୍କୁ ଅଧିକ ନିର୍ଯାତନାର ଶିକାର ହେବାକୁ ପଡିବ

author-image
Sarbeswar
ଅଦ୍ୟତନ ହୋଇଛି
Afghanistan

Afghanistan

କାବୁଲ୍‌: ଆଫଗାନସ୍ତାନରେ ତାଲିବାନୀ ଶାସନରେ ମହିଳାଙ୍କ ଭବିଷ୍ୟତ ଅନ୍ଧକାରରେ। ଆଫଗାନିସ୍ତାନରୁ ଦିଲ୍ଲୀ ଫେରିବା ପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆଫଗାନ ପପ୍ ଗାୟିକା ଆର୍ୟାନା ସୟିଦ। କାବୁଲରୁ ଦିଲ୍ଲୀ ଫେରିବା ପରେ ପ୍ରତିକ୍ରିୟା ରଖି ସେ ଏହା କହିଛନ୍ତି । ଆର୍ୟାନା ସୟିଦ କହିଛନ୍ତି ଯେ, ଆଫଗାନିସ୍ତାନରେ ଏବେ ବି ମହିଳା ମାନେ ଦୁର୍ଦ୍ଦିନରେ ରହିଛନ୍ତି । ତାଲିବାନୀ ଶାସନରେ ମହିଳାଙ୍କୁ ଅଧିକ ନିର୍ଯାତନାର ଶିକାର ହେବାକୁ ପଡିବ। ଘରେ ମହିଳଆ ମାନେ ଫସି ରହିଛନ୍ତି । ସେମାନଙ୍କୁ ମୌଳିକ ସୁବିଧା ମଧ୍ୟ ଯୋଗାଇ ଦିଆଯାଉନାହିଁ । ଘରୁ ବାହାରିଲେ କୌଣସି ପୁରୁଷ ସମ୍ପର୍କୀୟଙ୍କୁ ନେଇ ସାଥିରେ ଯିବାକୁ ପଡୁଛି। ସେମାନଙ୍କୁ ସ୍କୁଲ ଯିବାକୁ ମଧ୍ୟ ଦିଆଯାଉନାହିଁ । ଯଦି ଏଭଳି ସ୍ଥିତିରେ ତାଲିବାନୀଙ୍କ ହାତରେ ଆଫଗାନ ଶାସନ ରୁହେ ତେବେ ମହିଳା ସବୁଠାରୁ ଅଧିକ ନିର୍ଯାତିତ ହେବେ ବୋଲି ସେ କହିଛନ୍ତି। ତାଲିବାନୀ ଆତଙ୍କବାଦୀଙ୍କୁ ସହାୟତା ସହ ପ୍ରଶିକ୍ଷଣ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ପପ୍ ସିଙ୍ଗର୍ ଆର୍ୟାନା ସୟିଦ। ପାକିସ୍ତାନକୁ ବିଶ୍ୱ ସମୂହ ଆର୍ଥିକ ସହାୟତା ବନ୍ଦ କଲେ ତାଲିବାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲାଗିବ ବୋଲି କହିଛନ୍ତି ଆର୍ୟାନା ସୟିଦ।

Advertisment

ସେପଟେ, ପ୍ରତିରୋଧର ଶେଷ ଗଡ଼ ପଞ୍ଜଶିର ପ୍ରଦେଶ ଦଖଲ ଲାଗି ତାଲିବାନର ଜୋରଦାର ପ୍ରୟାସ ଜାରି ରହିଛି । ନିଜର ୩ହଜାରରୁ ଅଧିକ ଲଢାକୁଙ୍କୁ ପଞ୍ଜଶିର ପଠାଇଛି ତାଲିବାନ। ତେବେ ସେମାନଙ୍କୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ ଓ ତାଜିକ୍ କମାଣ୍ଡର ଅହମ୍ମଦ ମସୁଦଙ୍କ ନେତୃତ୍ୱାଧୀନ ନର୍ଦ୍ଦର୍ଣ୍ଣ ଆଲାଏନ୍ସ ସେମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏଥିରେ ୩ ଶହରୁ ଅଧିକ ତାଲିବାନୀ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।.

Advertisment

ସୂଚନା ଅନୁସାରେ, ୮୦ ଦଶକରେ ଆଫଗାନିସ୍ତାନ ଅଧିକାର କରିଥିବା ସୋଭିଏତ୍ ଋଷ ପଞ୍ଜଶିର ପ୍ରଦେଶକୁ ନିଜ ନିୟନ୍ତ୍ରଣକୁ ନେଇ ପାରିନଥିଲା। ସେହିପରି ୧୯୯୬ ଆଫାଗାନିସ୍ତାନ ଉପରେ କବଜା କରିଥିଲେ ମଧ୍ୟ, ତାଲିବାନ ହାତକୁ ଆସିନଥିଲା ପଞ୍ଜଶିର । ତେବେ ଗତଥର ଠାରୁ ତାଲିବାନ ଏଥର ଅଧିକ ଶକ୍ତିଶାଳୀ ହୋଇଥିବାରୁ, ପଞ୍ଜଶିର କେତେ ଦିନ ଯାଏଁ ସେମାନଙ୍କ ମୁକାବିଲା କରିପାରୁଛି ଏବେ ତା ଉପରେ ନଜର।.

ଏହାସହ ତାଲିବାନୀ ଶାସନରେ କ୍ରୁରତାର ଶିକାର ହେବା ଆଶଙ୍କା କରି କାବୁଲରୁ ପଳାୟନ ଉଦ୍ୟମ ଜାରି ରହିଛି । କାବୁଲ ବିମାନବନ୍ଦର ଆମେରିକା ସୈନିକଙ୍କ ନିୟନ୍ତ୍ରଣରେ ଥିବା ବେଳେ ବାହାର ଅଞ୍ଚଳ ତାଲିବାନ ଆତଙ୍କୀଙ୍କ କବଜାରେ ରହିଛି । ଏଭଳି ସ୍ଥିତିରେ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ବି ଜାରି ରହିଛି । ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଜଣେ କାବୁଲ୍ ଫେରନ୍ତା ଓଡ଼ିଆ କହିଛନ୍ତି ସେଠାରୁ ଫେରିବୁ ବୋଲି ଆଶା ନଥିଲା ।.

Afghanistan Taliban Taliban Attack Afghanistan
Advertisment
Advertisment