Advertisment

ପକ୍ଷୀକୁ ଉଦ୍ଧାର କରିବା ପାଇଁ ଜୀବନକୁ ବାଜି ଲଗାଇଲେ ଯୁବକ, ଭିଡ଼ିଓ ଭାଇରାଲ

ପକ୍ଷୀ ପ୍ରେମରେ ବାୟା ହେଲେ ଯୁବକ। ନିଜ ଜୀବନକୁ ବାଜି ଲଗାଇ ପକ୍ଷୀକୁ ଉଦ୍ଧାର ବି କଲେ। ଆଉ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଭିଡ଼ିଓ।

author-image
Sarbeswar
Viral Video

Viral Video

ନୂଆଦିଲ୍ଲୀ: ପକ୍ଷୀ ପ୍ରେମରେ ବାୟା ହେଲେ ଯୁବକ। ନିଜ ଜୀବନକୁ ବାଜି ଲଗାଇ ପକ୍ଷୀକୁ ଉଦ୍ଧାର ବି କଲେ। ଆଉ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଭିଡ଼ିଓ। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କାରଣ ନିଜ ଜୀବନକୁ ବାଜି ଲଗାଇ ଯୁବକ ଜଣକ କେମିତି ପକ୍ଷୀକୁ ଉଦ୍ଧାର କରୁଛନ୍ତି ତାହା ଦେଖିବାର କଥା। ସୂଚନା ଅନୁସାରେ, ହେଲିକପ୍ଟର ଯୋଗେ ଏକ ପକ୍ଷୀକୁ ବିଦ୍ୟୁତ ତାରରୁ ଉଦ୍ଧାର କରାଯାଉଛି। ଭିଡିଓଟିରେ ସ୍ପଷ୍ଟ ଦେଖାଯାଉଛି କି, ହେଲିକପ୍ଟର ବ୍ୟବହାର କରି ପକ୍ଷୀର ଜୀବନ ଉଦ୍ଧାର କରାଯାଉଛି। ଉଦ୍ଧାର କାର୍ଯ୍ୟ ସମୟର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି. ଆଉ ଏହି ଭିଡିଓକୁ ଦେଖିବା ପରେ ଅନେକ ୟୁଜର୍‌ ପ୍ରଶଂସା ମଧ୍ୟ କରୁଛନ୍ତି ସମ୍ପୃକ୍ତ ଯୁବକଙ୍କୁ।

Advertisment

ଭିଡିଓରେ ଜଣେ ବ୍ୟକ୍ତି ହେଲିକପ୍ଟର ଉପରେ ବସି ବିଦ୍ୟୁତ୍ ତାରରେ ଫସି ରହିଥିବା ଏକ ପକ୍ଷୀକୁ ହଟାଇବାକୁ ଚେଷ୍ଟା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପରେ ବ୍ୟକ୍ତି ଜଣକ ଅତି ସାବଧାନତାର ସହ ତାରରୁ ପକ୍ଷୀଟିକୁ ବାହାର କରି ଏକ ବ୍ୟାଗରେ ରଖିଥିଲେ ଏବଂ ହେଲିକପ୍ଟରରେ ବସି ସେଠାରୁ ଚାଲି ଯାଇଥିଲେ। ଭିଡିଓଟି ଆମେରିକାର ଭର୍ଜିନିଆରୁ ଆସିଛି। ଯେଉଁଠାରେ ଏହି ସାଗର ପକ୍ଷୀମାନେ ବିଦ୍ୟୁତ ତାରରେ ଛନ୍ଦି ହୋଇ ରହିଥିଲେ। ଏହା ଦେଖି ଭର୍ଜିନିଆର ଡୋମିନିଅନ୍ ପାୱାର ପକ୍ଷୀଙ୍କୁ ଉଦ୍ଧାର କରିବା ପାଇଁ ଏକ ଉଦ୍ଧାରକାରୀ ଟିମକୁ ହେଲିକପ୍ଟର ସହ ସେଠାକୁ ପଠାଇଥିଲେ। ଉଦ୍ଧାରକାରୀ ମାନେ ସତର୍କତାର ସହ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।

Advertisment

ଏହି ଭିଡିଓଟି ୨୦୧୩ ରୁ ସେୟାର ହୋଇ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହା ପୁଣି ଥରେ ସୋସିଆଲ୍ ମିଡ଼ିଆରେ ଏହା ଭାଇରାଲ୍ ହେବାରେ ଲାଗିଛି। ଏହି କ୍ଲିପ୍ ଇନଷ୍ଟାଗ୍ରାମ ପେଜର ଜ୍ୟାଟ୍ସ ଗ୍ୟାଲେରିରେ ପୋଷ୍ଟ କରାଯାଇଛି, ଯାହା ୪୦ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ତେବେ ଯୁବକଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

Viral Video America
Advertisment
Advertisment