Advertisment

କଥା ଦେଇ କଥା ରଖିଲେ ପ୍ରେମିକ। ଆଇସିୟୁରେ ପ୍ରେମିକାଙ୍କୁ କଲେ ବିବାହ

ପ୍ରେମ। ଲୋକେ କହନ୍ତି ଏହି ଶବ୍ଦ ଅଢେଇ ଅକ୍ଷର। ପ୍ରେମ ହେଉଛି ଚିରନ୍ତନ ସତ୍ୟ। ଆଉ ପ୍ରେମ ଯିଏ କରିଛି ସିଏ ତାହାର ପରିଭାଷାକୁ ହିଁ ବୁଝିପାରିଛି। ବ୍ରିଟେନ୍‌ର ଜଣେ ପ୍ରେମିକ ଜଣକ ଏମିତି କରିଛନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା। କାରଣ ପ୍ରେମିକ ଜଣକ ପ୍ରେମିକାଙ୍କୁ ଯେଉଁ କଥା ଦେଇଥିଲେ ତାହାକୁ ରକ୍ଷା କରିଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
ICU MARRIAGE

ICU MARRIAGE

ନୂଆଦିଲ୍ଲୀ: ପ୍ରେମ। ଲୋକେ କହନ୍ତି ଏହି ଶବ୍ଦ ଅଢେଇ ଅକ୍ଷର। ପ୍ରେମ ହେଉଛି ଚିରନ୍ତନ ସତ୍ୟ। ଆଉ ପ୍ରେମ ଯିଏ କରିଛି ସିଏ ତାହାର ପରିଭାଷାକୁ ହିଁ ବୁଝିପାରିଛି। ବ୍ରିଟେନ୍‌ର ଜଣେ ପ୍ରେମିକ ଜଣକ ଏମିତି କରିଛନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା। କାରଣ ପ୍ରେମୀକ ଜଣକ ପ୍ରେମିକାଙ୍କୁ ଯେଉଁ କଥା ଦେଇଥିଲେ ତାହାକୁ ରକ୍ଷା କରିଛନ୍ତି। ବ୍ରିଟେନର୍‌ ଜଣେ ୩୪ ବର୍ଷିୟ ଯୁବକ ଗର୍ଗ ପିଟର୍ସ ଓ ୨୮ ବର୍ଷୀୟ ଏନା ଲେଗରଙ୍କ ସହ ଯେଉଁ ଦୁର୍ଘଟଣା ଘଟିଲା ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

Advertisment

ସୂଚନା ଅନୁସାରେ, ପ୍ରେମିକା ଏନା ଲେଗରଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବା ସହ ତାଙ୍କୁ ବଂଚାଇବା କଷ୍ଟସାଧ୍ୟ ବୋଲି ଡାକ୍ତର କହିଥିଲେ। ଆଉ ଏହା ଶୁଣିବା ପରେ ଯେମିତି ପ୍ରେମିକ ଗର୍ଗଙ୍କ ପାଦତଳୁ ମାଟି ଖସିପଡ଼ିଥିଲା। ପ୍ରେମିକାଙ୍କୁ ଯେଉଁ କଥା ଦେଇଥିଲେ ତାହା କେମିତି ସେ ପୂରଣ କରିବେ ତାହା ତାଙ୍କ କାନ ପାଖରେ ଯେମିତି ଖାଲି ଗୁଞ୍ଜରିତ ହୋଇଥିଲା। କେମିତି ନିଜର କଥାକୁ ପୂରଣ କରିବେ ସେ ଚିନ୍ତାରେ ରହିଥିଲେ ପ୍ରେମିକ ଜଣକ।

Advertisment

ପରେ ଡାକ୍ତରଙ୍କୁ ସେ ଅନୁରୋଧ କରିଥିଲେ କି, କୌଣସି ପ୍ରକାରରେ ପ୍ରେମିକାଙ୍କୁ ସେ ବଂଚିଥିବା ଅବସ୍ଥାରେ ବିବାହ କରିବେ। କିନ୍ତୁ ଡାକ୍ତର କହିଥିଲେ ବୋଧହୁଏ ଏହା ଆଉ ସମ୍ଭବ ନୁହେଁ। କିନ୍ତୁ ପରେ ଡାକ୍ତର ରାଜି ହୋଇଥିଲେ। ଆଉ ଆଇସିୟୁ ଭିତରେ ଥାଇ ମଧ୍ୟ ଗର୍ଗ ପିଟର୍ସ ଓ ଏନା ଲେଗରଙ୍କର ବିବାହ ହୋଇଥିଲା।ଏବେ ଏହି ଦୁଇ ଜଣଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ଜୋର ଧରିଛି।

ସୂଚନା ମୁତାବକ, ଅଫିସକୁ ଯିବା ବେଳେ ଏନା ଲେଗରଙ୍କ କାର ଅନ୍ୟ ଏକ ଗାଡି ସହ ଧକ୍କା ଖାଇଥିଲା। ଦୁର୍ଘଟଣାରେ ଏନା ଗୁରୁତର ଆହତ ହୋଇଥିଲେ। ଆଉ ପରେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଇସିୟୁ ଭିତରେ ରହି ମଧ୍ୟ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି। ଏହାସହ ଏନାଙ୍କ ଶରୀରର ଅନେକ ଅଙ୍ଗକୁ ସେହି ମେଡ଼ିକାଲରେ ଦାନ କରାଯାଇଛି, ଯାହା କି ଅନ୍ୟର ପ୍ରାଣ ବଂଚାଇବାରେ ସାହାଯ୍ୟ କରିବ ବୋଲି ଗର୍ଗ କହିଛନ୍ତି। ସେ ଯାହା ବି ହେଉ ଏହି ପ୍ରେମ କାହାଣୀ ସବୁଦିନ ପାଇଁ ନିଶ୍ଚିୟ ଏକ ଉଦାହରଣ ହୋଇ ରହିବ।

ICU Marriage Unique Wedding
Advertisment
Advertisment