Advertisment

କେମିକାଲ୍ ସଂସ୍ପର୍ଶରେ ଆସି ଗୋଲାପୀ ହେଲା ନଦୀ ଜଳ

ଆର୍ଜେଣ୍ଟିନାର ଦକ୍ଷିଣ ପାଟାଗୋନିଆ ଅଞ୍ଚଳରେ ଏକ ବିରାଟ ହ୍ରଦର ପାଣି ସମ୍ପୂର୍ଣ୍ଣ ଗୋଲାପୀ ହୋଇଯାଇଛି। ବିଶେଷଜ୍ଞ ତଥା ପରିବେଶ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଏହି ହ୍ରଦ ଗୋଲାପୀ ରଙ୍ଗର ହେବାର କାରଣ ହେଉଛି ଏକ ରାସାୟନିକ ପଦାର୍ଥ, ଯାହା ଚିଙ୍ଗୁଡି ରପ୍ତାନି ବେଳେ ବ୍ୟବହୃତ ହୁଏ।

author-image
Pramod Behera
କେମିକାଲ୍ ସଂସ୍ପର୍ଶରେ ଆସି ଗୋଲାପୀ ହେଲା ନଦୀ ଜଳ

Pink River

ବ୍ୟୁନସ୍ ଆୟର୍ସ : ଆର୍ଜେଣ୍ଟିନାର ଦକ୍ଷିଣ ପାଟାଗୋନିଆ ଅଞ୍ଚଳରେ ଏକ ବିରାଟ ହ୍ରଦର ପାଣି ସମ୍ପୂର୍ଣ୍ଣ ଗୋଲାପୀ ହୋଇଯାଇଛି। ବିଶେଷଜ୍ଞ ତଥା ପରିବେଶ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଏହି ହ୍ରଦ ଗୋଲାପୀ ରଙ୍ଗର ହେବାର କାରଣ ହେଉଛି ଏକ ରାସାୟନିକ ପଦାର୍ଥ, ଯାହା ଚିଙ୍ଗୁଡି ରପ୍ତାନି ବେଳେ ବ୍ୟବହୃତ ହୁଏ।

Advertisment

ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ହ୍ରଦର ପାଣିର ରଙ୍ଗ ସୋଡିୟମ୍ ସଲଫେଟ୍ କାରଣରୁ ହୋଇଛି। ଏହା ଏକ ଆଣ୍ଟିବ୍ୟାକ୍ଟେରିଆଲ୍ ଉତ୍ପାଦ ଯାହା ମାଛ କାରଖାନାରେ ବ୍ୟବହୃତ ହୋଇଥାଏ। ଏହାର ଆବର୍ଜନା ସାମଗ୍ରୀ ଚୁବୁଟ ନଦୀକୁ ପ୍ରଦୂଷିତ କରିବା ନେଇ ଦାୟୀ। ଏହି ନଦୀର ପାଣି କୋର୍ଫୋ ହ୍ରଦ ଏବଂ ଅନ୍ୟାନ୍ୟ ଜଳ ଉତ୍ସକୁ ଯାଇଥାଏ।

Advertisment

ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକ ଅଭିଯୋଗ କରିଆସୁଥିଲେ ଯେ ନଦୀ ଓ ହ୍ରଦ ଚାରିପାଖରେ ଅନେକ ପରିବେଶ କ୍ଷୟକ୍ଷତି ଘଟୁଛି, କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଟ୍ରିଲେଭ ସହରର ସ୍ଥାନୀୟ ଲୋକମାନେ ମଧ୍ୟ ବିଭିନ୍ନ କଳକାରଖାନାରୁ ଉତ୍ପନ୍ନ ବର୍ଜ୍ୟବସ୍ତୁ ଦ୍ୱାରା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି କାରଣରୁ ସହରରେ ଦିନରାତି ଏକ ଦୁର୍ଗନ୍ଧ ରହୁଛି। ଏହି କାରଣରୁ ରୋଗ ବ୍ୟାପିବାରେ ଲାଗିଛି।

ପର୍ଯ୍ୟାବରଣ କାର୍ଯ୍ୟକର୍ତ୍ତା ପାବଲୋ ଲାଦା କହିଛନ୍ତି ଯେ ଯେଉଁମାନଙ୍କର ପରିବେଶ ରକ୍ଷା କରିବାର ଦାୟିତ୍ୱ ରହିଛି ସେମାନେ ଲୋକଙ୍କୁ ବିଷ ଦେଉଛନ୍ତି। କୁହାଯାଉଛି ଯେ ଏହି ହ୍ରଦ ଗତ ସପ୍ତାହରେ ଗୋଲାପୀ ହୋଇଯାଇଥିଲା।

ପର୍ଯ୍ୟାବରଣ ଇଞ୍ଜିନିୟର ଫେଡେରିକୋ କହିଛନ୍ତି ଯେ ସୋଡିୟମ୍ ସଲ୍‌ଫେଟ୍ ଯୋଗୁଁ ଏହି ପାଣିର ରଙ୍ଗ ଗୋଲାପୀ ହୋଇଯାଇଛି। ସେ କହିଛନ୍ତି ଯେ ଆଇନ ଅନୁଯାୟୀ ମାଛ ଆବର୍ଜନାକୁ ନଦୀ କିମ୍ବା ପାଣିରେ ଛାଡିବା ପୂର୍ବରୁ ସଫା କରାଯିବା ଉଚିତ। ଏହା ସହିତ ହ୍ରଦ ନିକଟରେ ଅବସ୍ଥିତ କମ୍ପାନୀଗୁଡିକ ମଧ୍ୟ ପ୍ରଦୂଷଣ ନିୟମ ପାଳନ କରୁ ନାହାନ୍ତି।

International News Pink River
Advertisment
Advertisment