/odishatv-khabar/media/post_attachments/uploadimage/library/16_9/16_9_0/Chin_1627394940.jpg)
Chin
ବେଜିଂ : ପୂର୍ବ ଲଦାଖରେ ଚାଲିଥିବା ବିବାଦ ମଧ୍ୟରେ ଚୀନ୍ ପାଙ୍ଗୋଙ୍ଗ ହ୍ରଦ ନିକଟରେ ନିଜର ସୈନ୍ୟବଳ ମୁତୟନ କରିଛି। ଛଅ ମାସ ପୂର୍ବେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଏବଂ ଗସ୍ତ ନ କରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଏହା ପରେ ଚୀନ୍ ପାଙ୍ଗୋଙ୍ଗ ହ୍ରଦ ନିକଟରୁ ନିଜର ସୈନ୍ୟବାହିନୀକୁ ପଛକୁ ହଟେଇବା ଏବଂ ଗସ୍ତ ନ କରିବା ନେଇ ସହମତି ପ୍ରକାଶ କରିଥିଲା। ତେବେ ସାଟେଲାଇଟ୍ ଫଟୋ ଦର୍ଶାଇଛି ଯେ ବିବାଦୀୟ ସ୍ଥାନରେ ଚୀନ୍ ସୈନିକମାନେ ଉପସ୍ଥିତ ଅଛନ୍ତି।
ଗୁପ୍ତଚର ସୂତ୍ରରୁ ପ୍ରକାଶ ଯେ, ପାଙ୍ଗୋଙ୍ଗ ହ୍ରଦ ନିକଟରେ ଥିବା ପିଏଲ୍ଏରେ ବହୁ ସଂଖ୍ୟାରେ ଚୀନ୍ ସୈନିକ ଉପସ୍ଥିତ ଅଛନ୍ତି। ଏହି ପିଏଲ୍ଏ ଗସ୍ତ ନ କରିବା ନେଇ ହୋଇଥିବା ବୁଝାମଣା ସ୍ଥାନ ଠାରୁ ବହୁ କମ ଦୂର। ଏହି ଫଟୋଗୁଡ଼ିକ ମଧ୍ୟ ଦର୍ଶାଉଛି ଯେ ଚୀନ୍ ଏବଂ ଭାରତ ମଧ୍ୟରେ ସୀମା ବିବାଦ ଏବେ ବି ରହିଛି। ଚୀନ୍ ଏହି ଆଧାରରେ ପ୍ରତିରକ୍ଷା ଖାଇ, ଇନ୍ଧନ ଟ୍ୟାଙ୍କ, ସୈନିକମାନଙ୍କ ପାଇଁ ସ୍ଥାନ ଇତ୍ୟାଦି ରଖିଛି ନିର୍ମାଣ କରିଛି।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ, ଗାଲୱାନ୍ ହିଂସା ସମୟରେ ନିୟୋଜିତ ସୈନିକଙ୍କ ସଂଖ୍ୟା ଅପେକ୍ଷା ଚୀନ୍ ଏଥର ୧୫ ହଜାର ଅଧିକ ସୈନିକ ମୁତୟନ କରିଛି। ଭାରତୀୟ ଗୁପ୍ତଚର ତଥା ସାମରିକ ଅଧିକାରୀଙ୍କ ଅନୁଯାୟୀ, ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ଗତ କିଛି ମାସ ମଧ୍ୟରେ ଧୀରେ ଧୀରେ ନିଜର ସେନା ଉପସ୍ଥିତିକୁ ୫୦ ହଜାରରୁ ଅଧିକ ବୃଦ୍ଧିକରିଛି।
ରିପୋର୍ଟ ଅନୁଯାୟୀ, ଉଭୟ ପକ୍ଷ ମଧ୍ୟରେ ଅନେକ ବାର ଆଲୋଚନା ପରେ ଚଳିତ ବର୍ଷ ଫେବୃଆରୀରେ ସେମାନେ ବିବାଦୀୟ ସୀମା ନିକଟବର୍ତ୍ତୀ କେତେକ ଅଞ୍ଚଳରୁ ନିଜର ସୈନ୍ୟବାହିନୀ ଏବଂ ସାମରିକ ଉପକରଣ ପ୍ରତ୍ୟାହାର କରୁଛନ୍ତି। ଉଭୟ ପକ୍ଷ ପ୍ରଥମେ ପାଙ୍ଗୋଙ୍ଗ ସୋ’ର ଆଖପାଖରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗସ୍, ଗୋଗ୍ରା ଏବଂ ଡିପ୍ସଙ୍ଗ୍ ଭଳି ଅଞ୍ଚଳ ଏ ପର୍ଯ୍ୟନ୍ତ ବିବାଦରୁ ବାହାରି ପାରି ନାହାନ୍ତି। ଏନେଇ ଏହାକୁ ବିବାଦର ସମାପ୍ତି ବୋଲି କୁହାଯାଇପାରିବ ନାହିଁ। ଭବିଷ୍ୟତରେ ଏହା ପୁଣି ଥରେ ମୋଡ଼ ନେଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)