Advertisment

କୁଆଡେ ଗଲେ ତାଲିବାନର ଏଇ ଦୁଇ ବରିଷ୍ଠ ନେତା ? ନିଖୋଜ ନା ମୃତ ?

ବାସ୍ତବରେ ତାଲିବାନ୍ ସରକାରର ସର୍ବୋଚ୍ଚ ନେତା ମୁଲ୍ଲା ହବତୁଲ୍ଲା ଅଖନ୍ଦଜାଦା ଏବଂ ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘାନି ବରାଦର ନିଖୋଜ ଥିବା ଶୁଣିବାକୁ ମିଳୁଛି । କାରଣ ଦୀର୍ଘଦିନ ଧରି ଏହି ଦୁଇ ନେତା  ସର୍ବସାଧାରଣରେ ଦେଖିବାକୁ ମିଳୁନାହାନ୍ତି।

author-image
Minati Mishra
talibans  leaders absent from public eye

talibans leaders absent from public eye

କାବୁଲ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିବା ପରେ କାବୁଲରେ ତାଲିବାନ ଆତଙ୍କବାଦୀ ଅନ୍ତରୀଣ ସରକାର ଗଠନ କରିଛନ୍ତି । ପ୍ରଧାନମନ୍ତ୍ରୀ ପଦବୀ ସମେତ ଅନ୍ୟାନ୍ୟ ପଦବୀରେ ନିଯୁକ୍ତ ତାଲିବାନଙ୍କ ନାମ ଘୋଷଣା କରାଯାଇଛି। ଅନେକ ପଦବୀରେ ତାଲିବାନୀ ମୋଷ୍ଟୱାଣ୍ଟେଡ୍‌ ଆତଙ୍କୀଙ୍କୁ ନିଯୁକ୍ତି କରାଯାଇଛି। ତେବେ କୁହାଯାଉଛି, ଅନ୍ତରୀଣ ବିବାଦ ଯୋଗୁ ଶପଥ ପାଠ ହୋଇପାରୁ ନାହିଁ।  ବର୍ତ୍ତମାନ ତାଲିବାନର ଦୁଇ ବରିଷ୍ଠ ନେତାଙ୍କ ନିଖୋଜ ଖବର ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି। ବାସ୍ତବରେ ତାଲିବାନ୍ ସରକାରର ସର୍ବୋଚ୍ଚ ନେତା ମୁଲ୍ଲା ହବତୁଲ୍ଲା ଅଖନ୍ଦଜାଦା ଏବଂ ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘାନି ବରାଦର ନିଖୋଜ ଥିବା ଶୁଣିବାକୁ ମିଳୁଛି । କାରଣ ଦୀର୍ଘଦିନ ଧରି ଏହି ଦୁଇ ନେତା  ସର୍ବସାଧାରଣରେ ଦେଖିବାକୁ ମିଳୁନାହାନ୍ତି। 

Advertisment

ତାଲିବାନ କାବୁଲକୁ ଅକ୍ତିଆର କରିବା ପରଠାରୁ ସର୍ବୋଚ୍ଚ ନେତା ହବତୁଲ୍ଲା ଅଖନ୍ଦଜାଦାଙ୍କୁ ସରକାର ଗଠନରେ ମଧ୍ୟ ଦେଖିବାକୁ ମିଳିନାହିଁ। ତେବେ ନୂତନ ସରକାର ଘୋଷଣା ପରେ ହବତୁଲ୍ଲା ଅଖନ୍ଦଜାଦାଙ୍କ ତରଫରୁ ଏକ ବିବୃତ୍ତି ଜାରି କରାଯାଇଥିଲା। ତାଲିବାନ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ଖୁବ ଶୀଘ୍ର ହବତୁଲ୍ଲା ଅଖନ୍ଦଜାଦା ସାମ୍ନାକୁ ଆସିବେ । କିନ୍ତୁ ଏପର୍ଯ୍ୟନ୍ତ ଏହା ହୋଇନାହିଁ।

Advertisment

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଯେ, ହବତୁଲ୍ଲା ଅଖନ୍ଦଜାଦା ଆଜି ପର୍ଯ୍ୟନ୍ତ ସର୍ବସାଧାରଣରେ ଦେଖା ଯାଇନାହାନ୍ତି । ତାଙ୍କର କେବଳ ଏକ ଚିତ୍ର ଏପର୍ଯ୍ୟନ୍ତ ସାମ୍ନାକୁ ଆସିଛି। ସେଥିପାଇଁ ସେ ନିଖୋଜ ଥିବା କାବୁଲରେ ଚର୍ଚ୍ଚା ହେଉଛି।

ସେପଟେ ତାଲିବାନ ସରକାରରେ ନିଯୁକ୍ତି ପାଇଥିବା ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଘାନି ବରାଦରଙ୍କ ବିଷୟରେ ମଧ୍ୟ  ନଖୋଜ ଖବର ଶୁଣିବାକୁ ମିଳିଛି। ଏପରିକି କି ତାଙ୍କୁ ହତ୍ୟା କରାଯାଇଛି କିମ୍ବା ସେ ଗୁରୁତର ଭାବେ ଆହତ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ କିଛି ଦିନ ପୂର୍ବରୁ ବରାଦର ଏବଂ ହକ୍କାନି ଦଳ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବାର ଖବର ସାମ୍ନାକୁ ଆସିଥିଲା। ପଞ୍ଜିଶୀର ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ହେତୁ ଏହି ସଂଘର୍ଷ ଘଟିଥବାର କୁହାଯାଉଛି। ତେବେ ତାଲିବାନ ଏଭଳି ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି। ଏଥିସହିତ ମୂଲ୍ଲା ବରାଦର ମଧ୍ୟ ଏକ ଅଡିଓ ମେସେଜ ଦେଇ ନିଜେ ଫିଟ୍ ଥିବାର ଘୋଷଣା କରିଛନ୍ତି।

ସୋମବାର ତାଲିବାନ ମୁଖପାତ୍ର ମହମ୍ମଦ ନାଏମଙ୍କ ଦ୍ୱାରା ମୂଲ୍ଲା ଅବଦୁଲ ଘାନି ବରାଦରଙ୍କ ଅଡିଓ ବାର୍ତ୍ତା ଟ୍ୱିଟରରେ ପ୍ରକାଶ କରାଯାଇଛି। ଅଡିଓରେ ମୁଲ୍ଲା ବାରଦାର କହିଛନ୍ତି ଯେ ସେ ଜୀବିତ ଏବଂ ସୁସ୍ଥ ଅଛନ୍ତି। କିନ୍ତୁ ବରାଦର  ସର୍ବସାଧାରଣରେ ନ ଆସିବା ଏବଂ ପରେ ଭିଡିଓ ବଦଳରେ ଅଡିଓ ମେସେଜ ଜାରି କରିଥିବାରୁ ଏହି ସନ୍ଦେହ ନେଇ ଏବେ ବି ମିଡିଆରେ ଚର୍ଚ୍ଚା ହେଉଛି।

ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ ମଧ୍ୟ ତାଲିବାନ ମୁଖପାତ୍ର ସୁହେଲ ଶାହିନ୍ କହିଛନ୍ତି ଯେ ବରାଦର ଫିଟ୍ ଅଛନ୍ତି। ଶାହିନଙ୍କୁ ମୁଲ୍ଲା ବରାଦରଙ୍କ ହତ୍ୟାକୁ ନେଇ ଉଠିଥିବା ଗୁଜବ ବିଷୟରେ ପଚରାଯାଇଥିଲା। ଏନେଇ ସୋସିଆଲ ମିଡିଆ ଦ୍ୱାରା ଭିଡିଓ ଏବଂ ସ୍କ୍ରିନସଟ୍ ମଧ୍ୟ ସେୟାର କରାଯାଇଛି। ତେବେ ଏନେଇ ଶାହିନ୍ କହିଛନ୍ତି ଯେ – ଏହା ଏକ ଗୁଜବ, ମୁଁ ତାଙ୍କ ସହ ଯୋଗାଯୋଗ କରିଛି, ବର୍ତ୍ତମାନ ସେ ଏକ ଯାତ୍ରାରେ ଅଛନ୍ତି। ଖୁବଶୀଘ୍ର ସେ ସର୍ବସାଧାରଣ ଆଗରେ ଦେଖାଯିବେ।

Taliban Militants Afghanistan Crisis
Advertisment
Advertisment