Advertisment

ଆମେରିକା ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ଦିନ ଶପଥ ନେବ ଆଫଗାନିସ୍ତାନର ନୂଆ ମନ୍ତ୍ରୀମଣ୍ଡଳ !

ଯେଉଁଦିନ ଆମେରିକା ଉପରେ ଭୟଙ୍କର ଆକ୍ରମଣ କରିଥିଲା ଆତଙ୍କୀ ସଂଗଠନ ଅଲ୍‌-କାଏଦା। ଠିକ୍‌ ସେହିଦିନ ତାଲିବାନୀ ଆତଙ୍କୀଙ୍କ ସରକାରର ହେବ ଶପଥ ପାଠ। ଅର୍ଥାତ୍‌ ଆସନ୍ତା ୧୧ ତାରିଖରେ ଆଫଗାନିସ୍ତାନ ସରକାର ବିଧିବଦ୍ଧ ଭାବରେ ଶପଥ ନେବା ନେଇ ସୂଚନା ମିଳିଛି

author-image
Sarbeswar
Taliban

Taliban

ନୂଆଦିଲ୍ଲୀ: ଯେଉଁଦିନ ଆମେରିକା ଉପରେ ଭୟଙ୍କର ଆକ୍ରମଣ କରିଥିଲା ଆତଙ୍କୀ ସଂଗଠନ ଅଲ୍‌-କାଏଦା। ଠିକ୍‌ ସେହିଦିନ ତାଲିବାନୀ ଆତଙ୍କୀଙ୍କ ସରକାରର ହେବ ଶପଥ ପାଠ। ଅର୍ଥାତ୍‌ ଆସନ୍ତା ୧୧ ତାରିଖରେ ଆଫଗାନିସ୍ତାନ ସରକାର ବିଧିବଦ୍ଧ ଭାବରେ ଶପଥ ନେବା ନେଇ ସୂଚନା ମିଳିଛି। ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖ ମଙ୍ଗଳବାର ସକାଳୁ ସକାଳୁ ଆମେରିକା ଉପରେ ଅଲ-କାଏଦା ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ଆସନ୍ତା ୧୧ ତାରିଖରେ ୨୦ ବର୍ଷ ପୂରଣ ହେବାକୁ ଯାଉଛି। ତେଣୁ ଏହି ଦିନରେ ନିଜ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ପାଇଁ ତାଲିବାନ ସରକାର ଯୋଜନା କରିଛି।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୧୧ ତାରିଖ ଶନିବାର ଦିନ ଆଫଗାନିସ୍ତାନରେ ନୂଆ ମନ୍ତ୍ରମାନେ ଶପଥ ନେବେ। ଆଉ ଏହି ଶପଥ ଉତ୍ସବରେ ୭ ରାଷ୍ଟ୍ରକୁ ନିମନ୍ତ୍ରଣ ମଧ୍ୟ ଦିଆଯାଇଛି। ଭାରତ ସହ ଆମେରିକା, ଚାଇନା, ତୁର୍କୀ. ପାକିସ୍ତାନ, କତାର ଓ ଇରାନଙ୍କୁ ଏହି ସମାରୋହରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇଛି। ଗତ ମଙ୍ଗଳବାର ଦିନ ନିଜର କାମଚଳା ମନ୍ତ୍ରୀମଣ୍ଡଳ ଘୋଷଣା କରିଥିଲା ତାଲିବାନ। ସୂଚନା ଅନୁସାରେ, ଏହି ନୂଆ ମନ୍ତ୍ରୀମଣ୍ଡଳରେ ପାଖାପାଖି ୩୩ ଜଣ ମନ୍ତ୍ରୀ ରହିବେ। ପୂର୍ବରୁ ତାଲିବାନ ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ, ନିଜର ପଡ଼ୋଶୀ ରାଷ୍ଟ୍ରଙ୍କ ସହ ସୁ ସମ୍ପର୍କ ଚାହୁଁଛି ତାଲିବାନ। ତେଣୁ ଆମେ ସମସ୍ତ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରିଛୁ, ବର୍ତ୍ତମାନ ସମୟରେ ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହୋଇସାରିଛି। ପୂରା ଶାନ୍ତ ରହିଛି ଆଫଗାନ। ଏହାସହ ସମସ୍ତ ରାଷ୍ଟ୍ରର ସହଯୋଗ ଆଫଗାନିସ୍ତାନ ଚାହୁଁଥିବା ମୁଖପାତ୍ର କହିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସମୁଦାୟ ତାଲିବାନୀ ସରକାରକୁ ଗ୍ରହଣ କରିପାରିନାହିଁ।

Advertisment

କେବଳ ପାକିସ୍ତାନ, ଚୀନ୍‌, ତାଜିକିସ୍ତାନ ଏବଂ ଉଜ୍‌ବେକିସ୍ତାନ କାମଚଳା ତାଲିବାନ ସରକାରକୁ ସ୍ୱୀକୃତି ଦେଇଛନ୍ତି। ତାଲିବାନ କାମଚଳା ସରକାରରେ ମହମ୍ମଦ ହାସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସିରାଜଉଦ୍ଦିନ ହକ୍କାନୀ ଆଭ୍ୟନ୍ତରୀଣ ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ହକ୍କାନୀ ଆମେରିକା ଏଫ୍‌ବିଆଇର ମୋଷ୍ଟ୍‌ ୱା‌ଣ୍ଟେଡ୍‌ରେ ରହିଛନ୍ତି। ତାଙ୍କୁ ଧରାଇଦେଲେ ୭୩ କୋଟି ଟଙ୍କାର ପୁରସ୍କାର ମିଳିବ ବୋଲି ଆମେରିକା ଘୋଷଣା କରିଛି। ଏଠାରେ ସ୍ପଷ୍ଟ କରୁଛୁ କି, ତାଲିବାନ ଘୋଷଣା କରିଥିବା ମନ୍ତ୍ରୀଙ୍କ ମଧ୍ୟରୁ ୧୪ ଜଣ ଆତଙ୍କବାଦୀ ବୋଲି ଜଣାପଡ଼ିଛି। ତେବେ କାହିଁକି ଆମେରିକା ଉପରେ ହୋଇଥିବା ଆକ୍ରମଣ ଦିନ ତାଲିବାନୀ ଶପଥ ଗ୍ରହଣ କରୁଛି ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କୁହାଯାଉଛି କି ତାଲିବାନୀ ପୁଣି କିଛି ଆତଙ୍କୀ କାର୍ଯ୍ୟର ଷଡ଼ଯନ୍ତ୍ର କରିଛି। ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Taliban Taliban Attack Afghanistan
Advertisment
Advertisment