/odishatv-khabar/media/post_attachments/uploadimage/library/16_9/16_9_0/Time_1631936345.jpg)
Time
ନୂଆଦିଲ୍ଲୀ: ପ୍ରକାଶ ପାଇଛି ବିଶ୍ୱର ପ୍ରଭବଶାଳୀ ବ୍ୟକ୍ତି ତାଲିକା। ଦୁନିଆର ୧୦୦ ଜଣ ପ୍ରଭାବଶୀଳୀ ବ୍ୟକ୍ତିଙ୍କ ନାଁ ତାଲିକାରେ ରହିଛି। ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାଁ ଥିବା ବେଳେ ଆଫଗାନିସ୍ତାନର ନୂଆ ଉପପ୍ରଧାନମନ୍ତ୍ରୀ ତଥା ତାଲିବାନ ସହ-ସଂସ୍ଥାପକ ମୁଲ୍ଲା ଅବ୍ଦୁଲ ଗନି ବରାଦର ନାଁ ବି ରହିଛି। ଆମେରିକାର ପ୍ରତିଷ୍ଠିତ ପତ୍ରିକା ‘ଟାଇମ ମାଗାଜିନ ପକ୍ଷରୁ ବରାଦରଙ୍କ ରଣକୌଶଳକୁ ତାରିଫ କରାଯାଇଛି। ଏହା ସହ ସେ ଜଣେ ମିଲିଟ୍ରି ଲିଡର ବୋଲି କୁହାଯାଇଛି। କେବଳ ସେତିକି ନୁହେଁ, ବରଦାରକୁ ମହାନ ବ୍ୟକ୍ତି ବୋଲି ଦର୍ଶାଇଛି ଟାଇମ ପତ୍ରିକା। ସବୁଠାରୁ ବଡ କଥା ବରାଦରଙ୍କୁ ଯେଉଁ କ୍ୟାଟେଗୋରୀରେ ପ୍ରଭାବଶାଳୀ ବ୍ୟକ୍ତି ହିସାବରେ ସାମିଲ କରାଯାଇଛି ସେହି କ୍ୟାଟେଗୋରୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ଜିନପଙ୍ଗିଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।
Also Read
ବର୍ଷ ୨୦୨୧ ପାଇଁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି ଟାଇମ ମାଗାଜିନ। ତାଲିକାରେ ବିଶ୍ୱର ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ଯଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହେରିସ୍, ଚୀନ ରାଷ୍ଟ୍ରପତି ସିଂ ଜିନପିଙ୍ଗଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଁ ବି ରହିଛି।
ଟାଇମ ମାଗାଜିନ ସମସ୍ତ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ୬ଟି ବିଭାଗରେ ବିଭାଗୀକରଣ କରିଛି। ବିଭାଗରେ ନେତା, କଳାକାର, ଆଇକନ, ଟାଇଟନ ଓ ବିଶିଷ୍ଟ ବ୍ୟକ୍ତି ଅଛନ୍ତି। ତେବେ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସେରମ ଇନଷ୍ଟିଟ୍ୟୁଟର ମୁଖ୍ୟ ଅଦାର ପୁନାୱାଲା ନାଁ ବି ରହିଛି।
ଟାଇମ ମାଗାଜିନର ତାଲିକାକୁ ସବୁଠାରୁ ବିଶ୍ୱାସ ଯୋଗ୍ୟ ବୋଲି କୁହାଯାଏ। କାରଣ ମାଗାଜିନର ସମ୍ପାଦକ ତାଲିକା ପ୍ରସ୍ତୁତ କରିବା ପାଇଁ ଗ୍ରାଉଣ୍ଡ ଜିରୋରେ ଅନେକ ପରିଶ୍ରମ କରିଥାନ୍ତି। ମାଗାଜିନ୍ରେ ସାମିଲ କରାଯାଇଥିବା ଲୋକଙ୍କ ପରିଶ୍ରମ ଓ ଦକ୍ଷତାକୁ ଦେଖି ତାଙ୍କୁ ଏଥିରେ ସ୍ଥାନ ଦିଆଯାଇଥାଏ।