Pakistan
ନୂଆଦିଲ୍ଲୀ: ପୁଣି ଥରେ କାଶ୍ମୀରକୁ ନେଇ ଦିବା ସ୍ୱପ୍ନ ଦେଖିବା ଆରମ୍ଭ କଲାଣି ପାକିସ୍ତାନ। ବାରମ୍ବାର ଚେଷ୍ଟା ପରେ କାଶ୍ମୀରକୁ ନେଇପାରିନଥିବା ପାକିସ୍ତାନ ପୁଣି ଥରେ କାଶ୍ମୀର ମୋହରେ ହେଲାଣି ପାଗଳ।ଆଫଗାନିସ୍ତାନରେ ତାଲିବାନ ଶକ୍ତିକୁ ବୃଦ୍ଧି କରିବାରେ ପାକିସ୍ତାନର ସହଯୋଗ କାହାକୁ ଅଛପ ନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ତାଲିବାନ କାବୁଲକୁ ଦଖଲ ଉତ୍ସବ ପାଳନ କରୁଥିବା କହିବା ସହ ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମେ କାଶ୍ମୀରକୁ ଖୁବ୍ଶୀଘ୍ର ନିଜ ଦେଶ ସହ ମିଶାଇବୁ।
ଏହାସହ ତାଲିବାନ ପାକିସ୍ତାନ ସହ ଅଛି ବୋଲି ପାକିସ୍ତାନୀ ନେତା ନୀଲମ ଇରଶାଦ ଶେଖ କହିଛନ୍ତି। ତାଲିବାନ କାଶ୍ମୀର ଲଢେଇରେ ବିଜୟ ହେବ ଏବଂ ଏହାକୁ ପାକିସ୍ତାନକୁ ହସ୍ତାନ୍ତର କରିବ। ପାକିସ୍ତାନର ଏକ ଘରୋଇ ଟିଭିର ବିତର୍କରେ ନୀଲମ ଇରଶାଦ ଏହି ବିବାଦୀୟ ବିବୃତ୍ତି ଦେଇଛନ୍ତି। ଦୀର୍ଘ ଦିନ ଧରି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସହିତ ତାଲିବାନର ଘନିଷ୍ଠ ସମ୍ପର୍କ ଥିବା ଜଣାପଡିଛି।
Also Read
ନୀଲମ ଇରଶାଦଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ତାଲିବାନ ଆତଙ୍କବାଦୀଙ୍କୁ ଖୋଲାଖୋଲି ଭାବେ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି। ଆଫଗାନିସ୍ତାନରେ ଯୁଦ୍ଧ ସମୟରେ ହଜାର ହଜାର ଆତଙ୍କବାଦୀ ପାକିସ୍ତାନର ଆଦିବାସୀ ଅଞ୍ଚଳରୁ ଆଫଗାନିସ୍ତାନକୁ ଯାଇଥିଲେ। ବୈଦେଶିକ ବ୍ୟାପର ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନୀ ସେନା ଏବଂ ଆଇଏସଆଇ ସହାୟତାରେ ତାଲିବାନୀ ଶାସନ ପୁଣି ଥରେ ଆଫଗାନିସ୍ତାନକୁ ଫେରିଛି।
ତେବେ ଟିଭି ବିତର୍କରେ ନୀଲମ ଇରଶାଦ କହିଛନ୍ତି, 'ଇମ୍ରାନ ସରକାର ଗଠନ ପରେ ପାକିସ୍ତାନର ଗର୍ବ ବୃଦ୍ଧି ପାଇଛି। ତାଲିବାନ କହିଛି ଯେ ଆମେ ଆପଣଙ୍କ ସହ ଅଛୁ ଏବଂ କାଶ୍ମୀର ଲଢେଇରେ ଆମେ ଆପଣଙ୍କ ସହ ରହିବୁ। ତେଣୁ ପରବର୍ତ୍ତୀ ସମୟରେ ସେମାନେ କାଶ୍ମୀରକୁ ନିଜ ଆୟତ୍ତକୁ ନେଇ ପାକିସ୍ତାନକୁ ହସ୍ତାନ୍ତ କରିବେ। ତେବେ ଏପରି ମନ୍ତବ୍ୟକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହୋଇଛି।
ସେପଟେ, ଆଫଗାନିସ୍ତାନ ପଞ୍ଜଶିର ପ୍ରଦେଶର ବଘଲନରେ ତାଲିବାନ ବିରୋଧୀରେ ଶକ୍ତି ପ୍ରଦର୍ଶନ କରାଯାଇଛି। ନର୍ଦର୍ଣ୍ଣ ଆଲାଏନ୍ସକୁ ବଡ଼ ସଫଳତା ମିଳିଛି। ପ୍ରଦେଶର ସାଲେ ଓ ବାନୁ ଅଞ୍ଚଳରେ ପ୍ରବେଶ କରି କବଜା କରିଥିବା ଶତାଧିକ ତାଲିବାନୀ ସୈନଙ୍କୁ ହତ୍ୟା କରିଛି ନର୍ଦର୍ଣ୍ଣ ଆଲାଏନ୍ସ। ଏହାସହ ଦୁଇ ଜିଲ୍ଲାକୁ ମୁକ୍ତ କରିବାରେ ସଫଳ ହୋଇଛି। ସେପଟେ ଦୁଇ ଜିଲ୍ଲାରେ ତାଲିବାନୀଙ୍କୁ ମାରିବା ପରେ ପଞ୍ଜଶିରରେ ନିଜର ସରକାର ଗଠନ ଲାଗି ପ୍ରସ୍ତୁତି ଚଳାଇଛି ନର୍ଦର୍ଣ୍ଣ ଆଲାଏନ୍ସ। ମିଳିଥିବା ସୂଚନା ଅନୁସାରେ, ଆଫଗାନିସ୍ତାନର ୩୪ଟି ପ୍ରଦେଶ ମଧ୍ୟରୁ ପଞ୍ଜଶିର ଏକମାତ୍ର ପ୍ରଦେଶ ଭାବେ କେବେ ବି ତାଲିବାନ ଶାସନ ଅଧିନକୁ ଆସିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)