Advertisment

କାବୁଲରେ ପହଞ୍ଚିଲେ ମୁଲ୍ଲା ବରାଦର : ସରକାର ଗଠନ ପାଇଁ ଉଦ୍ୟମ ଜାରି

ମୁଲ୍ଲା ଅବଦୁଲ ଘନି ବରଦାର ମଧ୍ୟ କାବୁଲରେ ଜିହାଦୀ ନେତା ତଥା ରାଜନେତାମାନଙ୍କୁ ଭେଟିବାର ଯୋଜନା ରହିଛି । ନିକଟରେ ତାଲିବାନ ନେତାମାନେ ହମିଦ କରଜାଇ, ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ମଧ୍ୟ ଭେଟିଥିଲେ ଏବଂ ପୂର୍ବ ତାଲିବାନ ତୁଳନାରେ ବର୍ତ୍ତମାନର ତାଲିବାନ ଅଧିକ ଉଦାରବାଦୀ ହେବେ ବୋଲି ଆଶ୍ୱାସନା ଦେଇଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
କାବୁଲରେ ପହଞ୍ଚିଲେ ମୁଲ୍ଲା ବରାଦର : ସରକାର ଗଠନ ପାଇଁ ଉଦ୍ୟମ ଜାରି

afghanistan

କାବୁଲ : ଆଫଗାନିସ୍ତାନରେ ତାଲିବାନ ରାଜ୍ ଆରମ୍ଭ ହେବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ହଜାର ହଜାର ଲୋକ ଦେଶ ଛାଡି ପଳାୟନ କରିବାକୁ ଚେଷ୍ଟା କରୁଛନ୍ତି । ଗତକାଲି ହଜାର ହଜାର ଲୋକ କାବୁଲ ବିମାନବନ୍ଦରରେ ଏକାଠି ହୋଇଥିଲେ । କାବୁଲ ବିମାନ ବନ୍ଦରରେ ଆମେରିକା ଲୋକଙ୍କୁ ଦେଶ ବାହାରକୁ ଯିବାରେ ସାହାଯ୍ୟ କରୁଛି ବୋଲି ଗୁଜବ ପ୍ରଚାରିତ ହୋଇଥିଲା । ସ୍ଥାନାନ୍ତର ପ୍ରକ୍ରିୟାର ଗୁଜବ ଶୁଣି ହଜାର ହଜାର ଲୋକ ଏୟାପୋର୍ଟରେ ଏକତ୍ରିତ ହୋଇଥିଲେ ।

Advertisment

ସେପଟେ କାବୁଲ ପହଞ୍ଚିଛନ୍ତି ମୁଲ୍ଲା ବରାଦର । ମୁଲ୍ଲା ଅବଦୁଲ ଘନି ବରଦାର ମଧ୍ୟ କାବୁଲରେ ଜିହାଦୀ ନେତା ତଥା ରାଜନେତାମାନଙ୍କୁ ଭେଟିବାର ଯୋଜନା ରହିଛି । ନିକଟରେ ତାଲିବାନ ନେତାମାନେ ହମିଦ କରଜାଇ, ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ମଧ୍ୟ ଭେଟିଥିଲେ ଏବଂ ପୂର୍ବ ତାଲିବାନ ତୁଳନାରେ ବର୍ତ୍ତମାନର ତାଲିବାନ ଅଧିକ ଉଦାରବାଦୀ ହେବେ ବୋଲି ଆଶ୍ୱାସନା ଦେଇଛନ୍ତି ।

ମୁଲ୍ଲା ବରାଦର କିଏ?

୧୯୯୪ରେ ତାଲିବାନ ଗଠନ ହୋଇଥିଲା । ଏହା ପଛରେ ଚାରି ଜଣଙ୍କ ହାତ ଥିଲା । ସେମାନଙ୍କ ମଧ୍ୟରୁ ମୁଲ୍ଲା ଅବଦୁଲ ଘନି ବରାଦର ଅନ୍ୟତମ । ୨୦୦୧ରେ ଯେତେବେଳେ ଆମେରିକାର ନେତୃତ୍ୱାଧୀନ ସୈନ୍ୟବାହିନୀ ଆଫଗାନିସ୍ତାନରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ, ସେତେବେଳେ ମୁଲ୍ଲା ବରାଦରଙ୍କ ନେତୃତ୍ୱରେ ବିଦ୍ରୋହର ଖବର ଆସିଥିଲା । ଆମେରିକୀୟ ସୈନ୍ୟମାନେ ତାଙ୍କୁ ଆଫଗାନିସ୍ତାନରେ ଖୋଜିବା ଆରମ୍ଭ କରିଥିଲେ କିନ୍ତୁ ସେ ପାକିସ୍ତାନକୁ ପଳାଇ ଯାଇଥିଲେ ।

Advertisment

୨୦୧୦ ଫେବୃଆରୀରେ ଆମେରିକା ତାଙ୍କୁ ପାକିସ୍ତାନର କରାଚି ସହରରୁ ଗିରଫ କରିଥିଲା । ୨୦୧୨ ପର୍ଯ୍ୟନ୍ତ ଆଫଗାନିସ୍ତାନ ସରକାର କଏଦୀମାନଙ୍କର ପ୍ରତ୍ୟେକ ତାଲିକା ପ୍ରସ୍ତୁତ କରୁଥିଲା ଯେଉଁମାନେ ଶାନ୍ତି ବାର୍ତ୍ତା ବୃଦ୍ଧି କରିବା ପାଇଁ ସେମାନଙ୍କୁ ମୁକ୍ତ କରିବାକୁ ଦାବି କରୁଥିଲେ। କିନ୍ତୁ ସେପ୍ଟେମ୍ବର ୨୦୧୩ରେ ମୁଲ୍ଲାଙ୍କୁ ମୁକ୍ତ କରାଯାଇଥିଲା । ଏହା ପରେ ସେ କେଉଁଠାରେ ରହୁଥିଲେ ତାହା କାହାରିକୁ ଜଣା ନଥିଲା ।

ସେପଟେ କାବୁଲରେ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଥିବା ଖବର ମଧ୍ୟରେ ସୂତ୍ରରୁ ଅନୁସାରେ କାବୁଲ ବିମାନବନ୍ଦର ବାହାରେ ଫସି ରହିଥିବା ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ସେଠାରେ ଭାରତୀୟ ଅଧିକାରୀଙ୍କ ଏକ ଟିମ୍ ରହିଛି । ସମସ୍ତ ଭାରତୀୟ ଏବେ ସୁରକ୍ଷିତ ଥିବା ଖବର ଆସିଛି । କିଛି ସମୟ ପୂର୍ବରୁ ଖବର ଆସିଥିଲା ​​ କାବୁଲ ବିମାନବନ୍ଦର ନିକଟରୁ ପ୍ରାୟ ୧୫୦ ଲୋକଙ୍କୁ ଜବରଦସ୍ତ ଉଠାଇ ନେଇଛି ତାଲଇବାନ୍ । ଏଥିରେ ଅଧିକାଂଶ ଭାରତୀୟ ଲୋକ ଜଡିତ ଥିବା ସୂଚନା ମିଳିଥିଲା । ତେବେ ତାଲିବାନ ଏହି ଘଟଣାକୁ ଅସ୍ୱୀକାର କରିଛି ।

ଏବେ କାବୁଲ ବିମାନ ବନ୍ଦରରେ ଦେଖାଦେଇଛି ବିଶୃଙ୍ଖଳା

କାବୁଲ ବିମାନବନ୍ଦରରେ ଆମେରିକା ଏବଂ ବ୍ରିଟେନ ସୈନ୍ୟଙ୍କୁ ଅଲଗା କରିବା ପାଇଁ କଣ୍ଟା ତାର ଲଗାଯାଇଛି। ତାର ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଆଫଗାନିସ୍ତାନର ଲୋକମାନେ ବିଦେଶୀ ସୈନିକମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । ସ୍ଥାନୀୟ ଗଣମାଧ୍ୟମ ତଥା ଆମେରିକାର ଜଣେ ସାମ୍ବାଦିକ ଟ୍ୱିଟ୍ କରି ଏକ ଭିଡିଓରେ ଦେଖାଯାଇଛି । ଯେଉଁଥିରେ ତାଲିବାନ ଭୟରେ ଲୋକେ କଣ୍ଟା ତାରବାଡ଼ ଡେଇଁବାକୁ ମଧ୍ୟ ଉଦ୍ୟମ କରୁଛନ୍ତି ।

Afghanistan Taliban Attack Afghanistan
Advertisment
Advertisment