Advertisment

ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା ଘୋଷଣା କଲା ତାଲିବାନ, କାମକୁ ଫେରିବାକୁ ଆହ୍ୱାନ

ଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ ତାଲିବାନ ରାଜଧାନୀ କାବୁଲ୍‌ରେ ସମସ୍ତ ସରକାରୀ କର୍ମଚାରୀଙ୍କୁ କାମକୁ ଫେରିବା ପାଇଁ ଆହ୍ୱାନ ଦେଇଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା ଘୋଷଣା କଲା ତାଲିବାନ, କାମକୁ ଫେରିବାକୁ ଆହ୍ୱାନ

taliban declared general amnesty

କାବୁଲ: ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ ତାଲିବାନ ରାଜଧାନୀ କାବୁଲ୍‌ରେ ସମସ୍ତ ସରକାରୀ କର୍ମଚାରୀଙ୍କୁ କାମକୁ ଫେରିବା ପାଇଁ ଆହ୍ୱାନ ଦେଇଛନ୍ତି। ସମସ୍ତ ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା ଦେବାକୁ ମଙ୍ଗଳବାର ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଘୋଷଣା କରି ତାଲିବାନ ପକ୍ଷରୁ କୁହାଯାଇଛି, ସମସ୍ତଙ୍କୁ ସର୍ବକ୍ଷମା ପ୍ରଦାନ ପାଇଁ ଘୋଷଣା କରାଯାଉଛି। ଆପଣମାନେ ନିଜ ନିଜର ରୁଟିନ୍‌ ଲାଇଫ ପୂର୍ଣ୍ଣ ବିଶ୍ୱାସର ସହ ଆରମ୍ଭ କରିପାରନ୍ତି।’

Advertisment

କୌଣସି ସରକାରୀ କର୍ମଚାରୀଙ୍କୁ ଡରିବାର ଆବଶ୍ୟକତା ନାହିଁ। କେହି ଆପଣଙ୍କର କିଛି ବି କ୍ଷତି କରିବେ ନାହିଁ। ସମସ୍ତେ ନିଜ ନିଜ କାମକୁ ଫେରନ୍ତୁ। କାହାକୁ କିଛି ବି କୁହାଯିବ ନାହିଁ। ଆଫଗାନିସ୍ତାନୁ ଇସ୍‌ଲାମୀ ଏମିରେଟ୍‌ସ କରିବାକୁ ଚାହୁଁଛନ୍ତି ତାଲିବାନ। ଅବଦୁଲ୍‌ ଗନି ବରାଦର ଦେଶର ନୂଆ ରାଷ୍ଟ୍ରପତି ହୋଇ ପାରନ୍ତି। 

ତାଲିବାନ କ୍ଷମତାକୁ ଆସିବା ପରେ ସାରା ଦେଶରେ ଭୟର ବାତାବରଣ ଖେଳି ଯାଇଛି। ତାଲିବାନୀ ଯନ୍ତ୍ରଣା ସହିବା ଅପେକ୍ଷା ଲୋକେ ଦେଶ ଛାଡ଼ି ପଳାଇ ଯିବାକୁ ବାହାରିଛନ୍ତି। ତେଣୁ ଏୟାର ପୋର୍ଟରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ତାଲିବାନ ଭୟରେ ପୋଲିସ ଏବଂ ସୁରକ୍ଷାକର୍ମୀ ନିଜ ନିଜ ବର୍ଦି ଓହ୍ଲାଇ ଦେଇଥିବା ଦେଖିବାକୁ ମିଳିଛି। ଏପରିକି ନିଜ ଘର ଛାଡ଼ି ଅଣ୍ଡରଗ୍ରାଉଣ୍ଡରେ ଲୁଚିଥିବା ଦେଖିବାକୁ ମିଳିଛି। ତାଲିବାନ ପକ୍ଷରୁ କର୍ମଚାରୀ, ପୋଲିସ, ସେନା ଅଫିସର, ସାମ୍ବାଦିକ ଏବଂ ବିଦେଶୀ ଏନଜିଓ ସହ ଜଡ଼ିତ ଲୋକଙ୍କୁ ଖୋଜି ବାହାର କରିବା ପାଇଁ ଘର ଘର ବୁଲି ଯାଞ୍ଚ କରୁଛନ୍ତି।

Advertisment

ଏପରିକି କାବୁଲ୍‌ରେ ଆଉ ଆଫଗାନ ସୁରକ୍ଷାବଳଙ୍କୁ ଦେଖିବାକୁ ମିଳୁନାହିଁ। ଜଣାଯାଇଛି, ତାଲିବାନ ଆ‍ଫଗାନିସ୍ତାନରେ ଶରିଆ ଆଇନ ଲାଗୁ କରି ଦେଶକୁ ଇସ୍‌ଲାମିକ ଏମିରେଟ୍ସ କରିବାକୁ ଚାହୁଁଛନ୍ତି। କ୍ଷମତା ହସ୍ତାନ୍ତର ପାଇଁ ସମନ୍ୱୟ ପରିଷଦ ଗଠନ କରାଯାଇଛି। ଆଜି ପରିଷଦର ସଦସ୍ୟ ତାଲିବାନ ନେତାଙ୍କ ସହ ଆଲୋଚନା କରିବେ

ଏପଟେ ତାଲିବାନ ଆଫଗାନ ଶାସନ କ୍ଷମତା ନିଜ କବ୍‌ଜାକୁ ନେଉଥିବାବେଳେ  ଆଫଗାନିସ୍ଥାନ ସଙ୍କଟ ଉପରେ ଉଦବେଗ ପ୍ରକାଶ କରିଛି ଜାତିସଂଘ।  ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ସାରା ବିଶ୍ୱକୁ ଏକାଠି ହେବାକୁ ପଡିବ ବୋଲି ଆହ୍ବାନ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍।  ଆଜି ବସିଥିବା ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶ୍ୱ ସମୂହକୁ ଆହ୍ୱାନ ଦେଇ ମହାସଚିବ କହିଛନ୍ତି, ଆଫଗାନିସ୍ଥାନ ଯେପରି ଆତଙ୍କବାଦର ପେଣ୍ଠସ୍ଥଳୀ ପାଲଟିନଯିବ ସେଥିପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ।  ଆଫଗାନିସ୍ଥାନରେ ବର୍ତ୍ତମାନ ଯାହା ଚାଲିଛି ତାକୁ ଅଣଦେଖା କରିହେବନାହିଁ ।

ତାଲିବାନ କବଜା ପରେ ଆଫଗାନିସ୍ଥାନବାସୀଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି । ମହିଳାଙ୍କ ବିରୋଧରେ ହିଂସା ବଢିବାରେ ଲାଗିଛି। ଆଗାନିସ୍ଥାନ ଛାଡିଥିବା ଶରଣାର୍ଥୀଙ୍କୁ ମାନବିକତା ଦୃଷ୍ଟିରୁ ନିଜ ଦେଶରେ ସ୍ଥାନ ଦେବାକୁ ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବ  ।

Taliban Militants Afghanistan Taliban Attack Afghanistan
Advertisment
Advertisment