Advertisment

ଆଫଗାନିସ୍ଥାନରେ ଆଉ ଚାଲିବନି ବିଦେଶୀ ମୁଦ୍ରା: ତାଲିବାନ୍

ଆଫଗାନ୍‌ରେ ଆଉ ଚାଲିବନି ବିଦେଶୀ ମୁଦ୍ରା । ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ । ଏଣିକି ଯେଉଁମାନେ ଏହି ନୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Taliban Bans Use Of Foreign Currency In Afghanistan Amid National Currency’s Depreciation

Taliban Bans Use Of Foreign Currency In Afghanistan Amid National Currency’s Depreciation

କାବୁଲ: ଆଫଗାନ୍‌ରେ ଆଉ ଚାଲିବନି ବିଦେଶୀ ମୁଦ୍ରା । ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ । ଏଣିକି ଯେଉଁମାନେ ଏହି ନୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତକାଲି ତାଲିବାନ ଆଫଗାନିସ୍ତାନରେ ବିଦେଶୀ ମୁଦ୍ରାର ପ୍ରୟୋଗ ଉପରେ ନିଷେଧାଦେଶ ଜାରି କରିଛି । ଦେଶରେ ପୂର୍ବରୁ ଉପୁଜିଥିବା ଅର୍ଥ ସଂଙ୍କଟ ପରେ ଉକ୍ତ ଘୋଷଣା ଫଳରେ ଆଗାମୀ ଦିନରେ ଦେଶରେ ଆର୍ଥିକ ସ୍ଥିତିରେ ବିରାଟ ସମସ୍ୟା ସୃଷ୍ଟି ହୋବାର ଆଶଙ୍କା କରାଯାଉଛି ।

Advertisment

ସୂଚନାଅନୁସାରେ, ଅଗଷ୍ଟ ମଧ୍ୟଭାଗରେ ତାଲିବାନ୍ ଆଫଗାନିସ୍ଥାନରେ କ୍ଷମତା ଦଖଲ କରିଥିଲା । ଯାହା ପରେ ଆଫଗାନିସ୍ତାନର ଜାତୀୟ ମୁଦ୍ରାର ବିନିମୟ ମୂଲ୍ୟ ହ୍ରାସ ପାଇବାରେ ଲାଗିବା ଫଳରେ ଦେଶର ସଂରକ୍ଷଣ ଧନ କ୍ରମାଗତ ଭାବରେ ବିଦେଶରେ ଜମା ହୋଇଥିଲା । ଫଳରେ ଦେଶରେ ଆର୍ଥିକ ସଂଙ୍କଟ ସୃଷ୍ଟି ହୋଇଥିଲା । ଫଳରେ ବ୍ୟାଙ୍କମାନଙ୍କରେ ମଧ୍ୟ ନଗଦ ଟଙ୍କା ଅଭାବ ଥିବାର ଦେଖିବାକୁ ମିଳିଛି ।

ସେପଟେ ଅନ୍ତର୍ଜାତୀୟ ସମୁଦାୟ ତାଲିବାନ ପ୍ରଶାସନକୁ ଏକ ସରକାର ଭାବରେ ମାନିବାକୁ ମନା କରି ଦେଇଛି । ଏଭଳି ପରିସ୍ଥିତିରେ ଦେଶରେ ବହୁମାତ୍ରାରେ ଆମେରିକୀୟ ଡଲାରର କାରବାର କରାଯାଉଛି । କେବଳ ଏତିକି ନୁହେଁ ଦକ୍ଷିଣ ସୀମା ବାଣିଜ୍ୟ ମାର୍ଗ ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ପାକିସ୍ତାନୀ ମୁଦ୍ରା ବ୍ୟବହାର କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ସାମ୍ମାଦିକ ସମ୍ମିଳନୀରେ ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଏକ ବଡ ଘୋଷଣା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ବର୍ତ୍ତମାନଠାରୁ ଯଦି କେହି ଘରୋଇ ବ୍ୟବସାୟ ପାଇଁ ବିଦେଶୀ ମୁଦ୍ରା ବ୍ୟବହାର କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Advertisment

ଏହାସହ ସେ କହିଛନ୍ତି, ‘ଦେଶରେ ଅର୍ଥନୈତିକ ପରିସ୍ଥିତି ଏବଂ ଜାତୀୟ ସ୍ୱାର୍ଥ ନିମନ୍ତେ ପ୍ରତ୍ୟେକ କାରବାରରେ ଆଫଗାନିସ୍ତାନ ମୁଦ୍ରା ବ୍ୟବହାର କରାଯିବା ଉଚିତ୍’ । ତେଣୁ ବର୍ତ୍ତମାନଠାରୁ ଆଫଗାନିସ୍ତାନ ମୁଦ୍ରାର ବ୍ୟବହାର କରି ହିଁ ସମସ୍ତ କାରବାର କରିବାସହ ବିଦେଶୀ ମୁଦ୍ରା ବ୍ୟବହାରରୁ ନିବୃତ୍ତ ରହିବାକୁ ଦେଶବାସୀଙ୍କୁ ତାଲିବାନ୍‌ ମୁଖପାତ୍ର ପରାମର୍ଶ ଦେଇଛନ୍ତି । ଦେଶର ସମସ୍ତ ନାଗରିକ, ଦୋକାନୀ, ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ଏହି ନିୟମ ମାନିବାକୁ ନିର୍ଦ୍ଦେଶାଦେଶ ଦିଆଯାଇଛି । ନିୟମ ଉଲଙ୍ଗନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତାଲିବାନର ମୁଖପାତ୍ର ।

Taliban Afghanistan Taliban Currency Ban
Advertisment
Advertisment