Advertisment

ସ୍ୱିଜରଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ମିଳିଲା ଅନୁମତି

ସମଲିଙ୍ଗୀ ବିବାହକୁ ମିଳିଲା ପ୍ରଶାସନ ପକ୍ଷରୁ ମଞ୍ଜୁରୀ। ସମଲିଙ୍ଗୀ ବିବାହ ଉପରେ ଲୋକଙ୍କ ମତ ଜାଣିବା ପାଇଁ ରବିବାର ସ୍ୱିଜରଲ୍ୟାଣ୍ଡରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶର ଅଧାରୁ ଅଧିକ ଜନସଂଖ୍ୟାଙ୍କର ଏହି ପ୍ରସଙ୍ଗରେ କୌଣସି ଅସୁବିଧା ନାହିଁ ବୋଲି ସୂଚନା ମିଳିଛି। ପ୍ରାୟ ଦୁଇ-ତୃତୀୟାଂଶ ସ୍ୱିସ୍ ଭୋଟରଙ୍କ ମତଦାନରେ ଦେଶରେ ସମଲିଙ୍ଗୀ ବିବାହ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି।

author-image
Otv Khabar Bureau
same gender marriage

same gender marriage

ସ୍ୱିଜରଲ୍ୟାଣ୍ଡ: ସମଲିଙ୍ଗୀ ବିବାହକୁ ମିଳିଲା ପ୍ରଶାସନ ପକ୍ଷରୁ ଅନୁମତି । ସମଲିଙ୍ଗୀ ବିବାହ ଉପରେ ଲୋକଙ୍କ ମତ ଜାଣିବା ପାଇଁ ରବିବାର ସ୍ୱିଜରଲ୍ୟାଣ୍ଡରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶର ଅଧାରୁ ଅଧିକ ଜନସଂଖ୍ୟାଙ୍କର ଏହି ପ୍ରସଙ୍ଗରେ କୌଣସି ଅସୁବିଧା ନାହିଁ ବୋଲି ସୂଚନା ମିଳିଛି।

Advertisment

ସ୍ୱିଜରଲ୍ୟାଣ୍ଡର gfs.bern ଏଜେନ୍ସି ଦ୍ୱାରା ଆକଳନ କରାଯାଇଛି ଯେ ୬୪ ପ୍ରତିଶତ ଲୋକ ସମଲିଙ୍ଗୀ ବିବାହ ସପକ୍ଷରେ ଥିବାବେଳେ ୩୬ ପ୍ରତିଶତ ଲୋକ ଏହାକୁ ବିରୋଧ କରିଛନ୍ତି। ପ୍ରାୟ ଦୁଇ-ତୃତୀୟାଂଶ ସ୍ୱିସ୍ ଭୋଟରଙ୍କ ମତଦାନରେ ଦେଶରେ ସମଲିଙ୍ଗୀ ବିବାହ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ଏହି ପ୍ରସଙ୍ଗରେ ସରକାରଙ୍କ ଫଳାଫଳ ଶୁଣାଣି ପରେ ସମଲିଙ୍ଗୀ ଲୋକ ଏବଂ ସେମାନଙ୍କ ସମର୍ଥକମାନେ ଉତ୍ସବ ପାଳନ କରୁଥିବାର ଚିତ୍ର ସାମ୍ନାକୁ ଆସିଛି।​| ସ୍ୱିଜରଲ୍ୟାଣ୍ଡର ସାଂସଦ ଓ ଗଭର୍ନିଙ୍ଗ୍ ଫେଡେରାଲ୍ କାଉନସିଲ୍ ସମଲିଙ୍ଗୀ ବିବାହ ନେଇ ସମସ୍ତଙ୍କ ନିୟମକୁ ସମର୍ଥନ କରିଛନ୍ତି। ଏହି ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଲୋକମାନେ ଦୃଢ ସମର୍ଥନ କରିଥିଲେ।

୨୦୦୭ ଠାରୁ ସ୍ୱିଜରଲ୍ୟାଣ୍ଡରେ ସମଲିଙ୍ଗୀ ଜୀବନସାଥୀ ଚୟନ କରିବାକୁ ଅନୁମତି ଦିଆଯାଇଥିଲା। ସମର୍ଥକମାନଙ୍କ କହିବାନୁଯାୟୀ ସମଲିଙ୍ଗୀ ଜୀବନସାଥୀଙ୍କୁ ମଧ୍ୟ ସମାଜରେ ସାଧାରଣ ଦମ୍ପତିଙ୍କ ଭଳି ସମାନ ଅଧିକାର ମିଳିବା ଉଚିତ୍। ଅର୍ଥାତ ଶିଶୁ ଗ୍ରହଣ କରିବା, ନାଗରିକତ୍ୱ ମିଳିବା ଆଦି ଅଧିକାର ମିଳିବା ଦରକାର। ଭୋଟ୍ ପୂର୍ବରୁ ସରକାର ଏବଂ ଆଇନଜୀବୀମାନଙ୍କ ପକ୍ଷରୁ ଭୋଟରଙ୍କୁ ସମଲିଙ୍ଗୀ ବିବାହକୁ ସମର୍ଥନ କରିବା ଓ ସମଲିଙ୍ଗୀ ଦମ୍ପତିଙ୍କ ସହ ଅସମାନ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ବର୍ଷ ଦେଶର ଆଇନଜୀବୀମାନେ ସମଲିଙ୍ଗୀ ବିବାହକୁ ଆଇନଗତ କରିବାକୁ ଭୋଟ୍ ଦେଇଥିଲେ। କିନ୍ତୁ ଆଇନକୁ ବିରୋଧ କରୁଥିବା ନେତାମାନେ ଏହି ପ୍ରସଙ୍ଗରେ ଉପନିର୍ବାଚନ କରିବା ପାଇଁ ୫୦,୦୦ ଲୋକଙ୍କ ଦସ୍ତଖତ ସଂଗ୍ରହ କରିଥିଲେ।

Advertisment

ସ୍ୱିଜରଲ୍ୟାଣ୍ଡର କେତେକ ଖ୍ରୀଷ୍ଟିଆନ ଗୋଷ୍ଠୀ ଓ ସ୍ୱିସ୍ ପିପୁଲ୍ସ ପାର୍ଟି (ଏସଭିପି) ଏହି ବିବାହକୁ ଦୃଢ ବିରୋଧ କରିଥିଲେ। ୧୯୪୨ ରେ ସ୍ୱିଜରଲ୍ୟାଣ୍ଡରେ ସମଲିଙ୍ଗୀ ବିବାହ କୌଣସି ଅପରାଧ ନୁହେଁ ବୋଲି କୁହାଯାଇଥିଲା। ୧୯୯୦ ଦଶକ ପର୍ଯ୍ୟନ୍ତ ସ୍ଥାନୀୟ ତଥା ଆଞ୍ଚଳିକ ପୋଲିସ ନିକଟରେ 'ସମଲିଙ୍ଗୀ ପଞ୍ଜିକରଣ' ବ୍ୟବସ୍ଥା ରହିଥିଲା।

୨୦୦୭ ପରଠାରୁ ସମଲିଙ୍ଗୀ ଦମ୍ପତିମାନଙ୍କୁ ଏକାଠି ରହିବାର ଅଧିକାର ଦିଆଯାଇଥିଲା। କିନ୍ତୁ ସେମାନଙ୍କୁ ବିବାହ କରିବାର ଅଧିକାର ଦିଆଯାଇ ନଥିଲା। ପ୍ରତିବର୍ଷ ପ୍ରାୟ ୭୦୦ ଲୋକ ଏକାଠି ରହିବାକୁ ପଞ୍ଜିକରଣ କରଥାନ୍ତି। କିନ୍ତୁ ସେମାନଙ୍କୁ ସାଧାରଣ ଦମ୍ପତିଙ୍କ ପରି ଅଧିକାର ମିଳୁ ନଥିଲା। ସେମାନଙ୍କୁ ସନ୍ତାନ ଗ୍ରହଣ କରିବାକୁ ବାରଣ କରାଯାଇଥିଲା।

ଡିସେମ୍ବରରେ ସାଂସଦମାନେ ସମଲିଙ୍ଗୀ, ବାଇସେକ୍ସୁଆଲ୍, ଟ୍ରାନ୍ସଜେଣ୍ଡର ଏବଂ କୁଇର୍ ଲୋକଙ୍କୁ ଏକାଠି ରହିବା ପରିବର୍ତ୍ତେ ବିବାହ କରିବାକୁ ଅନୁମତି ଦିଆଯାଇଥିଲା। ଉପନିର୍ବାଚନର ଫଳାଫଳ ନିଶ୍ଚିତ ହେବା ପରେ ବିବାହ ବିଲ୍ ଆଇନ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଥିଲା। ସମଲିଙ୍ଗୀ ଦମ୍ପତିମାନେ ଶିଶୁ ଗ୍ରହଣ କରିବାରେ ସକ୍ଷମ ହେବେ ଏବଂ ସେମାନେ ଏକ ସରଳ ପ୍ରକ୍ରିୟା ମାଧ୍ୟମରେ ନାଗରିକତା ପାଇଁ ଆବେଦନ ମଧ୍ୟ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ନେର୍ଦ୍ଦେଶ ଦିଆଯାଇଛି।

Switzerland Same Gender Marriage
Advertisment
Advertisment