Advertisment

ଆମେରିକାରେ ପ୍ରଳୟ ରଚିଲା ‘ଇଡା’; ୪୯ ମୃତ

ଆମେରିକାରେ ବାତ୍ୟା ଇଡା ପ୍ରଳୟ ରଚିଛି। ବୁଧବାର ବାତ୍ୟା ଇଡା ପ୍ରଭାବରେ ଆମେରିକାର ନ୍ୟୁୟର୍କ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକରେ ବନ୍ୟା ଆସି ଅତି କମ୍‌ରେ ୪୯ ଜଣଙ୍କର ମୃତ୍ୟୁ ଘଟିଲାଣି।

author-image
Minati Mishra
storm ida in america

storm ida in america

ୱାଶିଂଟନ: ଆମେରିକାରେ ବାତ୍ୟା ଇଡା ପ୍ରଳୟ ରଚିଛି। ବୁଧବାର ବାତ୍ୟା ଇଡା ପ୍ରଭାବରେ ଆମେରିକାର ନ୍ୟୁୟର୍କ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକରେ ବନ୍ୟା ଆସି ଅତି କମ୍‌ରେ ୪୯ ଜଣଙ୍କର ମୃତ୍ୟୁ ଘଟିଲାଣି। ବନ୍ୟାପାଣି ଜନବସତି ଅଞ୍ଚଳରେ ପଶି ଯାଇଛି। ଫଳରେ ରାସ୍ତା ଘାଟ, ଘର ଜଳମଗ୍ନ ହୋଇଯାଇଛି। ଏପରିକି ରାସ୍ତାରେ ଗାଡି ମୋଟର ବି ପାଣିରେ ବୁଡି ରହିଛି। 

Advertisment

ବୁଧବାର ବିଳମ୍ବିତ ରାତିରେ ନ୍ୟୁୟର୍କ ଏବଂ ଆଖପାଖ ଅଞ୍ଚଳରେ ଇଡ଼ାର ପ୍ରଭାବକୁ ପୂର୍ବାନୁମାନ କରି ଜରୁରୀକାଳିନ ସ୍ଥିତି ଘୋଷଣା କରାଯାଇଥିଲା। ନ୍ୟୁୟର୍କ ମେୟର ବିଲ୍‌ ଡି ବ୍ୟାସିୟୋ ବୁଧବାର ବିଳମ୍ବିତ ରାତିରେ ଏହି ଘୋଷଣା କରିବା ସହ କହିଥିଲେ  ଆମେ ଆଜି ରାତିରେ ରେକର୍ଡ ସ୍ତରର ବର୍ଷା, ଭୟଙ୍କର ବନ୍ୟା ଏବଂ ସଡକ ଉପରେ ବିପଜ୍ଜନକ ସ୍ଥିତିକୁ ସାମ୍ନା କରିଛନ୍ତି। 

Advertisment

ନ୍ୟୁଜର୍ସିର ଗଭର୍ଣ୍ଣର ଡେମୋକ୍ରାଟିକ ପାର୍ଟି କହିଛନ୍ତି, ଅତି କମ୍‌ରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ କେବଳ ନ୍ୟୁୟର୍କ ସହରରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୧୧ ଜଣ ଭୂତଳ ଆପାର୍ଟମେଣ୍ଟରେ ରହୁଥିଲେ ଏବଂ ସେଠାରେ ପାଣି ପଶିଯିବାରୁ ଏମାନଙ୍କର ମୃତ୍ୟୁ ଘଟିଥିଲା। ଏହାବ୍ୟତୀତ  ୱେଷ୍ଟଚେଷ୍ଟର୍ କାଉଣ୍ଟିରେ ତିନି ଜଣଙ୍କର, ପେନସିଲଭେନିଆରେ ଅତିକମରେ ୫ ଜଣ ଲୋକ ଏହି ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଛନ୍ତି।

ରେଲୱେ ଷ୍ଟେଶନ ଏବଂ ରେଳଧାରଣରେ ପାଣି ପଶିଯିବାରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟେସନ ଅଥରିଟି ସମସ୍ତ ରେଳସେବାକୁ ବାତିଲ କରିଛନ୍ତି। ସୋଶିଆଲ ମିଡିଆରେ ବନ୍ୟାର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ପରେ କିଛି ସହର ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରମୁଖ ରାସ୍ତାରେ ଛିଡ଼ା ହୋଇଥିବା ଗାଡ଼ି ଗୁଡ଼ିକର ଝରକା କାଚ ବୁଡ଼ି ଯାଇଛି। ଏହାଛଡ଼ା ରାସ୍ତା କଡ଼ରେ ପୁଳାପୁଳା ଅଳିଆ ଓ ଆର୍ବଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି। ଅଧିକାଂଶ ଅଞ୍ଚଳରୁ ବିଦ୍ୟୁତ କାଟ ହୋଇଯାଇଛି। 
ଏପରି ସ୍ଥିତିରେ  ରାଷ୍ଟ୍ରପତି ଜୋ ବାଇଡେନ୍ ସମସ୍ତ ପ୍ରକାରର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।  

Storm Ida Weather Alert In America
Advertisment
Advertisment