Advertisment

ତାଲିବାନୀ ପାଇଁ ଏମାନେ ହେଉଛନ୍ତି ଯମ

ତାଲିବାନ ପାଇଁ ଯମ। ଯାହାଙ୍କ ନାଁ ଶୁଣିଲେ ଥରହର ତାଲିବାନୀ। କେହି ପଞ୍ଜଶିର ମାଟି ମାଡିଲେ ଲମ୍ଫ ଦେଇ ଜୀବନ ନେଇ ଯାଆନ୍ତି। ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ତାଲିବାନ ସେନାଙ୍କୁ ନିପାତ କରି ଏ ବ୍ୟକ୍ତି ଜଣଙ୍କ ପାଲଟି ଯାଇଛନ୍ତି ମହା ନାୟକ। ନାଁ ଓ୍ବାହିଦ ଜଲନ୍ଧର। ‘ବାବା ଜଲନ୍ଧର’ ନାଁରେ ଏ ବେଶ ପରିଚିତ

author-image
Sarbeswar
Taliban

Taliban

କାବୁଲ: ତାଲିବାନ ପାଇଁ ଯମ। ଯାହାଙ୍କ ନାଁ ଶୁଣିଲେ ଥରହର ତାଲିବାନୀ। କେହି ପଞ୍ଜଶିର ମାଟି ମାଡିଲେ ଲମ୍ଫ ଦେଇ ଜୀବନ ନେଇ ଯାଆନ୍ତି। ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ତାଲିବାନ ସେନାଙ୍କୁ ନିପାତ କରି ଏ ବ୍ୟକ୍ତି ଜଣଙ୍କ ପାଲଟି ଯାଇଛନ୍ତି ମହା ନାୟକ। ନାଁ ଓ୍ବାହିଦ ଜଲନ୍ଧର। ‘ବାବା ଜଲନ୍ଧର’ ନାଁରେ ଏ ବେଶ ପରିଚିତ। ପଞ୍ଜଶିରରେ ତାଲିବାନ ବିରୋଧରେ ଚାଲିଥିବା ଯୁଦ୍ଧର ଏ ଦାଇତ୍ୱ ନେଇଛନ୍ତି । ଅହମ୍ମଦ ଶାହ ମାସୁଦଙ୍କ ନର୍ଦ୍ଦନ ଆଲାଏନ୍ସ କମାଣ୍ଡର ହେଉଛନ୍ତି ଓ୍ବାହିଦ। କହିବାକୁ ଗଲେ ଓ୍ବାହିଦ ହେଉଛନ୍ତି ମାସୁଦଙ୍କ ଡାହାଣ ହାତ । ଯାହାଙ୍କ ନାଁ ଶୁଣିରେ ଭୟରେ ଥରହର ହେଉଛି ତାଲିବାନ ସଂଗଠନ। ପଞ୍ଜଶିର ଘାଟି ବାରମ୍ୱାର ତାଲିବାନୀଙ୍କୁ ଏ ପାଣି ପିଆଇ ଚାଲିଛନ୍ତି । ତାଲିବାନ ସହ ଲଢେଇ କରିବାରେ ଓ୍ବାହିଦଙ୍କ ପାଖରେ ରହିଛି ୩୫ ବର୍ଷର ଅଭିଜ୍ଞତା। ପଞ୍ଜଶିରରେ ତାଲିବାନୀଙ୍କ ସହ ଲଢିବାରେ ସେ ମାହିର। ନର୍ଦ୍ଦନ ଆଲାଏନ୍ସର କହିବା ଅନୁସାରେ, କେଇ ଘଣ୍ଟା ଭିତରେ ସେ ୫୦୦ ତାଲିବାନୀଙ୍କୁ ନିହତ କରି ରେକର୍ଡ କରିଛନ୍ତି। ତାଙ୍କ ଭୟରେ ଅନେକ ତାଲିବାନୀ ଆତ୍ମସପର୍ମଣ ମଧ୍ୟ କରିଛନ୍ତି।

Advertisment

ପୂର୍ବରୁ ପଞ୍ଜଶିର ଘାଟିରେ ତାଲିବାନୀଙ୍କୁ ଆଣ୍ଠେଇବାକୁ ବାଧ୍ୟ କରିଥିବା କମାଣ୍ଡର ଓ୍ବାହିଦ ଜଲନ୍ଧରଙ୍କୁ ପୁଣି ଥରେ ପଞ୍ଚଶୀଳ ବଞ୍ଚାଇବାର ଦାୟିତ୍ବ ଦେଇଛି ନର୍ଦ୍ଦନ ଆଲାଏନ୍ସ। ବାବା ଦାୟିତ୍ବ ନେବା ପରେ ଯୁଦ୍ଧ ଜୋରଦାର ହୋଇଛି। ୧ ହଜାରରୁ ଅଧିକ ତାଲିବାନୀଙ୍କୁ ବନ୍ଦୀ କରାଯାଇଥିବା ଦାବି କରିଛି ପଞ୍ଜଶୀରର ରେଜିଷ୍ଟାନ୍ସ ଫୋର୍ସ। ଏହା ସହ ବହୁ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

Advertisment

ଆଫଗାନସ୍ଥାନକୁ ତାଲିବାନ ଦଖଲ କରିବା ପରେ ପଞ୍ଜଶୀରରେ ଘମାଘୋଟ ଲଢେଇ ଜାରି ରହିଛି। ପଞ୍ଜଶୀରକୁ କବ୍‌ଜା କରିଥିବା ତାଲିବାନ କହୁଥିବା ବେଳେ ପଞ୍ଜଶୀର ରେଜିଷ୍ଟାନ୍ସ ଫୋର୍ସର ନେତା ଅମରୁଲ୍ଲା ସାଲେହ ଏହାକୁ ଖାରଜ କରିଛନ୍ତି। ପଞ୍ଜଶୀରରେ ରେଜିଷ୍ଟାନ୍ସ ଫୋର୍ସର ନେତୃତ୍ୱ ନେଉଛନ୍ତି ଅହମ୍ମଦ ମାସୁଦ ଓ କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ। ୧୯୯୬ରୁ ୨୦୦୧ ମଧ୍ୟରେ ଯେତେବେଳେ ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିଥିଲା, ସେହି ସମୟରେ ବି ପଞ୍ଜଶୀର ଘାଟିକୁ ତାଲିବାନ ନିଜ ଅକ୍ତିଆରକୁ ନେଇପାରି ନଥିଲା।

Taliban Taliban Attack Afghanistan
Advertisment
Advertisment