Advertisment

ତାଲିବାନୀ ଫରମାନ୍ ! ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ ଓ ପର୍‌ଫ୍ୟୁମ ବ୍ୟବହାର ଉପରେ କଟକଣା

ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ । ଏପରି ନୂଆ ନିୟମ ବାହାର କରି ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍‌ । ଆଫଗାନିସ୍ତାନ ଦଖଲ ପରଠାରୁ ହିଁ ତାଲିବାନ ମହିଳାଙ୍କ ପାଇଁ ଗୋଟେ ପରେ ଗୋଟେ ନୂଆ ନିୟମ ବାହାର କରିବାରେ ଲାଗିଛି । ଯାହାପରେ ମହିଳାଙ୍କ ପାଇଁ ତାଲିବାନ୍‌ ଏବେ ପୁଣି ନୂଆ ନିୟମ ବାହାର କରିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
South Asia Color Of Women Dress Should Not Be Attractive Will Not Use Perfume Says Taliban

South Asia Color Of Women Dress Should Not Be Attractive Will Not Use Perfume Says Taliban

କାବୁଲ୍ : ତାଲିବାନୀ ସରକାରରେ ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ । ଏପରି ନୂଆ ନିୟମ ଆଣି ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍‌ । ଆଫଗାନିସ୍ତାନ ଦଖଲ ପରଠାରୁ ହିଁ ତାଲିବାନ ମହିଳାଙ୍କ ପାଇଁ ବିଭିନ୍ନ ନିୟମ ପ୍ରଣୟନ କରିଛି । ବର୍ତ୍ତମାନ ମହିଳାଙ୍କୁ ଗାଢ ରଙ୍ଗର ପୋଷାକ ପିନ୍ଧିବାକୁ ବାରଣ କରାଯାଇଥିବା ବେଳେ ପର୍‌ଫ୍ୟୁମ ବ୍ୟବହାର ନକରିବାକୁ କୁହାଯାଇଛି । କେବଳ ଏତିକି ନୁହେଁ ବରଂ ମହିଳାଙ୍କ ଚାଲିବା ଶଦ୍ଦ ଦ୍ୱାରା ଯେପରି କୌଣସି ପୁରୁଷଙ୍କ ଦୃଷ୍ଟି ଆକର୍ଷଣ ନ ହେବେ, ସେନେଇ ମହିଳାମାନଙ୍କୁ ଲଙ୍ଗ୍‌ ବୁଟ୍‌ ତଥା ହାଇ ହିଲ୍‌ ପିନ୍ଧିବା ଉପରେ ମଧ୍ୟ ରୋକ୍‌ ଲଗାଯାଇଛି । ତାଲିବାନୀ ନିୟମ ଅନୁସାରେ, ମହିଳାମାନେ ସର୍ବସାଧାରଣରେ କୌଣସି କାର୍ଯ୍ୟ କରିପାରିବେ ନାହିଁ । ତାଲିବାନ୍‌ ମହିଳାଙ୍କ ପିନ୍ଧିବା ଠାରୁ ଆରମ୍ଭ କରି କାର୍ଯ୍ୟକଳାପ ପର୍ଯ୍ୟନ୍ତ ସବୁଥିରେ ଅନେକ ପ୍ରକାରର କଟକଣା ଲାଗାଇଛି ।

Advertisment

ଜାଣନ୍ତୁ ମହିଳାଙ୍କ ପାଇଁ କଣ ରହିଛି କଟକଣା

  • ତାଲିବାନ୍‌ ନିୟମ ଅନୁସାରେ, ମହିଳାମାନେ ସର୍ବସାଧାରଣରେ ଥଟ୍ଟା ମଜା କରିପାରିବେ ନାହିଁ । ମହିଳାମାନେ ଏକାକୀ ଘର ବାହାରକୁ ଯାଇପାରିବେ ନାହିଁ । ସେମାନେ କେବଳ ଜଣେ ପୁରୁଙ୍କ ସହ ହିଁ ଘରୁ ବାହାରକୁ ଯାଇପାରିବେ । ଏହାସହ ସେମାନେ ନିଜକୁ ସମ୍ପୂର୍ଣ୍ଣ ରୂପେ ଘୋଡାଇ ରଖିବେ ।
  • ପୁରୁଷ ଦୋକାନୀମାନ ଙ୍କଠାରୁ କୌଣସି ସାମଗ୍ରୀ କିଣିପାରିବେ ନାହିଁ । ଚିକିତ୍ସା ପାଇଁ କେବଳ ମହିଳା ଡାକ୍ତରଙ୍କ ପାଖକୁ ହିଁ ଯାଇପାରିବେ ହେଲେ ସେମାନେ ପୁରୁଷ ଡାକ୍ତରଙ୍କ ପାଖକୁ ଯାଇପାରିବେ ନାହିଁ ।
  • ମହିଳାମାନେ କୌଣସି କସ୍‌ମେଟିକ୍‌ ବ୍ୟବହାର କରିପାରିବେ ନାହିଁ । ପୁରୁଷ ମାନଙ୍କ ସହ ହାତ ମିଳାଇବା ତଥା ଜୋରେ ହସିପାରିବେ ନାହିଁ ।
  •  ଟ୍ୟାକ୍ସିରେ ଯାଇପାରିବେ ନାହିଁ ମହିଳା । ଏହା ବ୍ୟତୀତ ମହିଳାମାନଙ୍କ ପାଇଁ ବାଇକ୍, ସାଇକେଲ ଚଲାଇବା ଓ କ୍ରୀଡା ଉପରେ ମଧ୍ୟ ପ୍ରଇବନ୍ଧକ ଲାଗାଯାଇଛି । ଏହାସହ ନଦୀରେ ପୋଷାକ ଧୋଇ ପାରିବେ ନାହିଁ କିମ୍ବା ବାଲକୋନି ଏବଂ ଝରକାରୁ ଦେଖିପାରିବେ ନାହିଁ ।
  • ମହିଳାଙ୍କୁ ଫଟୋ କ୍ଲିକ୍ କରିବା ପାଇଁ ମଧ୍ୟ ମନା କରାଯାଇଛି । ଏମିତିକି କୌଣସି ବିଜ୍ଞାପନରେ ମଧ୍ୟ ମହିଳା ରହିପାରିବେ ନାହିଁ । ମହିଳାମାନେ ପୁରୁଷଙ୍କ ସହ ଗୀତ ଶୁଣିପାରିବେ ନାହିଁ । ଏହାସହ ସର୍ବସାଧାରଣରେ ଟିଭି, ଚଳଚ୍ଚିତ୍ର ଇତ୍ୟାଦି ମଧ୍ୟ ଦେଖିପାରିବେ ନାହିଁ ।
Taliban Afghanistan Taliban New Rule
Advertisment
Advertisment