taliban rejected pakistan proposal
କାବୁଲ୍: ଚୋରି କଲେ କଟାଯିବ ହାତ , ଅବୈଧ ସମ୍ପର୍କ ରଖିଲେ ପଥରମାଡ କରି ହତ୍ୟା। ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ସହ ପୁଣି ଫେରିବାକୁ ଯାଉଛି ପୂର୍ବର ସେହି ଆତଙ୍କୀ। ମିନିଷ୍ଟ୍ରି ଅଫ୍ ପ୍ରୋପାଗେସନ ଅଫ୍ ଭଚ୍ୟୁ ଆଣ୍ଡ ପ୍ରିଭେନସନ୍ ଅଫ୍ ଭାଇସ ନାମକ ଏହି ମନ୍ତ୍ରଣାଳୟକୁ ପୂର୍ବରୁ ଉଚ୍ଛେଦ କରାଯାଇଥିଲା। ଦେଶରେ କଠୋର ଶାରିଆ ଆଇନ୍ ଲାଗୁ କରିବା ଏହି ମନ୍ତ୍ରଣାଳୟର ପ୍ରଥମ ତଥା ମୁଖ୍ୟ କାମ ବୋଲି ସୂଚନା ମିଳିଛି। ପୁରୁଷଙ୍କ ବିନା ମହିଳା ଯେପରି ଘରୁ ବାହାରି ପାରିବେନି ଏବଂ ମହିଳାଙ୍କ ସଙ୍ଗୀତ ଓ ମନୋରଂଜନ ଉପରେ ପ୍ରତିବନ୍ଧକ ଲାଗୁ କରିବା ସହ ଏହାର କଡା ତଦାରଖ କରିଥାଏ ଏହି ମନ୍ତ୍ରଣାଳୟ। ତାଲିବାନର ଜଣେ ଅଧିକାରୀ ନ୍ୟୁୟର୍କ ପୋଷ୍ଟକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇସଲାମର ସେବା କରିବା।
Also Read
ଏଥିପାଇଁ କଠୋର ନିୟମ ଲାଗୁ କରିବା ଭଳି ଏକ ମନ୍ତ୍ରଣାଳୟ ଜରୁରୀ ରହିଛି। ତାଲିବାନ ନିୟମ ଉଲ୍ଲଂଘନକାରୀଙ୍କୁ ଇସଲାମ ଆଇନ୍ ଅନୁସାରେ ଦଣ୍ଡିତ କରାଯିବ। ଚୋରଙ୍କ ହାତ କଟାଯିବ ଏବଂ ଅବୈଧ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କୁ ସମସ୍ତଙ୍କ ସାମ୍ନାରେ ପଥର ମାଡ କରାଯିବ। ଉଭୟ ପୁରଷ ଓ ମହିଳାଙ୍କୁ ସମାନ ଭାବେ ଦଣ୍ଡିତ କରାଯିବ। ୧୯୯୬ରୁ ୨୦୦୧ ଶାସନ ମଧ୍ୟରେ ଏହି ମନ୍ତ୍ରଣାଳୟ ଆଫଗାନ ରାସ୍ତାରେ ମୋରାଲ ପୋଲିସ ଗଠନ କରିଥିଲା। ଉଲ୍ଲଂଘନକାରୀଙ୍କୁ ବିଚ୍ ରାସ୍ତାରେ ଚାବୁକ୍ ଓ ପଥର ମାଡ କରାଯାଉଥିଲା।
ତେବେ ଏମିତି ଆଇନ ଲାଗୁ ହେବା ନେଇ ଚିନ୍ତାରେ ଅଛନ୍ତି ଆଫଗାନବାସୀ। ସାଟେଲାଇଟ୍ ଚିତ୍ର ବଖାଣୁଛି ଆଫଗାନ୍ ନାଗରିକଙ୍କ ଦୁର୍ଦ୍ଦଶା । ତାଲିବାନୀ ଶାସନ ଭୟ, କୌଣସି ମତେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ଆଫଗାନ୍ ନାଗରିକ । ତାଲିବାନ୍ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଜାରି ରହିଛି ଦେଶ ଛାଡ଼ିବା ଅଭିଯାନ । ଏବେ ବି ଶହ ଶହ ଲୋକେ ଆଫଗାନିସ୍ତାନ ଛାଡ଼ିବାକୁ ପ୍ରତିଦିନ ପାକିସ୍ତାନ ସୀମାରେ ପହଞ୍ଚୁଛନ୍ତି ।
ଏହାର ଏକ ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି । ନିଜ ପରିବାର, ସ୍ତ୍ରୀ ପିଲା ଛୁଆାଙ୍କୁ ଧରି ଆଫଗାନିସ୍ତାନ ନାଗରିକ ପାକିସ୍ତାନ ସୀମାରେ ଦିନ ଦିନ ଧରି ଅପେକ୍ଷା କରି ରହିଛନ୍ତି । କିଛି କିଛି ଲୋକେ ୧୫ରୁ ୨୦ ଘଣ୍ଟା କାଳ ଅପେକ୍ଷା କରି ରହିବାକୁ ପଡ଼ୁଛି । କାବୁଲଙ୍କୁ କୌଣସି ମତେ ଛାଡ଼ି ଇସଲାମାବାଦରେ ଶରଣାର୍ଥୀ ହେବାକୁ ପସନ୍ଦ କରୁଛନ୍ତି । ୧୦ ହଜାରରୁ ଅଧିକ ଏବେ ସ୍ଥଳ ପଥରେ ପାକିସ୍ତାନକୁ ଆସିଥିବା ଜଣାପଡ଼ିଛି ।