• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା

  • ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର

  • ବୈଜ୍ଞାନିକ ସୁକରୋ ମାନାବେ, କ୍ଲାଉସ କ୍ଲାସ୍, ଜିୟୋର୍ଜିୟ ପେରିସିକ ପାଇବେ ନୋବେଲ ପୁରସ୍କାର

ପଦାର୍ଥ ବିଜ୍ଞାନ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର । ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ଗବେଷଣା ପାଇଁ ସୁକରୋ ମାନେବେ, କ୍ଲାସ୍ ହେଲସମ୍ୟାନ୍ ଏବଂ ଜିୟୋର୍ଜିୟ ପେରିସିକଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଦ ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ଜଳବାୟୁ ଓ ଜଟିଳ ଭୌତିକ ପ୍ରଣାଳୀରେ ଗବେଷଣା ପାଇଁ ତିନି ବୈଜ୍ଞାନିକଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି । ନୂତନ ଉଦ୍ଭାବନକୁ ସମ୍ମାନ ଦେବା ଏହି ପୁରସ୍କାରର ଉଦ୍ଦେଶ୍ୟ ।

ସୁକରୋ ମାନେବେ : ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ମାତ୍ରା କିପରି ବୃଦ୍ଧି ପାଇ ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧି କରୁଛି, ସେମ୍ପର୍କରେ ସୁକରୋ ମାନେବେ ଗବେଷଣା କରିଛନ୍ତି । ଏହି ଆବିଷ୍କାର ପାଇଁ Tsukuro Manebe କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ୧୯୩୩ରେ ଜାପାନରେ ଜନ୍ମ ହୋଇଥିଲେ ସୁକରୋ ମାନେବେ । ସେ ୟୁନିର୍ଭସିଟି ଅଫ୍‌ ଟୋକିଓରେ ୧୯୫୭ରେ ପିଏଚ୍‌ଡି ଶିକ୍ଷାପ୍ରାପ୍ତ କରିଥିଲେ ।

ଜିୟୋର୍ଜିୟ ପେରିସିକ :ଅବ୍ୟବସ୍ଥିତ ଜଟିଳ ସାମଗ୍ରୀରେ ଲୁକ୍କାୟିତ ଢ଼ାଞ୍ଚା ଆବିଷ୍କାର କରିଥିବାରୁ ଜିୟୋର୍ଜିୟ ପେରିସିକଙ୍କୁ ନୋବେଲ ପ୍ରଦାନ କରାଯାଇଛି । ତାଙ୍କର ଗବେଷଣା ଜଟିଳ ପ୍ରଣାଳୀର ସିଦ୍ଧାନ୍ତ ପାଇଁ ଗୁରୁତ୍ୱବହନ କରୁଛି । ୧୯୪୮ରେ ଜିୟୋର୍ଜିୟ ପେରିସିକ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୦ରେ ସେ ରୋମରେ ପିଏଚ୍‌ଡି ଶିକ୍ଷାପ୍ରାପ୍ତ କରିଥିଲେ ।

କ୍ଲାସ୍ ହେଲସମ୍ୟାନ୍ : କ୍ଲାସ୍ ହେଲସମ୍ୟାନ୍ ଏକ ମଡେଲ୍ ସୃଷ୍ଟି କରିଛନ୍ତି, ଯାହା ପାଣିପାଗ ଏବଂ ଜଳବାୟୁକୁ ଏକତ୍ର ସଂଯୋଗ କରୁଛି । ପାଣିପାଗ ପରିବର୍ତ୍ତନଶୀଳ ହେଲେ ମଧ୍ୟ ଜଳବାୟୁ ମଡେଲଗୁଡିକ କାହିଁକି ବିଶ୍ୱାସଯୋଗ୍ୟ ହୋଇପାରେ ତାହା ବ୍ୟାଖ୍ୟା କରୁଛି । ଏଥିପାଇଁ କ୍ଲାସ୍ ହେଲସମ୍ୟାନ୍‌ଙ୍କୁ ନୋବେଲ୍ ମିଳିଛି । ଜର୍ମାନୀରେ ୧୯୩୧ରେ କ୍ଲାସ୍ ହେଲସମ୍ୟାନ୍‌ଙ୍କର ଜନ୍ମ । ୧୯୫୭ରେ ଜର୍ମାନୀରେ ହିଁ ସେ ପିଏଚ୍‌ଡି ଶିକ୍ଷାପ୍ରାପ୍ତ କରିଥିଲେ ।

ସେହିପରି ଗତ ବର୍ଷ ପଦାର୍ଥ ବିଜ୍ଞାନରେ ଏହି ନୋବେଲ ପୁରସ୍କାର ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ରେୟା ଘେଜ, ବ୍ରିଟେନର ରୋଜର ପେନରୋଜ ଏବଂ ଜର୍ମାନୀର ରେନାର୍ଡ ଗେନଜେଲଙ୍କୁ ମିଳିତ ଭାବେ ପ୍ରଦାନ କରାଯାଇଥିଲା । ବ୍ଲାକ୍ ହୋଲ୍ ଉପରେ ଗବେଷଣା ପାଇଁ ସମସ୍ତଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।