Advertisment

ଉତ୍ତର କୋରିଆରେ ନୂଆ ନିୟମ : ଏହି କାମ କଲେ ମିଳିବ ମୃତ୍ୟୁ

ଉତ୍ତର କୋରିଆରେ ଏକଛତ୍ରବାଦୀ ନିଷ୍ପତ୍ତି ପାଇଁ ବେଶ୍ ଜଣାଶୁଣା ସୁପ୍ରିମ୍ କମାଣ୍ଡର କିମ୍‌ ଜୋଙ୍ଗ ଉନ ନିଜ ଦେଶରେ ନିୟମକୁ ଆହୁରି କଠୋର କରିଛନ୍ତି। କିଛି ସମୟ ପୂର୍ବରୁ ଉତ୍ତର କୋରିଆରେ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନର ଗଣମାଧ୍ୟମ ସହ ଜଡିତ ବିଷୟବସ୍ତୁ ସେୟାର୍ କରନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।

author-image
Pramod Behera
ଅଦ୍ୟତନ ହୋଇଛି
ଉତ୍ତର କୋରିଆରେ ନୂଆ ନିୟମ : ଏହି କାମ କଲେ ମିଳିବ ମୃତ୍ୟୁ

Kim Jong

ନୂଆଦିଲ୍ଲୀ : ଉତ୍ତର କୋରିଆରେ ଏକଛତ୍ରବାଦୀ ନିଷ୍ପତ୍ତି ପାଇଁ ବେଶ୍ ଜଣାଶୁଣା ସୁପ୍ରିମ୍ କମାଣ୍ଡର କିମ୍‌ ଜୋଙ୍ଗ ଉନ ନିଜ ଦେଶରେ ନିୟମକୁ ଆହୁରି କଠୋର କରିଛନ୍ତି। କିଛି ସମୟ ପୂର୍ବରୁ ଉତ୍ତର କୋରିଆରେ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନର ଗଣମାଧ୍ୟମ ସହ ଜଡିତ ବିଷୟବସ୍ତୁ ସେୟାର୍ କରନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।

Advertisment

ଦକ୍ଷିଣ କୋରିଆରେ ପ୍ରଚଳିତ ଆପତ୍ତିଜନକ ଶବ୍ଦ ଏବଂ ସାଧାରଣ ଭାଷା ମଧ୍ୟ ନିଷେଧ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଦକ୍ଷିଣ କୋରିଆର ହେୟାର ଷ୍ଟାଇଲ ଏବଂ ବିଦେଶୀ ଫ୍ୟାଶନ ମଧ୍ୟ ଏଠାରେ ପୂର୍ବରୁ ନିଷେଧ ହୋଇଥିଲା। ଲୋକଙ୍କୁ କୁହାଯାଇଛି ଯେ ଉତ୍ତର କୋରିଆର ଭାଷା ହେଉଛି ସର୍ବୋତ୍ତମ । ଯଦି ସେମାନେ ଦକ୍ଷିଣ କୋରିଆରେ ବ୍ୟବହୃତ ଭାଷା ବ୍ୟବହାର କରନ୍ତି ତେବେ ସେମାନେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇପାରନ୍ତି।

Advertisment

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଏହ ମଧ୍ୟ ଘୋଷଣା କରିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଦକ୍ଷିଣ କୋରିଆ, ଜାପାନ ଓ ଆମେରିକାର ଗଣମାଧ୍ୟମକୁ ଅନୁସରଣ କରୁଥିବା ଧରାପଡନ୍ତି ତେବେ ତାଙ୍କୁ ୧୫ ବର୍ଷ କାରାଗାରରେ ରହିବାକୁ ପଡ଼ିବ।

ଉତ୍ତର କୋରିଆର ଖବରକାଗଜ ‘ରୋଡୋଙ୍ଗ ସିନ୍‌ମନ’ରେ ଦକ୍ଷିଣ କୋରିଆର ପପ୍ ସଂସ୍କୃତିର ବିପଦ ବିଷୟରେ ଲେଖାଯାଇଛି ଯେ ରଙ୍ଗ-ବେରଙ୍ଗର ପୋଷାକରେ ଦେଖାଯାଉଥିବା ଲୋକ ଆମ ସଂସ୍କୃତିକୁ ପ୍ରବେଶ କରି ଏହାକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଯେଉଁମାନଙ୍କ ହାତରେ ବନ୍ଧୁକ ଥାଏ ସେମାନଙ୍କ ଅପେକ୍ଷା ବି ଏହି ଲୋକମାନେ ଅଧିକ ବିପଜ୍ଜନକ ଅଟନ୍ତି।

ଉତ୍ତର କୋରିଆ ଷ୍ଟଡିଜ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ୟାଙ୍ଗ ମୁ-ଜିନ୍ କୋରିଆ ହେରାଲ୍ଡଙ୍କ ସହିତ ଆଲୋଚନା ବେଳେ କହିଛନ୍ତି ଯେ କିମ୍‌ ଜୋଙ୍ଗ୍‌ ଉନ୍ ନିଜେ ସ୍ୱିଜରଲ୍ୟାଣ୍ଡରେ ଅଧ୍ୟୟନ କରିଥିଲେ, କିନ୍ତୁ ଜାଣିନ୍ତି ଯେ କୋରିଆର ପପ୍ ମ୍ୟୁଜିକ୍ ଏବଂ ପାଶ୍ଚାତ୍ୟ ସଂସ୍କୃତି ଉତ୍ତର କୋରିଆର ଯୁବକମାନଙ୍କୁ ଅତି ସହଜରେ ପ୍ରଭାବିତ କରିପାରିବ।

ପ୍ରଫେସର ୟାଙ୍ଗ ମୁ-ଜିନ୍ ଆହୁରି ମଧ୍ୟ କହିଛନ୍ତି ଯେ କିମ୍‌ ଜାଣିଥିଲେ ଏହା ତାଙ୍କ ସମାଜବାଦୀ ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଯୁବକମାନେ ବିଦ୍ରୋହୀ ହୋଇପାରନ୍ତି । ଏହି କାରଣରୁ ସେ ଅନ୍ୟ ଦେଶରେ ପପ୍ ସଂସ୍କୃତି, ସଙ୍ଗୀତ ଏବଂ ଗଣମାଧ୍ୟମକୁ ନିଜ ଦେଶରେ ପ୍ରଚଳିତ ହେବାକୁ ଅନୁମତି ଦେବାକୁ ଚାହାଁନ୍ତି ନାହିଁ।

International News
Advertisment
Advertisment