Advertisment

ଶହେ ବାଳକଙ୍କ ସହ ଅନୈତିକ ସଂପର୍କ ରଖି ହତ୍ୟା କରିଥିଲା ଇକବାଲ

ଅପରାଧ କରୁଥିବା ଲୋକ ସବୁବେଳେ ଭାବେ ଯେ ସେ ନିରାପଦ। ସେ କେବେ ବି ଧରାପଡିବ ନାହିଁ। ତେବେ ଏହି ଆତ୍ମବିଶ୍ୱାସ ନେଇ ସେ ଏଭଳି କିଛି କରିବସେ ଯାହା ତା’ର ଅପରାଧ ଦୁନିଆର ଅନ୍ଧାରକୁ ପ୍ରକାଶିତ କରିଦିଏ। ଏଭଳି ଭାବିଥିଲା ପାକିସ୍ତାନରେ ରହୁଥିବା ଜାଭେଦ ଇକବାଲ୍। ଜାଭେଦକୁ ପାକିସ୍ତାନର ସବୁଠାରୁ ବଡ ଅପରାଧୀ କୁହାଯାଉଥିଲା। ଇକବାଲ୍‌ ଉପରେ ଶହେ ବାଳକଙ୍କ ସହ ଯୌନ ସଂପର୍କ ରଖିବା ଓ ସେମାନକୁ ହତ୍ୟା କରିବା ଅଭିଯୋଗ ଥିଲା।

author-image
Pramod Behera
Most Evil Criminal Iqbal

Most Evil Criminal Iqbal

ନୂଆଦିଲ୍ଲୀ : ଅପରାଧ କରୁଥିବା ଲୋକ ସବୁବେଳେ ଭାବେ ଯେ ସେ ନିରାପଦ। ସେ କେବେ ବି ଧରାପଡିବ ନାହିଁ। ତେବେ ଏହି ଆତ୍ମବିଶ୍ୱାସ ନେଇ ସେ ଏଭଳି କିଛି କରିବସେ ଯାହା ତା’ର ଅପରାଧ ଦୁନିଆର ଅନ୍ଧାରକୁ ପ୍ରକାଶିତ କରିଦିଏ। ଏଭଳି ଭାବିଥିଲା ପାକିସ୍ତାନରେ ରହୁଥିବା ଜାଭେଦ ଇକବାଲ୍। ଜାଭେଦକୁ ପାକିସ୍ତାନର ସବୁଠାରୁ ବଡ ଅପରାଧୀ କୁହାଯାଉଥିଲା। ଇକବାଲ୍‌ ଉପରେ ଶହେ ବାଳକଙ୍କ ସହ ଯୌନ ସଂପର୍କ ରଖିବା ଓ ସେମାନକୁ ହତ୍ୟା କରିବା ଅଭିଯୋଗ ଥିଲା। ତେବେ ପାକିସ୍ତାନ କୋର୍ଟ ଏହି ଅପରାଧ ନେଇ ଯେଉଁ ଦଣ୍ଡ ଶୁଣାଣି କରିଥିଲେ ତାହା ଖୁବ୍ ଚର୍ଚ୍ଚାରେ ଥିଲା।

Advertisment

ପାକିସ୍ତାନର ଏହି ଅପରାଧୀ ପ୍ରଥମେ ଚପଳମତୀ ବାଳକମାନଙ୍କୁ ଏକୁଟିଆ ଦେଖି ଉଠେଇ ନେଉଥିଲା। ଏହା ପରେ ତା ସହିତ ଯୌନ ସଂପର୍କ ରଖିବା ପରେ ତାକୁ ହତ୍ୟା କରୁଥିଲା। ଶବର କୌଣସି ସୂଚନା ନ ମିଳିବା ନେଇ ସେ ମୃତ ଦେହକୁ ଟିକି ଟିକି କରି ଏସିଡରେ ବୁଡେଇ ଦେଉଥିଲା। ଏସିଡରେ ଶବ ମିଳେଇ ଗଲା ପରେ ତାକୁ ସେ ନାଳିରେ ଢାଳି ଦେଉଥିଲା। ନିଜେ ଇକବାଲ ତା’ ଅପରାଧକୁ ପୋଲିସ୍ ଆଗରେ ମାନିଥିଲା। ତା’ର ଏଭଳି ଅପରାଧ ଜାଣିବା ପରେ ପୋଲିସ୍ ମଧ୍ୟ ଚକିତ ହୋଇଯାଇଥିଲା।

Advertisment

ଏହି ଅପରାଧ ସାମ୍ନାକୁ ଆସିବା ପରେ କୋର୍ଟ୍ ଇକବାଲକୁ ତା’ର ଅପରାଧ ଅନୁସାରେ ଦଣ୍ଡ ଦେବା ନେଇ ନିଷ୍ପତ୍ତି ନେଇଥିଲେ। ସେତେବେଳେ କୋର୍ଟ ଶୁଣାଣି କରିଥିଲେ ଯେ ଏପର୍ଯ୍ୟନ୍ତ ଅପରାଧୀ ଯେତିକି ବାଳକଙ୍କୁ ହତ୍ୟା କରିଛି ସେମାନଙ୍କ ପରିବାର ସାମ୍ନାରେ ଇକବାଲକୁ ୧୦୦ ଖଣ୍ଡ କରାଯାଇ ତା’ର ଶରୀରକୁ ଏସିଡରେ ବୁଡେଇ ଦିଆଯିବ। ପାକିସ୍ତାନ କୋର୍ଟର ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପାକିସ୍ତାନ ସରକାର ଏହା ଉପରେ ରୋକ୍ ଲଗେଇଥିଲେ। ସରକାର ଏହାକୁ ଅମାନବୀୟ ବୋଲି କହିଥିଲା। ପରେ ଇକବାଲ ନିଜେ ଜେଲରେ ଆତ୍ମହତ୍ୟା କରିଦେଇଥିଲା।

ଇକବାଲ ପ୍ରଥମେ ରାସ୍ତାରେ ବୁଲି ଭିକ ମାଗୁଥିବା ପିଲାଙ୍କୁ ଖାଦ୍ୟ ଦେବା, ଘର ଦେବା କହି ସାଙ୍ଗରେ ନେଇଯାଉଥିଲା। ଏହା ପରେ ସେମାଙ୍କ ସହ ଅନୈତିକ କାର୍ଯ୍ୟ କରି ହତ୍ୟା କରୁଥିଲା। ଇକବାଲର ଶିକାର ପ୍ରାୟ ୬ ରୁ ୧୬ ବର୍ଷର ବାଳକମାନେ ହେଉଥିଲେ। ଏହି ଅପରାଧ ଖାଲି ପାକିସ୍ତାନ ହୁଏ ପୂରା ଦୁନିଆରେ ଚର୍ଚ୍ଚାର ବିଷୟ ହୋଇଥିଲା।

Crime
Advertisment
Advertisment