Advertisment

ପୋଲିସ୍ ହାତରୁ ରକ୍ଷା ପାଇବା ପାଇଁ ୩ ଦିନ ଗଛରେ ବସିଲେ

ପୋଲିସଠାରୁ ରକ୍ଷା ପାଇବା ପାଇଁ ଅପରାଧୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। କେତେବେଳେ ସେମାନେ ଖସି ଯିବାରେ ସଫଳ ହୁଅନ୍ତି ତ ପୁଣି କେତେବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

author-image
Pramod Behera
Man stay 3 days on three avoiding-police

Man stay 3 days on three avoiding-police

ନ୍ୟୁୟର୍କ : ପୋଲିସଠାରୁ ରକ୍ଷା ପାଇବା ପାଇଁ ଅପରାଧୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। କେତେବେଳେ ସେମାନେ ଖସି ଯିବାରେ ସଫଳ ହୁଅନ୍ତି ତ ପୁଣି କେତେବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏହି ମାମଲାଟି ଆମେରିକାର। ଏଠାରେ ଜଣେ ବ୍ୟକ୍ତି ପୋଲିସ ଠାରୁ ରକ୍ଷା ପାଇବା ପାଇଁ ୩ ଦିନ ଧରି ଏକ ଗଛ ଉପରେ ବସିଥିବା ଦେଖାଦେଇଛି। ବ୍ୟକ୍ତି ଜଣକ କହିଛି ଯେ ମୁଁ ପଛେ ଗଛରୁ ପଡି ମରିଯିବି କିନ୍ତୁ ପୋଲିସ ହାତରେ ଧରା ଦେବିନି। ଏହି ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Advertisment

ନ୍ୟୁୟର୍କ ପୋଷ୍ଟ୍‌ରେ ପ୍ରକାଶିତ ଖବର ଅନୁଯାୟୀ ଏହି ମାମଲା ଆମେରିକାର କୁଇନ୍ସ ସହରର, ଯେଉଁଠାରେ ଜଣେ ବ୍ୟକ୍ତି ପୋଲିସ ଠାରୁ ରକ୍ଷା ପାଇବା ପାଇଁ ୩ ଦିନ ଗଛରେ ବସିଥିଲେ। ଏହି ଖବର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ମୁତାବକ ଏହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ ଅଭିଯୋଗ ଲାଗୁ କରାଯାଇଥିଲା। ଏହି କାରଣରୁ ପୋଲିସ ତାଙ୍କୁ ଧରିବାକୁ ଆସିଥିଲା। କିନ୍ତୁ ପୋଲିସକୁ ଦେଖି ଖସିଯିବା ପାଇଁ ଏହି ବ୍ୟକ୍ତି ଏକ ଭିନ୍ନ ଉପାୟ ଖୋଜିଥିଲେ।

Man stay 3 days on three avoiding-policeପୋଲିସ୍ ହାତରୁ ରକ୍ଷା ପାଇବା ପାଇଁ ୩ ଦିନ ଗଛରେ ବସିଲେ

ଏହି ବ୍ୟକ୍ତିର ନାମ ହେଉଛି ରୁଡି ଥୋମାସ୍। ତାଙ୍କ ପଡ଼ୋଶୀ କୁହନ୍ତି ଯେ ସେ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି। ପଡ଼ୋଶୀମାନେ ମଧ୍ୟ ସୂଚନା ଦେଇଛନ୍ତି ଯେ ଥୋମାସଙ୍କର ଗଛ ଉପରେ ବସିବାର ଅଭ୍ୟାସ ଅଛି। ସେ ପୂର୍ବରୁ ଅନେକ ଥର ଗଛ ଉପରେ ବସିଛନ୍ତି।

Advertisment

ଥୋମାସଙ୍କ ବିରୋଧରେ ଆକ୍ରମଣ, ଅପରାଧିକ ଦୁଷ୍କର୍ମ, ଠକେଇ ଏବଂ ବିନା ଲାଇସେନ୍ସରେ ଗାଡି ଚଲାଇବା ଅଭିଯୋଗ ହୋଇଛି। ଥୋମାସ ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

New York America
Advertisment
Advertisment