Advertisment

ଫାଟିଲା ଜ୍ୱାଳାମୁଖୀ ! ୫ରୁ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର

ସ୍ପେନ୍‌ର ଲା ପାଲମାର କେନେରୀ ଦ୍ୱୀପରେ ଘଟିଛି ଏପରି ଭୟାନକ୍ ଘଟଣା । ଜ୍ୱାଳାମୁଖୀ ଫାଟିବା ପରେ ବର୍ତ୍ତମାନ ପ୍ରାୟ ୫ ରୁ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନ୍ତାନ୍ତରଣ କରାଯାଇଛି ବୋଲି ଆଞ୍ଚଳିକ ଅଧିକାରୀମାନେ ସୂଚନା ଦେଇଛନ୍ତି । ରିକ୍ଟର ସ୍କେଲରେ ୪.ର ଭୂକମ୍ପ ହୋଇଥିବା ପରେ ହିଁ ଜ୍ୱାଲାମୁଖି ଫାଟିଥିବା ଜଣାପଡିଛି । ଜ୍ୱାଲାମୁଖୀରୁ ଏବେ ଲାଭା, ଧୂଆ ଓ ପାଉଁଶ ବାହାରୁଥିବା ଦେଖିବାକୁ ମିଳଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Lava pours out of volcano on La Palma in Spain's Canary Islands

Lava pours out of volcano on La Palma in Spain's Canary Islands

ସ୍ପେନରେ ଫାଟିଲା ଜ୍ୱାଳାମୁଖୀ । ସ୍ପେନ୍‌ର ଲା ପାଲମାର କେନେରୀ ଦ୍ୱୀପରେ ଘଟିଛି ଏପରି ଭୟାନକ୍ ଘଟଣା । ଜ୍ୱାଳାମୁଖୀ ଫାଟିବା ପରେ ବର୍ତ୍ତମାନ ପ୍ରାୟ ୫ ରୁ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନ୍ତାନ୍ତରଣ କରାଯାଇଛି ବୋଲି ଆଞ୍ଚଳିକ ଅଧିକାରୀମାନେ ସୂଚନା ଦେଇଛନ୍ତି । ରିକ୍ଟର ସ୍କେଲରେ ୪.ର ଭୂକମ୍ପ ହୋଇଥିବା ପରେ ହିଁ ଜ୍ୱାଲାମୁଖି ଫାଟିଥିବା ଜଣାପଡିଛି । ଜ୍ୱାଲାମୁଖୀରୁ ଏବେ ଲାଭା, ଧୂଆ ଓ ପାଉଁଶ ବାହାରୁଥିବା ଦେଖିବାକୁ ମିଳଛି ।

Advertisment

ବର୍ତ୍ତମାନ ସୁଦ୍ଧା ଅଞ୍ଚଳବାସୀଙ୍କର କୌଣସି କ୍ଷତି ନ ହୋଇଥିଲେ ମଧ୍ୟ ଧନସମ୍ପତ୍ତିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଗତକାଲି ସନ୍ଧ୍ୟାରେ ଜରୁରୀକାଳୀନ ସ୍ଥିତିରେ ଏଲ ପାସୋ, ତାଜାକୋର୍ଟ ଏବଂ ଲାସ ଲ୍ଲାନୋସ ଡିଆରିଆଡେନ ଅଞ୍ଚଳରୁ ପ୍ରାୟ ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହା ପୂର୍ବରୁ ପ୍ରାୟ ୪୦ ଜଣ ଲୋକ ଏବଂ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା ।

Advertisment

ବିସ୍ପୋରଣ କାରଣରୁ ଆଜି ସେହି ଅଞ୍ଚଳର ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି । ଲାଭା ଉଦଗିରଣ ହେଉଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ଏବଂ ନିକଟସ୍ଥ ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି । ବର୍ତ୍ତମାନ ସମୟରେ ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଫଳ ଏବଂ ପନିପରିବା ଧୋଇକି ବ୍ୟବହାର କରିବା ସହ ଲୋକଙ୍କୁ ନିଜ ଘରର କବାଟ ଓ ଝରକା ବନ୍ଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସହାୟତା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହାନୀ ପହଞ୍ଚି ଥିବାବେଳେ ସ୍ପେନର ମିଲିଟାରୀ ଜରୁରୀକାଳୀନ ୟୁନିଟ୍ (UME)ର ସହାୟତା ମାଗିଛନ୍ତି ସ୍ଥାନୀୟ ପ୍ରଶାସନ । ସ୍ପେନର ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତକୁ ବାତିଲ କରି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘର ସାଧାରଣ ସଭାରେ ଯୋଗଦେବାକୁ ଆମେରିକା ଗସ୍ତରେ ଯିବାର ଯୋଜନା ଥିଲା । ୭ ହଜାର ବର୍ଗ କିଲୋମିଟରରୁ ଅଧିକ କ୍ଷେତ୍ର ଥିବା ଏହି ଦ୍ୱୀପରେ ପ୍ରାୟ ୮୫ ହଜାର ଲୋକ ବାସ କରନ୍ତି ।

Volcano Eruption Evacuation
Advertisment
Advertisment