Advertisment

ନିଜ ଦେଶରେ ନ ଛାପି କାହିଁକି ବାହାରେ ଛପାଯାଉଛି ଆଫଗାନୀ ମୁଦ୍ରା ?

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସେଠିକାର ସ୍ଥିତି  ବଦଳି ଯାଇଛି। ଦେଶରେ ଅରାଜକତା, ଅସ୍ଥିରତା ଦେଖା ଦେଇଛି। ଏପରି ପରିସ୍ଥିତିରେ  ଆଫଗାନିସ୍ତାନ ମୁଦ୍ରା ଆଫଗାନି (Afghani) ମୂଲ୍ୟ ପୁଣି ହ୍ରାସ ପାଇବ କିମ୍ବା ଅସ୍ଥିର ରହିବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

author-image
Minati Mishra
Afghanistan currency

Afghanistan currency

କାବୂଲ୍: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସେଠିକାର ସ୍ଥିତି  ବଦଳି ଯାଇଛି। ଦେଶରେ ଅରାଜକତା, ଅସ୍ଥିରତା ଦେଖା ଦେଇଛି। ଏପରି ପରିସ୍ଥିତିରେ  ଆଫଗାନିସ୍ତାନ ମୁଦ୍ରା ଆଫଗାନି (Afghani) ମୂଲ୍ୟ ପୁଣି ହ୍ରାସ ପାଇବ କିମ୍ବା ଅସ୍ଥିର ରହିବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେଠାର ଥିବା ବ୍ୟାଙ୍କଗୁଡିକର ସ୍ଥିତି ଏବଂ ମୁଦ୍ରା ସ୍ଥିତିକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ଦେଶବାସୀ। ଆଫଗାନିସ୍ତାନ ତାହାର ମୁଦ୍ରା ବାହାରେ ଛପାଏ। କେମିତି ଦେଖିବାକୁ ଏହି ମୁଦ୍ରା ଏବଂ କେଉଁଠି ଓ କିପରି ଛପାଯାଏ ଆସନ୍ତୁ ଜାଣିବା।

Advertisment

ପୁର୍ବରୁ ଆଫଗାନିସ୍ତାନରେ ଆଫଗାନ୍ ରୁପିର ପ୍ରଚଳନ ହେଉଥିଲା। ୧୯୨୫ରେ ଦେଶରେ ନୂଆ କରେନ୍ସିର ପ୍ରଚଳନ କରାଗଲା। ଯାହାରନ ନାମ ପରିବର୍ତ୍ତନ କରାଯାଇ “ଆଫଗାନି” ରଖାଗଲା।

Advertisment

ଏଠାରେ ୧ ଆଫଗାନୀରୁ ଆରମ୍ଭ କରି ୧୦୦୦ ଆଫଗାନୀ ପର୍ଯ୍ୟନ୍ତ ଚାଲୁଥିବା ବେଳେ ୧ ଆଫଗାନିର ଉଭୟ ନୋଟ ଓ ମୁଦ୍ରା ପ୍ରଚଳିତ। ତେବେ ଛପାଯାଉଥିବା ମୁଦ୍ରା ମଧ୍ୟରେ ୧,୫,୧୦,୫୦,୧୦୦,୫୦୦ ଓ ୧୦୦୦ ର ମୁଦ୍ରା ଉପଲବ୍ଧ ହୋଇଥାଏ। ପ୍ରତି ପାଞ୍ଚ ବର୍ଷରେ “ଦ ଆଫଗାନିସ୍ତାନ ବ୍ୟାଙ୍କ” ନୂଆ ନୋଟ ଛପାଇଥାଏ। ହେଲେ ଏହି ନୋଟ ଦେଶ ଭିତରେ ଛପାଯାଏନି। 

କେନ୍ଦ୍ରୀୟ ବ୍ୟାଙ୍କ ତଥା“ଦ ଆଫଗାନିସ୍ତାନ୍ ବ୍ୟାଙ୍କ”ଦେଶର ମୁଦ୍ରା ଛପାଇବା,  ବିତରଣ କରିବା ସହ  ଏହାର ନିୟନ୍ତ୍ରଣ ଦାୟିତ୍ୱ ବହନ କରିଥାଏ। ୧୯୩୯ମସିହାରେ ସ୍ଥାପିତ ଏହି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ କାବୁଲରେ ଥିବା ବେଳେ ୪୬ ଟି ଶାଖା ଦେଶ ସାରା ରହିଛି। ତାଲିବାନ ନିୟନ୍ତ୍ରଣ ପରେ ଏହି ବ୍ୟାଙ୍କର ମୁଖ୍ୟ ପଦ ଖାଲି ପଡିଛି। ପୁର୍ବରୁ ତାଲିବାନ ଯେତେବେଳେ କ୍ଷମତାକୁ ଆସିଥିଲେ, ସେତେବେଳେ ଆଫଗାନି ମୁଦ୍ରାର ପ୍ରଚଳନ ଜାରି ରଖିଥିଲେ। ତେବେ ସେତେବେଳେ ଏହି ମୁଦ୍ରାର ମୁଲ୍ୟ ହ୍ରାସ ପାଇଥିଲା।

ତେବେ କେଉଁଠି ଛାପଯାଏ ଆଫଗାନି ମୁଦ୍ରା ?  ଏହି ମୁଦ୍ରା ଆଫଗାନିସ୍ତାନରେ ଛପା ନଯାଇ ଇଂଲଣ୍ତର ବେସିଙ୍ଗଷ୍ଟୋକରେ ବିଶ୍ୱର ସର୍ବବୃହତ ବ୍ୟକ୍ତିଗତ ପ୍ରେସ୍ “ଲେ ରା ରୁଏ” ରେ ଛପା ଯାଇଥାଏ । ଏହି ପ୍ରେସରେ ବିଶ୍ୱର ୧୪୦ଟି ଦେଶର ମୁଦ୍ରା ଛପାଯାଏ। ୮୦ ଦଶକରେ ଆଫଗାନ୍ ମୁଦ୍ରା ଋଷର ଏକ କମ୍ପାନୀ ଛପାଉଥିଲା।ହେଲେ ୨୦୦୨ ରେ ହମିଦ କରଜାଇଙ୍କ ନେତୃତ୍ୱରେ ଯେତେବେଳେ ଦେଶରେ ଗଣତନ୍ତ୍ରିକ ସରକାର ପ୍ରତିଷ୍ଠା ହେଲା, ସେତେବେଳେ ଏହି ଦାୟିତ୍ୱ ବ୍ରିଟିଶ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା। ଏହି ପ୍ରେସ ଦ୍ୱାରା ପ୍ରଚଳିତ ଆଫଗାନି ନୋଟର ଡିଜାଇନ୍ ଓ ସିକ୍ୟୁରିଟି ବହୁତ ମଜବୁତ ହୋଇଥିବା ବେଳେ ଏହାର ନକଲି ଛପାଯିବାର ଆଶଙ୍କା ବହୁତ କମ୍।

ବର୍ତ୍ତମାନ୍ ଭାରତର ୧୦୦ଟଙ୍କା ଆଫଗାନିସ୍ତାନର ୧୧୫ ଆଫଗାନି ସହ ସମାନ। ଏବେ ଆଫଗାନିସ୍ତାନର ସ୍ଥିତି ଅନୁଯାୟୀ ଆଫଗାନି ମୁଦ୍ରାର ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି।

Afghanistan Situations Aafghanistan Currency
Advertisment
Advertisment