• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଚର୍ଚ୍ଚାରେ ଜାପାନର ରାଜକୁମାରୀ

  • ପ୍ରେମ ପାଇଁ ରାଜକୀୟ ସୁଖ ଛାଡିଲେ ମାକୋ

ଜାପାନ: ପ୍ରେମ ଅଢେଇ ଅକ୍ଷର ଆଉ କିଏ କହେ ଚିର ଶାସ୍ୱତ । ହେଲେ ପ୍ରେମକୁ କିଏ କେମିତି ଦେଖେ ତାହା କହିବା ମୁସକିଲ୍ । ପ୍ରେମ କେତେବେଳେ ଓ କାହା ସହିତ ହୁଏ ତାହା କହି ହୁଏନି । ଉଚ୍ଚ ନୀଚ୍ଚ, ଧନୀ ଗରିବ କିଛି ଦେଖେ ନାହିଁ ପ୍ରେମ । ଏଥିପାଇଁ କେବଳ ଦରକାର ସୁନ୍ଦର ହୃଦୟଟିଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ,ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ । ପ୍ରେମ ପାଇଁ ଜାପାନ ରାଜକୁମାରୀ ଏବେ ରାଜଉଆସ ଛାଡିବାକୁ ଯାଉଛନ୍ତି । ରାଜକୀୟ ଜୀବନଶୈଳୀକୁ ପରିତ୍ୟାଗ କରି ମାକୋ ଜାପାନର ଜଣେ ସାଧାରଣ ଯୁବକ କେଇ କେମୁରୋଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସାରାଦେଶରରେ ଏହି ଚର୍ଚ୍ଚା ଜୋର ଧରିଛି । ଭେଦଭାବ ଭୁଲି ପ୍ରେମରେ ପଡି ଏବେ ସେହି ଯୁବକଙ୍କୁ ବିବାହ କରିବେ ବୋଲି ଘୋଷଣା କରିଛନ୍ତି । ଏହି ସାଧାରଣ ଯୁବକଙ୍କୁ ବିବାହ କରିବା ପରେ ରାଜବଂଶୀୟ ମହିଳାଙ୍କୁ ମିଳୁଥିବା ସବୁ ସୁବିଧାରୁ ସେ ବଞ୍ଚିତ ହେବେ ବୋଲି କୁହାଯାଉଛି । ହେଲେ ଏହି ଆଇନ ରାଜବଂଶୀୟ ପୁରଷ ମାନଙ୍କ କ୍ଷେତ୍ରରେ ଲାଗୁ ହୋଇନଥାଏ । ମାକୋ ହେଉଛନ୍ତି ସମ୍ରାଟ ଆକିହିତଙ୍କ ବଡ଼ ନାତୁଣୀ, ଜାପାନର ବର୍ତ୍ତମାନର ରାଜା ନରୁହିତାଙ୍କ ଭାଇ ସମ୍ରାଟ ଆକିସିନଙ୍କ ବଡ଼ ଝିଅ ।

ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହି ବିବାହ ସଂପର୍କରେ ନିଜେ ଘୋଷଣା କରିଛନ୍ତି ମାକୋ । ବିବାହକୁ ନେଇ ସେ ବେସ୍ ଖୁସିଥିବା ସେ ଦେଶବାସୀଙ୍କୁ କହିଛନ୍ତି । ପ୍ରାୟ ୩ ବର୍ଷ ହେବ ରାଜ କୁମାରୀଙ୍କୁ ବିବାହ କରିବାକୁ ଭାବି ସ୍ୱାମୀ କେଇ କେମୁରୋ ପ୍ରସ୍ତାବ ଦେଇଥିଲେ । ଶେଷରେ କେମୁରୋଙ୍କ ପ୍ରେମକୁ ସମ୍ମାନ ଜଣାଇ ରାଜକୁମାରୀ ମାକୋ ରାଜକୀୟ ସୁଖ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।

ପ୍ରେମ ଏମିତି ଏକ ଶଦ୍ଧ ଯାହା ମଣିଷକୁ କରିଦିଏ ଅନ୍ଧ । ପ୍ରେମ ପାଇଁ କେହି ସାତ ଦରିଆ ପାର ହେଇ ଯାଏ ତ ଆଉ କିଏ ଧର୍ମ ପରିବର୍ତ୍ତନ କରିବାକୁ ପଛାଇନଥାଏ । ଯାହାର ଉଦାହରଣ ହେଉଛନ୍ତି ଜାପାନ ରାଜକୁମାରୀ ମାକୋ । ମାକୋ ଓ କେମୁରୋଙ୍କ ବିବାହ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ବିବାହ ପରେ ଉଭୟ ଆମେରିକାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।