Advertisment

ପ୍ରେମ ପାଇଁ ସମ୍ପତ୍ତିକୁ ତୁଚ୍ଛ କଲେ ରାଜକୁମାରୀ

ପ୍ରେମ ପାଇଁ ତୁଚ୍ଛ କଲେ ରାଜ ସମ୍ପତ୍ତି। ନିଜ କଲେଜ ବେଳର ବନ୍ଧୁଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ ଜାପାନର ରାଜକୁମାରୀ ମାକୋ। ଜଣେ ସାଧାରଣ ଯୁବକଙ୍କୁ ବିବାହ କରିବା ନିଷ୍ପତ୍ତି ନେଇ ସେ ଭାଙ୍ଗିଛନ୍ତି ପ୍ରଚଳିତ ହୋଇଆସୁଥିବା ଧରାବନ୍ଧା ନୀତିକୁ। ଏହା ସହିତ ପ୍ରେମ ଉପରେ ଅଦମ୍ୟ ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ସୂଚନା ମୁତାବକ ରାଜକୁମାରୀ ମାକୋ ତାଙ୍କ କଲେଜ ସହପାଠୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ତାଙ୍କୁ ମଧ୍ୟ ବହୁ ମୂଲ୍ୟ ହରେଇବାକୁ ପଡିଛି।

author-image
Pramod Behera
Japanese princess left millions of dollars to marry her college boyfriend

Japanese princess left millions of dollars to marry her college boyfriend

ନୂଆଦିଲ୍ଲୀ : ପ୍ରେମ ପାଇଁ ତୁଚ୍ଛ କଲେ ରାଜ ସମ୍ପତ୍ତି। ନିଜ କଲେଜ ବେଳର ବନ୍ଧୁଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ ଜାପାନର ରାଜକୁମାରୀ ମାକୋ। ଜଣେ ସାଧାରଣ ଯୁବକଙ୍କୁ ବିବାହ କରିବା ନିଷ୍ପତ୍ତି ନେଇ ସେ ଭାଙ୍ଗିଛନ୍ତି ପ୍ରଚଳିତ ହୋଇଆସୁଥିବା ଧରାବନ୍ଧା ନୀତିକୁ। ଏହା ସହିତ ପ୍ରେମ ଉପରେ ଅଦମ୍ୟ ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ସୂଚନା ମୁତାବକ ରାଜକୁମାରୀ ମାକୋ ତାଙ୍କ କଲେଜ ସହପାଠୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ତାଙ୍କୁ ମଧ୍ୟ ବହୁ ମୂଲ୍ୟ ହରେଇବାକୁ ପଡିଛି।

Advertisment
Japanese princess left millions of dollars to marry her college boyfriendପ୍ରେମ ପାଇଁ ସମ୍ପତ୍ତିକୁ ତୁଚ୍ଛ କଲେ ରାଜକୁମାରୀ

ମାକୋ ହେଉଛନ୍ତି ପୂର୍ବତନ ସମ୍ରାଟ ଅକିହିତୋଙ୍କ ନାତୁଣୀ। ବର୍ତ୍ତମାନ ତାଙ୍କୁ ୨୯ ବର୍ଷ। ସେ ୨୦୧୭ରେ ତାଙ୍କ ପ୍ରେମିକ କୋମୁରୋଙ୍କ ସହ ନିର୍ବନ୍ଦ କରି ନେଇଥିଲେ। କୋମୁରୋ ଜଣେ ସାଧାରଣ ପରିବାରରୁ ଆସିଛନ୍ତି। ତେବେ ଏହି ବିବାହକୁ ନେଇ କୋମୁରୋଙ୍କ ପରିବାର ତରଫରୁ ସୃଷ୍ଟି ହୋଇଥିବା ବିବାଦ କାରଣଙ୍କୁ ୪ ବର୍ଷ ହେବ ଅଟକି ରହିଛି। ତେବେ ଏଏଚ୍‌କେ ବ୍ରାଣ୍ଡକାଷ୍ଟର ଅନୁଯାୟୀ ଏହି ବିବାହ ଅକ୍ଟୋବରରେ ହେବାକୁ ଯାଉଛି।

Advertisment

ପ୍ରକାଶଥାଉ ଯେ କୌଣସି ସାଧାରଣ ପରିବାରରେ ବିବାହ କାରଣରୁ ରାଜକୁମାରୀ ମାକୋ ତାଙ୍କ ପରିବାର ପକ୍ଷରୁ ପାଇବାକୁ ଥିବା ସମସ୍ତ ସମ୍ପତ୍ତି ଅଧିକାର ହରେଇ ବସିବେ। ଏହି କାରଣରୁ ତାଙ୍କୁ ତାଙ୍କ ପୈତୃକ ସମ୍ପତ୍ତିରୁ ପାଖାପାଖି ୧୦ଲକ୍ଷ ଡଲାର ବା ହାରାହାରି ୮ କୋଟି ଟଙ୍କା ହରେଇବାକୁ ପଡିବ। କିନ୍ତୁ ପ୍ରେମ ପାଇଁ ସେ ଏ ସବୁକୁ ତୁଚ୍ଛ କରିଛନ୍ତି। ନିଜ ପ୍ରେମିକକୁ ପାଇବା ନେଇ ସେ ଏ ସବୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

Japanese princess left millions of dollars to marry her college boyfriendପ୍ରେମ ପାଇଁ ସମ୍ପତ୍ତିକୁ ତୁଚ୍ଛ କଲେ ରାଜକୁମାରୀ

ମାକୋଙ୍କ ଏହି ନିଷ୍ପତ୍ତିକୁ ଜାପାନ ସରକାର ସମର୍ଥନ କରିଛନ୍ତି। ଜାପାନୀ ମିଡିଆ ଅନୁସାରେ ବିବାହ ପରେ ଏହି ନବ ଦମ୍ପତ୍ତି ଆମେରିକାରେ ରହିପାରନ୍ତି। ବର୍ତ୍ତମାନ କୋମୁରୋ ଆମେରିକାସ୍ଥ ଏକ ଲ’ କମ୍ପାନୀରେ କାମ କରୁଛନ୍ତି। ସେ ୨୦୧୩ରେ ମାକୋଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ।

ପ୍ରଥମରୁ ନିଜ ପ୍ରେମ ସଂପର୍କକୁ ବ୍ୟକ୍ତିଗତ ଭାବେ ରଖିଥିଲେ ମାକୋ । ତେବେ ସେ ଯେତେବେଳେ ବ୍ରିଟେନରୁ ପଢା ଶେଷକଲେ ୨୦୧୭ରେ ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିବେ ବୋଲି ଘୋଷଣା କରିଥିଲେ। ତେବେ ଦୀର୍ଘ ଦିନର ବିବାଦ ପରେ ଜାପାନର ମୁକୁଟଧାରୀ ରାଜକୁମାରୀ ମାକୋଙ୍କ ବିବାହ ନେଇ ସହମତୀ ପ୍ରକାଶ କରିଥିଲେ। ମାକୋଙ୍କ ପିତା ମଧ୍ୟ ତାଙ୍କ ଝିଅଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣେଇ ନିଜେ ପଦକ୍ଷେପ ନେବା ନେଇ ସ୍ୱାଧୀନତା ଦେଇଥିଲେ।

Japanese princess left millions of dollars to marry her college boyfriendପ୍ରେମ ପାଇଁ ସମ୍ପତ୍ତିକୁ ତୁଚ୍ଛ କଲେ ରାଜକୁମାରୀ

ସୂଚନାଯୋଗ୍ୟ ଯେ ସମୁଦ୍ର କୂଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କୋମୁରୋ ପ୍ରିନ୍ସ ଅଫ୍ ଦ ସି ଭାବରେ କାମ କରୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ମାକୋ କହିଥିଲେ ଯେ ସେମାନେ କେବେ ବି ଅଲଗା ହୋଇ ରହିପାରିବେ ନାହିଁ। ମାକୋଙ୍କ ପୂର୍ବରୁ ତାଙ୍କ ପିଉସୀ ସୟାକୋ ମଧ୍ୟ ନିଜ ଉତ୍ତରାଧିକାରିତ୍ୱ ହରେଇଥିଲେ। ୨୦୦୫ରେ ସେ ଟୋକିଓର ଜଣେ ସାଧାରଣ ଅଫିସରଙ୍କୁ ବିବାହ କରିଥିଲେ।

New Delhi Tokyo
Advertisment
Advertisment