Advertisment

ସରକାର ଗଠନ ହେବା ପୂର୍ବରୁ କାବୁଲ କାହିଁକି ଗଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟ

ଆଫ୍‌ଗାନିସ୍ତାନରେ ନୂଆ ସରକାର ଘୋଷଣା ପୂର୍ବରୁ କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି। କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଲ୍ୟଟନାଣ୍ଟ୍ ଜେନେରାଲ ଫହିଜ ହମିଦଙ୍କ ସହ ଏକ ଅଧିକାରୀ ଦଳ ପହଞ୍ଚିଛନ୍ତି

author-image
Sarbeswar
undefined

Taliban

କାବୁଲ: ଆଫ୍‌ଗାନିସ୍ତାନରେ ନୂଆ ସରକାର ଘୋଷଣା ପୂର୍ବରୁ କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି। କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଲ୍ୟଟନାଣ୍ଟ୍ ଜେନେରାଲ ଫହିଜ ହମିଦଙ୍କ ସହ ଏକ ଅଧିକାରୀ ଦଳ ପହଞ୍ଚିଛନ୍ତି। ତେବେ ଆଇଏସଆଇ ମୁଖ୍ୟ ତାଲିବାନର ନିମନ୍ତ୍ରଣରେ ହିଁ କାବୁଲ ଯାଇଥିବା କୁହାଯାଉଛି। ଆଫଗାନିସ୍ତାନରେ ନୂଆ ସରକାର ଗଠନ ଓ ଦେଶର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ତାଲିବାନ ନେତା ପାକିସ୍ତାନ ଗୁଇନ୍ଦା ମୁଖ୍ୟ ସହ ଆଲୋଚନା ସହ ପରାମର୍ଶ ନେଉଥିବା ଆଲୋଚନା ହେଉଛି। ସେପଟେ ପଞ୍ଜଶିର ବିଜୟ ଉତ୍ସବ ବେଳେ କାବୁଲରେ ଆଜି ତାଲିବାନୀ ଯୋଦ୍ଧାଙ୍କ ଗୁଳିରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ପଞ୍ଜିଶିରକୁ ତାଲିବାନୀ ସେନା ପୂର୍ଣ୍ଣ ଦଖଲକୁ ଆଣିଥିବା ଦାବି କରି ଗତକାଲି ରାତିରେ କାବୁଲରେ ବିଜୟ ଉତ୍ସବ ପାଳନ କରିଥିଲେ କିଛି ତାଲିବାନୀ ଯୋଦ୍ଧା। ଏହି ସମୟରେ ଫାଙ୍କା ଗୁଳିଚାଳନାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ତାଲିବାନ୍ ଦାବିକୁ ଖଣ୍ଡନ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲ୍ଲା ସାଲେହ। ସେ କହିଛନ୍ତି ପଞ୍ଜଶିର ଏବେ ବି ନଦର୍ଣ୍ଣ ସେନା ହାତରେ ରହିଛି ଏବଂ ଦୁଇ ପକ୍ଷ ମଧ୍ୟରେ ଏବେ ବି ଲଢେଇ ଜାରି ରହିଛି।

Advertisment

ସେପଟେ, ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହେବାରେ ଲଗାଇଛି। ଖାଦ୍ୟ ନାହିଁ, ପାଣି ନାହିଁ, ସ୍ୱାସ୍ଥ୍ୟ ସେବା ବି ନାହିଁ। କୁଆଡେ ଯିବେ, କେମିତି ବଞ୍ଚିବେ? କଣ ହେବ ଏମାନଙ୍କ ଭବିଷ୍ୟତ? ତାଲିବାନର କାବୁଲ କବଜା ପରେ ସମଗ୍ର ବିଶ୍ୱ ଆଉ ଏକ ଶରଣାର୍ଥୀ ସଂକଟର ସାମ୍ନା କରିବାକୁ ଯାଉଛି। ତାଲିବାନୀ ଶାସନର ପ୍ରଥମ ପାଳିରେ ଯେତିକି ଆଫଗାନ ନାଗରିକ ଦେଶ ଛାଡିଥିଲେ ଏଥର ତାଠାରୁ ଢେର ଅଧିକ ଲୋକ ଦେଶ ଛାଡିବେ ବୋଲି ଆକଳନ କରିଛି ଜାତିସଂଘ। ଚଳିତ ବର୍ଷ ଶେଷ ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ଦେଶରେ ଶରଣ ଲୋଡ଼ିବେ ବୋଲି କୁହାଯାଇଛି । ତେବେ ଏତେ ସଂଖ୍ୟାକ ଲୋକଙ୍କୁ କିଏ ଦେବ ଆଶ୍ରୟ? କ୍ରୁର ତାଲିବାନ ଶାସକଙ୍କ ଭୟରେ ଭିଟାମାଟି ଛାଡୁଥିବା ଲୋକଙ୍କୁ କିଏ ହେବ ସାହା? କିଏ ସେମାନଙ୍କ ଲାଗି କରିବ ଖାଇବା, ପିଇବା ଓ ମୁଣ୍ଡ ଗୁଞ୍ଜିବାର ବ୍ୟବସ୍ଥା? ଆଗକୁ ଖୁବ୍ ଜଟିଳ ସ୍ଥିତି ସୃଷ୍ଟି କରିବାକୁ ଯାଉଛି ଏହି ମାନବୀୟ ଦୁର୍ବିପାକ।

Taliban Taliban Attack Afghanistan
Advertisment
Advertisment