• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହ୍ୱାଇଟ୍ ହାଉସ୍ ସାମ୍ନାରେ ଆଫଗାନ ନାଗରିକଙ୍କ ବିକ୍ଷୋଭ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ନାରାବାଜି । ଆଫଗାନିସ୍ତାନ ତାଲିବାନ ଅଧୀନକୁ ଚାଲିଯିବା ପରେ ବିକ୍ଷୋଭ କରୁଛନ୍ତି ଆଫଗାନୀ ନାଗରିକ । ସମଗ୍ର ଆଫଗାନିସ୍ତାନରେ ଏବେ ତାଲିବାନ୍ କବଜାରେ । ୨୦ ବର୍ଷ ପରେ ପୁଣି ତାଲିବାନ କବ୍‌ଜାରେ ଆଫଗାନିସ୍ତାନ । ରାଜଧାନୀ କାବୁଲ ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ିବା ପରେ ଦେଶ ବି ଛାଡ଼ିଦେଇଥିବା କଥା ମଧ୍ୟ ସୂଚନା ମିଳିଛି ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଯେତେବେଳ ଘୋଷଣା କରିଥିଲେ ଆମେରିକାର ସୈନ୍ୟବାହିନୀ ଆଫଗାନିସ୍ତାନ ଛାଡିଦେବେ, ସେତେବେଳେ ତାଲିବାନର ଦବଦବା ବୃଦ୍ଧି ପାଇଥିଲା । ଗୋଟିଏ ପଟେ ଯେଉଁଠାରେ ଆଫଗାନିସ୍ତାନର ସ୍ଥିତି ଖରାପ, ଅନ୍ୟପଟେ ଆମେରିକାର ୱାଶିଂଟନରେ ରହୁଥିବା ଆଫଗାନିସ୍ତାନ ଲୋକମାନେ ହ୍ୱାଇଟ ହାଉସ ବାହାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସୋମବାର ଆଫଗାନିସ୍ତାନ ନାଗରିକମାନେ ହ୍ୱାଇଟ ହାଉସ ବାହାରେ ଏକାଠି ହୋଇ ବାଇଡେନ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥଛନ୍ତି। ଆଫଗାନିସ୍ତାନର ପରିସ୍ଥିତି ପାଇଁ ବାଇଡେନ ହିଁ ଦାୟୀ ବୋଲି ସ୍ଲୋଗାନ୍ ଦେଇଛନ୍ତି । ୨୦ ବର୍ଷ ପରେ ପୁଣି ଥରେ ୨୦୦୦ ମସିହା ପରିସ୍ଥିତିକୁ ଆସିଯାଇଛୁ ବୋଲି କହିଛନ୍ତି ।

ଆମେ ଶାନ୍ତି ଚାହୁଁଛୁ ବୋଲି କହିଛନ୍ତି ଜଣେ ବିକ୍ଷୋଭକାରୀ । ଆଫଗାନିସ୍ତାନ ଉପରେ ତାଲିବାନ ସାମ୍ରାଜ୍ୟ ଗଢ଼ି ଉଠିଲେ, ହଜାର ହଜାର ଓସାମା ବିନ୍ ଲାଦେନ ଜନ୍ମ ହେବେ । ତାଲିବାନ ଲୋକମାନେ ପାକିସ୍ତାନ ସହ ହାତ ମିଳାଇ ଲୋକଙ୍କୁ ହଇରାଣ କରିବେ । ସେହିପରି ଜଣେ ମହିଳା ବିକ୍ଷୋଭକାରୀ କହିଛନ୍ତି, ତାଲିବାନ ମହିଳାଙ୍କୁ ଟାର୍ଗେଟ କରୁଛି, ସମସ୍ତେ ଟାର୍ଗେଟରେ ଅଛନ୍ତି ।

୧୧ ସେପ୍ଟେମ୍ବର ସୁଦ୍ଧା ଆମେରିକା ସେନା ଆଫଗାନିସ୍ତାନ ଛାଡିବ ବୋଲି ଘୋଷଣା କରିଥିଲା ବାଇଡେନ୍ ପ୍ରଶାସନ । ୯୦ ପ୍ରତିଶତରୁ ଅଧିକ ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ି ସାରିଛନ୍ତି । ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାନ ସେନାଙ୍କୁ ସହଜରେ ପରାସ୍ତ କରିଦେଲା ତାଲିବାନ୍ । ବର୍ତ୍ତମାନ ତାଲିବାନ ସଂପୂର୍ଣ୍ଣ ଭାବେ ଆଫଗାନିସ୍ତାର କବଜା ହେବା ପରେ ଆମେରିକା ନିଜ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ହେଲିକପ୍ଟର, ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରିଛି । ପ୍ରାୟ ୬୦୦୦ ଆମେରିକୀୟ ସେନା ମଧ୍ୟ କାବୁଲ ବିମାନବନ୍ଦରରେ ମୁତୟନ ଅଛନ୍ତି, ଯେଉଁମାନେ ନିଜ ଦେଶ ନାଗରିକଙ୍କୁ ସ୍ଥାନାନ୍ତର କରିବାକୁ ଆସିଛନ୍ତି ।

ସେପଟେ ତାଲିବାନ ସେନା ରାଷ୍ଟ୍ରପତି ପ୍ୟାଲେସକୁ ନିଜ କବଜାକୁ ନେଇଛନ୍ତି । ଏହାରି ଭିତରେ କାବୁଲ ବିମାନ ବନ୍ଦରରେ ଗୁଳିମାଡ ହୋଇଥିବା ଆମେରିକା ଦୂତାବାସ ପକ୍ଷରୁ ସୂଚନା ମିଳିଛି । ଆଫଗାନିସ୍ତାନର ବଗରାମ୍‌ ଏୟାର ବେସ୍‌କୁ ନିଜ ଅକ୍ତିଆରକୁ ନେବା ସହ ୫ ହଜାର ବନ୍ଦୀଙ୍କୁ ମୁକ୍ତ କରିଛି ତାଲିବାନ ।