Advertisment

ଆଫଗାନିସ୍ତାନର ଏହି ପର୍ଯ୍ୟଟନସ୍ଥଳୀକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା

ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ପୂରା ଦେଶକୁ କବଜା କରିବା ପରେ ତାଲିବାନୀମାନେ ରାଜ କରୁଛନ୍ତି। ଏବେ ଆଫଗାନିସ୍ତାନ ନାଁ ଶୁଣିବା ମାତ୍ରେ ମନକୁ ଆସି ଯାଉଛି ରକ୍ତପାତ ଓ ଯୁଦ୍ଧର ଝଲକ

author-image
Sarbeswar
Afghanistan

Afghanistan

କାବୁଲ୍‌: ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ପୂରା ଦେଶକୁ କବଜା କରିବା ପରେ ତାଲିବାନୀମାନେ ରାଜ କରୁଛନ୍ତି। ଏବେ ଆଫଗାନିସ୍ତାନ ନାଁ ଶୁଣିବା ମାତ୍ରେ ମନକୁ ଆସି ଯାଉଛି ରକ୍ତପାତ ଓ ଯୁଦ୍ଧର ଝଲକ। କିନ୍ତୁ ଆପଣ ଜାଣିଛନ୍ତି କି ବିଶ୍ୱର ସୁନ୍ଦର ଦେଶ ତାଲିକାରେ ଆଫଗାନିସ୍ତାନର ନାଁ ରହିଛି। ଏଠାରେ ଥିବା ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକ ସ୍ମାରକୀକୁ ଦେଖିଲେ ଯେ କେହି ଆଫଗାନିସ୍ତାନ ଛାଡିବାର ନାଁ ଧରିବନି। ଏବେ ଆସନ୍ତୁ ଜାଣିବା ଆଫଗାନିସ୍ତାନର କିଛି ସୁନ୍ଦର ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ।

Advertisment

ବ୍ଲୁ ମସ୍କ
ବ୍ଲୁ ମସ୍କ ବା ନୀଳ ମସଜିଦ ଆଫଗାନିସ୍ତାନରେ ରହିଛି। ଏହା ଏକ ଧାର୍ମିକ ସ୍ଥଳ ହୋଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର। ବ୍ଲୁ ମସ୍କରେ ହଜରତ ଅଲୀଙ୍କ ମରଶରୀରକୁ କବର ଦିଆଯାଇଥିଲା। ଏଥି ପାଇଁ କେତେକ ଏହାକୁ ହଜରତ ଅଲୀ ମଜାରା ବୋଲି କହିଥାନ୍ତି। ମସଜିଦଟି ସଂପୂର୍ଣ୍ଣ ନୀଳ ରଙ୍ଗର ମାର୍ବଲରେ ତିଆରି ହୋଇଛି। ବିଶେଷ କରି ଏଠାରେ ଧଳା ପାରାମାନେ ରହୁଥିବାରୁ ପର୍ଯ୍ୟଟକମାନେ ଏ ସ୍ଥାନଟିକୁ ବେଶ ପସନ୍ଦ କରିଥାନ୍ତି।

ପାମିର ପର୍ବତ
ସେଣ୍ଟ୍ରାଲ ଏସିଆର ପାମିର ପର୍ବତ ଆଫଗାନିସ୍ତାନରେ ଅବସ୍ଥିତ। ଏହା ଅତ୍ୟନ୍ତ ମନୋରମ ସ୍ଥାନ। ପର୍ଯ୍ୟଟକମାନଙ୍କ ମଧ୍ୟରେ ଏହା ଖୁବ ଲୋକପ୍ରିୟ। ପ୍ରତ୍ୟେକ ବର୍ଷ ସାରା ବିଶ୍ୱରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

Advertisment

ବନ୍ଦ-ଏ-ଆମୀର
ଆଫଗାନିସ୍ତାନର ଅନ୍ୟ ଏକ ପର୍ଯ୍ୟଟନସ୍ଥଳୀ ହେଉଛି ବନ୍ଦ-ଏ-ଆମୀର ଜାତୀୟ ଉଦ୍ୟାନ। ଏଠାରେ ପହଞ୍ଚିବା କଷ୍ଟକର ହୋଇଥିଲେ ମଧ୍ୟ ପର୍ଯ୍ୟଟକମାନେ ଏଠାକୁ ଯିବାକୁ ଇଛା ପ୍ରକାଶ କରିଥାନ୍ତି। ଆଫଗାନିସ୍ତାନର ବାମିୟାନ ସହର ଦେଇ ଗଲେ ଏଠାରେ ପହଞ୍ଚିବା ସହଜ ହୋଇଥାଏ।

ବାମିୟାନ ବୁଦ୍ଧ

ବାମିୟାନ ବୁଦ୍ଧ ଆଫଗାନିସ୍ତାନର ମଧ୍ୟ ଭାଗରେ ଥିବା ଏକ ସହର। ଏଠାରେ ଅଧିକ ସଂଖ୍ୟାରେ ବୌଦ୍ଧ ଧର୍ମାବଲମ୍ବୀ ରହିଥାନ୍ତି। ସାରା ବିଶ୍ୱରେ ‘ବାମିୟାନ କେ ବୁଦ୍ଧ’ ଏକ ବହୁବିଧ ସଂସ୍କୃତିର ପେଣ୍ଠସ୍ଥଳୀ ଭାବେ ବେଶ ଲୋକପ୍ରିୟ। ଏଠାରେ ଭାରତୀୟ, ଚୀନୀ, ପାର୍ସୀ, ତୁର୍କୀ, ଗ୍ରୀକ ଆଦି ପରମ୍ପରାର ନିଆରା ସଙ୍ଗମ ଦେଖିବାକୁ ମିଳିଥାଏ।

ବାଗ-ଏ-ବାବର

ବାଗ-ଏ-ବାବର ଆଫଗାନିସ୍ତାନର ଏକ ମନୋରମ ସ୍ଥାନ। ରାଜଧାନୀ କାବୁଲରେ ଅବସ୍ଥିତ ଏହି ସୁନ୍ଦର ସ୍ଥାନଟି ଏକ ବଗିଚା। ଏହାକୁ ମୋଗଲ ଶାସକ ବାବର ତିଆରି କରିଥିଲେ ବୋଲି କୁହାଯାଏ।

ମୀନାର-ଏ-ଜାମ 

୬୫ ମିଟର ଉଚ୍ଚର ଏ ସ୍ତମ୍ବକୁ କୁହାଯାଏ ମୀନାର-ଏ-ଜାମ। ଯେକେହି ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ପ୍ରାଚୀନ କାଳରେ ତିଆରି ହୋଇଥିବା ଏହି ଉଚ୍ଚ ମୀନାରରେ ବହୁତ ସୁନ୍ଦର କାରୁକାର୍ଯ୍ୟ କରାଯାଇଛି। ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଏଠାକୁ ଆସିବାକୁ। ସତରେ ବିଚିତ୍ର ଏ ବିଶ୍ୱ। କେଉଁ ଦେଶ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ତ ଆଉ କେଉଁ ଦେଶରେ ରହିଛି ଐତିହାସିକ କୀର୍ତ୍ତୀରାଜି। ଯାହାକୁ ଦେଖିବା ପାଇଁ ଚାହିଁଥାନ୍ତି ପର୍ଯ୍ୟଟକ।

Afghanistan Tourist Place
Advertisment
Advertisment