Advertisment

ଏଣିକି ବଜାରରେ ମିଳିବ ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’

ଆଇସ୍‌କ୍ରିମ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ବଜାରରେ ମିଳିବ ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’ । ଆପଣମାନେ କେବେ ଶୁଣିଛନ୍ତି କି ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’ ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ସତ । ଖୁବ୍‌ ଶୀଘ୍ର ଏହି ଆଇସ୍‌କ୍ରିମ୍‌ଟି କେବଳ ବଡ ମାନଙ୍କ ପାଇଁ ହିଁ ଉପଲବ୍ଧ ହେବ । ଯାହାକୁ ଖାଇଲେ ଗ୍ରାହକଙ୍କ ମନ ଓ ଆତ୍ମା ଉଭୟ ଶାନ୍ତି ହେଇଯିବ ।

author-image
Otv Khabar Bureau
Haagen Dazs Ice Cream Brand Launches Adult Only Flavors With Alcoholic Content Pratp

Haagen Dazs Ice Cream Brand Launches Adult Only Flavors With Alcoholic Content Pratp

ଆଇସ୍‌କ୍ରିମ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ବଜାରରେ ମିଳିବ ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’ । ଆପଣମାନେ କେବେ ଶୁଣିଛନ୍ତି କି ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’ ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ସତ । ଖୁବ୍‌ ଶୀଘ୍ର ଏହି ଆଇସ୍‌କ୍ରିମ୍‌ଟି କେବଳ ବଡ ମାନଙ୍କ ପାଇଁ ହିଁ ଉପଲବ୍ଧ ହେବ । ଯାହାକୁ ଖାଇଲେ ଗ୍ରାହକଙ୍କ ମନ ଓ ଆତ୍ମା ଉଭୟ ଶାନ୍ତି ହେଇଯିବ । ଆଇସ୍‌କ୍ରିମ୍‌ର ସବୁଠୁ ବଡ କମ୍ପାନୀ ଭାବେ ବିବେଚନା କରାଯାଉଥିବା ହାଗେନ୍-ଡାଜ୍ (Häagen-Dazs) ଏହି ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌କୁ ତିଆରି କରିଛନ୍ତି । ଯାହାକୁ କେବଳ ବଡମାନଙ୍କ ପାଇଁ ହିଁ ତିଆରି କରାଯାଇଛି । ଛୋଟପିଲାମାନଙ୍କୁ ଏହି ଆଇସ୍‌କ୍ରିମ୍‌ ଖାଇବା ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । କାରଣ ଏହି ଆଇସ୍‌କ୍ରିମ୍‌ଟିକୁ ଖାଇଲାମାତ୍ରେ ନିଶା ହୋଇଯାଇଥାଏ ।

Advertisment

ହାଗେନ୍-ଡାଜ୍ ଆଇସ୍‌କ୍ରିମ୍‌ କମ୍ପାନୀ ପକ୍ଷରୁ ବଜାରରେ ଏହି ଆଇସ୍‌କ୍ରିମ୍‌ର ଦୁଇଟି ଫ୍ଲେବରକୁ ଲଞ୍ଚ କରିଛନ୍ତି । ସାଧାରଣ ଆଇସ୍‌କ୍ରିମ୍‌ର ସ୍ୱାଦରୁ ଏହି ଦୁଇଟି ଫ୍ଲେବର ଆଇସ୍‌କ୍ରିମ୍‌ର ସ୍ୱାଦ ଭିନ୍ନ ଅଟେ । କାରଣ କମ୍ପାନୀ ଏହି ଆଇସ୍‌କ୍ରିମ୍‌ରେ ଆଲ୍‌କୋହଲ୍‌ର ବ୍ୟବହାର କରିଛି । ଚଳିତ ମାସରେ ହିଁ ଏହି ମଜାଦାର ଆଇସ୍କ୍ରିମକୁ ଲଞ୍ଚ କରାଯିବ । । ଡେଲି ମେଲର ତଥ୍ୟ ଅନୁଯାୟୀ, କମ୍ପାନୀ ନିଜ କୋଜି କକଟେଲ କଲେକ୍ସନ୍ (Cozy Cocktail Collection) ଭଳି କେବଳ ବଡ ଲୋକଙ୍କ ପାଇଁ ହିଁ ଏହି ଫ୍ଲେବରକୁ ଉପଲବ୍ଧ କରିଛି ।

୨ ଟି ଆକର୍ଷଣୀୟ ଫ୍ଲେବରରେ ମିଳିବ ଏହି ‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’

‘ଆଲ୍‌କୋହଲିକ୍‌ ଆଇସ୍‌କ୍ରିମ୍‌’କୁ ଲଣ୍ଡନର କକ୍ଟେଲ୍‌ ୱିକ୍‌ରେ ଲଞ୍ଚ କରାଯିବ । ଏହି ଦୁଇଟି ଫ୍ଲେବର ମଧ୍ୟରୁରେ ଗୋଟିଏ ରୁମ୍ ସଲ୍ଟେଡ୍ କାରାମେଲ ଆଣ୍ଡ ବିସ୍କୁଟ୍ (Rum Salted Caramel and Biscuit) ହୋଇଥିବାବେଳେ ଅନ୍ୟଟି ହେଉଛି ଆଇରିସ୍ ୱିସ୍କି ଆଣ୍ଡ ଚକୋଲେଟ୍ ୱାଫଲ୍ (Irish Whiskey and Chocolate Waffle) । ଗ୍ରାହକମାନେ ଏହି ଆଇସ୍‌କ୍ରିମ୍ ଖାଇଲା ପରେ ସେମାନଙ୍କୁ ସାମାନ୍ୟ ନିଶା ହେବ ହେଲେ ସମ୍ପୂର୍ଣ୍ଣ ନିଶା ହେବନାହିଁ । ଏହି ଦୁଇଟି ଆଇସ୍‌କ୍ରିମ୍‌ ଫ୍ଲେବରର ପ୍ରତି ପ୍ୟାକେଟ୍‌ରେ କେବଳ ୦.୫ ପ୍ରତିଶତ ଆଲ୍‌କୋହୋଲ୍‌ର ବ୍ୟବହାର କରାଯାଇଛି । ଯାହାର ଗୋଟିଏ ବକ୍ସ ଆଇସ୍‌କ୍ରିମ୍‌ର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ରଖାଯାଇଛି ।

Advertisment
Alcoholic Ice Cream

ଆଇସ୍କ୍ରିମ୍ ଏବଂ ଆଲ୍‌କୋହଲ୍‌ର କମ୍ୱିନେସନ୍‌ର ସ୍ୱାଦ

ଏହି ଆଇସ୍‌ କ୍ରିମ୍‌ ସାଧାରଣ ଆକାରର ସହ ଛୋଟ ପ୍ୟାକେଟ୍‌ରେ ମଧ୍ୟ ଉପଲବ୍ଧ ହେବ । ପୂର୍ବରୁ ମଧ୍ୟ ହାଗେନ୍-ଡାଜ୍ ବ୍ରାଣ୍ଡର ସ୍ପିରିଟ୍‌ କଲେକ୍‌ସନ୍‌ ମଧ୍ୟ ଗ୍ରାହକମାନଙ୍କର ମନ କିଣିଇଥିଲା । ଯାହାକୁ ୨୦୨୦ ରେ ଲଞ୍ଚ କରାଯାଇଥିଲା । ଆମେରିକୀୟ ଆଇସ୍କ୍ରିମ୍ ତିଆରି ବ୍ରାଣ୍ଡର ରୋଜ୍‌ ଆଣ୍ଡ କ୍ରିମ୍ ଫ୍ଲେବରର ଆଇସ୍‌କ୍ରିମ୍‌ କୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ହାଗେନ୍-ଡାଜ୍‌ କମ୍ପାନୀକୁ ନ୍ୟୁୟର୍କ ସହରରେ ୧୯୬୦ ମସିହାରେ ଖୋଲାଯାଇଥିଲା । ଲଞ୍ଚ ହେବାର ପ୍ରଥମ ପ୍ରର୍ଯ୍ୟାୟରେ କମ୍ପାନୀ କେବଳ ଭାନିଲା, ଚକୋଲେଟ୍ ଏବଂ କଫି ସ୍ୱାଦର ଆଇସ୍କ୍ରିମ୍ ତିଆରି କରୁଥିଲା । ହେଲେ ବର୍ତ୍ତମାନ ଏହି କମ୍ପାନୀ ଆଇସ୍‌କ୍ରିମ୍‌ କମ୍ପାନୀମାନଙ୍କ ମଧ୍ୟରୁ ଏକ ଟପ୍‌ ବ୍ରାଣ୍ଡରେ ପରିଣତ ହୋଇଛି । ବର୍ତ୍ତମାନ ଏହି ଆଇସ୍‌କ୍ରିମ୍‌ ସୁଆଦର ମଜା ନେବା ପାଅଁ ଆଇସକ୍ରିମ ପ୍ରେମୀମାନେ ବେଶ୍‌ ଆଗ୍ରହର ସହ ଅପେକ୍ଷା କରିଛନ୍ତି ।

ICECREAM
Alcoholic Ice Cream
Advertisment
Advertisment